Top Stories

Search here...

News

ଏମାର ମଠ ଖନନ କାର୍ଯ୍ୟ ଆରମ୍ଭ; ରୂପା ଖୋଜୁଥିଲେ ମିଳିଲା ଲୁହା

Posted On - 7 minutes ago
Edited By Prabir Kumar
LAST UPDATED Feb 04, 2022 07:36 PM

ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୬ ତାରିଖରେ ଏହି ତିନିଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା ।

 

BBSR Reporters


ପୁରୀ : ପୁରୀ ଏମାର ମଠରେ ରୂପା ଇଟା ଖୋଜିବା ପାଇଁ ଆରମ୍ଭ ହୋଇଥିଲା ଖନନ କାମ । ହେଲେ ମିଳିଲାନି କିଛି, କେବଳ ମିଳିଲା ଲୁହା ଖଣ୍ଡ । ରୂପା ଇଟା ସନ୍ଧାନରେ ଏମାର ମଠର ତିନିଟି ସ୍ଥାନକୁ ଖୋଳା ଯାଇଥିଲା । ମେଟାଲ ଡିଟେକ୍ଟର ସାହାଯ୍ୟରେ ଏହି ତିନିଟି ସ୍ଥାନକୁ ଚିହ୍ନଟ କରିଥିଲେ ବିଶେଷଜ୍ଞ ଦଳ । ଏହା ପରେ ଆଜି ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଖୋଳା ହେଲା ବେଳେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୬ ତାରିଖରେ ଏହି ତିନିଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ଆଜି ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଖୋଳା ଆରମ୍ଭ ହୋଇଛି । ଆସନ୍ତାକାଲି ମଧ୍ୟ ଖନନ ଜାରି ରହିବ ବୋଲି ସୂଚନା ମିଳିଛି । 

Related News
satta king tw