Top Stories

Search here...

News

ଓଡିଶାରୁ ପଦ୍ମଶ୍ରୀ ପାଇଥିବା ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗାଯୋଗ କଲା ବିଜେପି 

Posted On - 22 minutes ago
Edited By Team BbsrReporters
LAST UPDATED Jan 26, 2022 08:10 PM

ପ୍ରତିଭା ସଂପନ୍ନ ବିଶିଷ୍ଟ ଓଡିଆ ବ୍ୟକ୍ତିମାନଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସମୀର ମହାନ୍ତି l

 

BBSR Reporters

 

ଭୂବନେଶ୍ୱର: ଚଳିତ ବର୍ଷ ଓଡିଶାର ୭ଜଣ ବିଶିଷ୍ଟ ବ୍ୟକ୍ତି ସମ୍ମାନ ଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଶିକ୍ଷା ଏବଂ ସାହିତ୍ୟ ପାଇଁ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତି୍ୟକ ଶ୍ରୀମତୀ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ସମାଜସେବା ପାଇଁ ଶ୍ରୀମଦ୍ ବାବା ବଳିଆ, କ୍ରୀଡା ପାଇଁ ପ୍ରମୋଦ ଭଗତ, ବିଜ୍ଞାନ ପାଇଁ ଶ୍ରୀ ଆଦିତ୍ୟ ପ୍ରସାଦ ଦାସ, କଳା ପାଇଁ ଶ୍ୟାମାମଣୀ ଦେବୀ, ଶିକ୍ଷା ଓ ସାହିତ୍ୟ ପାଇଁ ଶ୍ରୀ ନରସିଂହ ପ୍ରସାଦ ଗୁରୁ ଏବଂ ପ୍ରଶାସନିକ ସେବା ପାଇଁ ସ୍ୱର୍ଗତ ଗୁରୁପ୍ରସାଦ ମହାପାତ୍ରଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟ ବିଜେପି ସଭାପତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।


ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ଶ୍ରୀମତୀ ପ୍ରତିଭା ରାୟ ଏବଂ ଶ୍ରୀ ଆଦିତ୍ୟ କୁମାର ଦାସଙ୍କ ଭୂବନେଶ୍ୱରସ୍ଥିତ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶ୍ରୀ ପ୍ରମୋଦ ଭଗତ, ଶ୍ରୀ ନରସିଂହ ପ୍ରସାଦ ଗୁରୁ, ଶ୍ରୀମତୀ ଶ୍ୟାମାମଣୀ ଦେବୀଙ୍କ ସହ ଫୋନ ଯୋଗେ କଥା ହୋଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।


ଏଭଳି ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ପାଇଁ ଓଡିଶା ଆଜି ଗର୍ବିତ ଏବଂ ଏଭଳି ପ୍ରତିଭା ସଂପନ୍ନ ବିଶିଷ୍ଟ ବ୍ୟକ୍ତିମାନଙ୍କ ମହାନ୍ ପ୍ରତିଭାକୁ ଲୋକଲୋଚନଙ୍କୁ ଆଣି ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରିଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟବାସୀଙ୍କ ତରଫରୁ ଶ୍ରୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି ।


ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ଡ. ଯତୀନ କୁମାର ମହାନ୍ତି, ବିରଂଚି ନାରାୟଣ ତ୍ରିପାଠୀ ଓ ଠାକୁର ରଞ୍ଜିତ ଦାସ,ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।


 

Related News
satta king tw