Top Stories

Search here...

News

ପଞ୍ଚାୟତ ନିର୍ବାଚନ: ପ୍ରାର୍ଥୀ ନ ଥିବା ଆସନରେ ପୁଣି ହେବ ନିର୍ବାଚନ

Posted On - 7 minutes ago
Edited By Prabir Kumar
LAST UPDATED Jan 25, 2022 06:24 PM

ନାମାଙ୍କନ ଦାଖଲ ହୋଇନଥିବା କିମ୍ବା ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ଆସନରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ମିଳିବ ଦ୍ୱିତୀୟ ସୁଯୋଗ ।

 

BBSR Reporters


ଭୁବନେଶ୍ୱର: ନାମାଙ୍କନ ଦାଖଲ ହୋଇନଥିବା କିମ୍ବା ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ଆସନରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ମିଳିବ ଦ୍ୱିତୀୟ ସୁଯୋଗ । ଆଜି ଏନେଇ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟରେ ମୋଟ ୪  ହଜାରରୁ ଅଧିକ ୱାର୍ଡ ମେମ୍ବର ଆସନରେ କେହି ପ୍ରାର୍ଥୀ ନାହାନ୍ତି ।

 

ସେହିପରି ୭ଟି ସରପଂଚ ଓ ୬ଟି ସମିତି ସଭ୍ୟ ଆସନରେ ମଧ୍ୟ ଜଣିଏ ହେଲେ ବି ପ୍ରାର୍ଥୀ ନାହାନ୍ତି । ଦେବଗଡର ୬ଟି ଓ ବାଲେଶ୍ୱରରେ ଗୋଟିଏ ପଂଚାୟତରେ ସରପଂଚ ପ୍ରାର୍ଥୀ ନଥିବା ବେଳେ ଦେବଗଡର ୬ଟି ଆସନରେ ସମିତି ସଭ୍ୟ ପ୍ରାର୍ଥୀ ନାହାନ୍ତି । ତେଣୁ ଏସବୁ ଆସନ ପାଇଁ ଆଗାମୀ ୨୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୯ରୁ ୩୧ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଫେବ୍ରୁୟାରୀ ୧ତାରିଖରେ ପ୍ରାର୍ଥୀ ପତ୍ର ଯାଂଚ ହୋଇ ୨ତାରିଖରେ ତାଲିକା ପ୍ରକାଶ ପାଇବ । ୪ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା ।  
 

Related News
satta king tw