Top Stories

Search here...

News

ବିଏମସି ନିର୍ବାଚନ: ଏଥର ୫୪ ନମ୍ବର ୱାର୍ଡରେ ଆଗରେ ଅଛନ୍ତି ଛାତ୍ର ନେତା ଅମିତ୍ ଜେନା

Posted On - 9 minutes ago
Edited By Prabir Kumar
LAST UPDATED Jan 25, 2022 09:40 PM

ବାପୁଜୀ ନଗରରୁ ଶ୍ରୀୟା ଟକିଜ୍ ମଧ୍ୟରେ ଥିବା ଏହି ୫୪ ନମ୍ବର ୱାର୍ଡରୁ ଗତ ନିର୍ବାଚନରେ ବିଜେଡିରୁ ମହାମାୟା ସ୍ୱାଇଁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । 


BBSR Reporters


ଭୁବନେଶ୍ୱର: ପଞ୍ଜାୟତ ନିର୍ବାଚନ ପରେ ରାଜ୍ୟରେ ପୌର ନିର୍ବାଚନ ହେବାର ଅଛି । ମାର୍ଚ୍ଚ ମାସ ଶେଷ ସୁଦ୍ଧା ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଦିର୍ଘ ୭ ବର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ୨୦୧୪ରେ ଭୁବନେଶ୍ୱରରେ ନିର୍ବାଚନ ହୋଇଥିଲା । ତେବେ ଏଥର ନିର୍ବାଚନରେ ତିନି ପ୍ରମୁଖ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଛି । ବିଶେଷ କରି ବିଜେଡିରେ ପ୍ରତି ୱାର୍ଡରେ ଏକାଧିକ ଆଶାୟୀ ପ୍ରାର୍ଥୀ ଅଛନ୍ତି । ସବୁଠୁ ହଟ୍ ୱାର୍ଡ ୫୪ ନମ୍ବରରୁ  ଏଥର ବିଜେଡିରୁ ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଟିକେଟ୍ ପାଇଁ ଦାବିଦାର ଅଛନ୍ତି ।

 

ବାପୁଜୀ ନଗରରୁ ଶ୍ରୀୟା ଟକିଜ୍ ମଧ୍ୟରେ ଥିବା ୱାର୍ଡରୁ ଗତ ନିର୍ବାଚନରେ ବିଜେଡିରୁ ମହାମାୟା ସ୍ୱାଇଁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ମୋହନ ପ୍ରସାଦ ଜେନାଙ୍କ ଠାରୁ ୧୫୦ରୁୁ ଅଧିକ ଭୋଟରେ ଜିତିଥିଲେ । କିନ୍ତୁ ଏଥର ନିର୍ବଚନୀ କ୍ଷେତ୍ରରେ ବହୁ ପରିବର୍ତନ ହୋଇଛି । ମହାମୟାଙ୍କ ପ୍ରତି ଲୋକଙ୍କ ସମର୍ଥନ କମିଛି । ଏପରି ସ୍ଥଳେ ଗତ ଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମୋହନ ପ୍ରସାଦ ଜେନାଙ୍କ ପୁଅ ଅମିତ ଜେନା ଏଥର ବିଜେଡିରୁ ଟିକେଟ୍ ପାଇଁ ସବୁଠୁ ଅଧିକ ଦାବିଦାର ଅଛନ୍ତି । କୋଭିଡ୍ ସମୟରେ ଗରୀବ ଲୋକଙ୍କୁ ଅମିତ୍ ନିଜେ ଏବଂ କିଛି ସ୍ୱଚ୍ଛୋସେବୀ ସଙ୍ଗଠନ ମାଧ୍ୟମରେ ସାହାଯ୍ୟ କରିଥିଲେ । ଯେଉଁଥିପାଇଁ ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ମଧ୍ୟ ରହିଛି । 


ଅମିତ୍ ବିଜେଡି ସମର୍ଥନରୁ ଉଭୟ ବିଜେବି ସ୍ୱଂୟ ଶାସିତ ମହାବିଦ୍ୟାଳୟ ଏବଂ ଉକôଳ ବିଶ୍ୱବିଦ୍ୟାଳୟରୁ ବିଜେଡିରୁ ସଭାପତି ଭାବେ ଲଢିଥିଲେ । ସେ ଉକôଳ ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜଏସନ ମଧ୍ୟ କରିଛନ୍ତି । ଛାତ୍ର ରାଜନୀତିରେ ସକ୍ରିୟ ଥିବା ଅମିତ ଏଥର ନିଜ ୱାର୍ଡର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ନିଷ୍ପତି ନେଇଛନ୍ତି । ଅମିତ ପ୍ରାର୍ଥୀ ହେଲେ ବିଜେଡିକୁ ଦୁଇ ପଟୁ ଫାଇଦା ମିଳିବ । କାରଣ ଅମିତଙ୍କ ବାପାଙ୍କ ବହୁ କଂଗ୍ରେସ କର୍ମୀ ଅଛନ୍ତି, ଯେଉଁମାନେ ତାଙ୍କ ପୁଅକୁ ମଧ୍ୟ ସମର୍ଥନ କରୁଛନ୍ତି । ଏପଟେ ଅମିତ ଛାତ୍ର ବିଜେଡିରେ ରହିଥିବାରୁ ଯୁବପିଢିଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି । ଜଣେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କ କର୍ପୋରେଟର ଭାବେ ଦେଖିବାକୁ ସ୍ଥାନୀୟ ଲୋକ ମଧ୍ୟ ଆଶାବାଦୀ ଅଛନ୍ତି ।

 

 ଟିକେଟ ପାଇଁ ବିଜେଡିରୁ ଅନେକ ଦାବିଦାର ରହିଥିଲେ ମଧ୍ୟ ଅମିତ ସବୁଠୁ ଆଗରେ ଅଛନ୍ତି । ୫୪ ନମ୍ବର ୱାର୍ଡରେ ପାଖାପାଖି ୧୮ ହଜାର ଭୋଟର ଅଛନ୍ତି । ସ୍ମାର୍ଟ ସିଟିର ସ୍ମାର୍ଟ ଅଞ୍ଚଳ ଭାବେ ପରିଚିତ ଏହି ୱାର୍ଡରେ ଗତ ନିର୍ବାଚନରେ ୬୫ % ମତଦାନ ହୋଇଥିଲା । ଏଥର କଂଗ୍ରେସରୁ ସେପରି କୌଣସି ପ୍ରାର୍ଥୀ ନ ଥିବା ବେଳେ ବିଜେପିରୁ ଏହି ୱାର୍ଡରୁ ମମତା ସାହୁ ପ୍ରାର୍ଥୀ ହେବାର ଆଶଙ୍କା ରହିଛି । ଏପରି ସ୍ଥଳେ ଯଦି ଅମିତ୍ଙ୍କୁ ବିଜେଡି ଟିକେଟ୍ ଦେଉଛି ତେବେ ଦଳ ନିଶ୍ଚୟ ଜିତିବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି  ।
 
 

Related News
satta king tw