Top Stories

Search here...

News

ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ 

Posted On - 1 minute ago
Edited By Jyotirmayee Patanaik
LAST UPDATED Apr 09, 2022 06:51 PM

ରଥ ଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୯୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

 

BBSR Reporters


ଭୁବନେଶ୍ୱର: ଆଜି ପବିତ୍ର ଅଶୋକା ଅଷ୍ଟମୀ  । ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ।  ରଥ ଉପରେ ନୀତିକାନ୍ତି ପରେ ରଥକୁ ଟାଣିଛନ୍ତି ଶ୍ରଦ୍ଧାଳୁ । ୨ ବର୍ଷ ପରେ ଭକ୍ତ ଟାଣିଛନ୍ତି ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ  ରଥରେ ବିରାଜିତ ହୋଇଛନ୍ତି । ବିଧି ଓ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ହେବା ପରେ ରଥରେ ସଖି ଖଞ୍ଜା ହେବା ଓ ଘୋଡ଼ା ଯୋଚାଯାଇଥିଲା । ଏହା ପରେ ରଥ ଦାଣ୍ଡରେ ମାଉସୀ ମା’ ଅଭିମୁଖେ ଗଡିଛି ରୁକୁଣା ରଥ । ରଥ ଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୯୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

Related News
satta king tw