Top Stories

Search here...

News

ସ୍ଥଗିତ ହେଲା ବରଗଡ଼ର ଧନୁଯାତ୍ରା ମହୋତ୍ସବ; ଜାନୁଆରୀରେ ନିଆଯିବ ପରବର୍ତ୍ତି ନିଷ୍ପତ୍ତି

Posted On - 1 month ago
Edited By Team BbsrReporters
LAST UPDATED Jan 19, 2022 01:26 AM

ଜାନୁଆରୀ ଗାଇଡଲାଇନ୍ ଆସିବା ପରେ ପୁନଃବିଚାର କରାଯିବ ବୋଲି ବରଗଡ଼ ଧନୁଯାତ୍ରା କମିଟି ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ କହିଛନ୍ତି ।

 

BBSR Reporters

 


ବରଗଡ଼: ସ୍ଥଗିତ ରହିଲା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ  । ଡିସେମ୍ବର ଗାଇଡଲାଇନକୁ ନେଇ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଛି । ଜାନୁୟାରୀ ମାସର ଗାଇଡଲାଇନ୍ ଆସିଲେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ  ବୋଲି ବରଗଡ଼ ଜିଳ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ  ନିଷ୍ପତ୍ତି ନିଆଯାଇଛି  । 

 


ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟି ଅଧ୍ୟକ୍ଷ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡିସେମ୍ବର ଗାଇଡ଼ଲାଇନ ଅନୁସାରେ ଧନୁଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି ନିଷ୍ପତ୍ତି ନିଆଯାଇଛି  । ଦୀର୍ଘ ୧୧ ଦିନ ଧରି ଚାଲୁଥିବା ଏହି ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ  । ତେଣୁ ବର୍ତ୍ତମାନ ପାଇଁ ଯାତ୍ରାକୁ ସ୍ଥଗିତ ରଖାଗଲା ବୋଲି ଜିଲ୍ଲାପାଳ କହିଛନ୍ତି  । 

 


ତେବେ ଜାନୁଆରୀରେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଆସିବା ପରେ ବିଚାର କରାଯିବ ଏବଂ ପୁଣି ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି ଧନୁଯାତ୍ରା କମିଟିର ଆବାହକ କହିଛନ୍ତି  ।କୋଭିଡ ଗାଇଡଲାଇନ୍ ଅନୁଯାୟୀ ଧନୁଯାତ୍ରା ସମ୍ଭବ ନୁହେଁ । ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି । ଜାନୁଆରୀ ଗାଇଡଲାଇନ୍ ଆସିବା ପରେ ପୁନଃବିଚାର କରାଯିବ ବୋଲି ବରଗଡ଼ ଧନୁଯାତ୍ରା କମିଟି ଅଧ୍ୟକ୍ଷ ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ କହିଛନ୍ତି ।
 

Related News
satta king tw