Top Stories

Search here...

News

ମୋ ଦେଶ  ଭାରତ

Posted On - 2 hours ago
Edited By Team BbsrReporters
LAST UPDATED Oct 23, 2021 01:11 PM

ମୋ ଦେଶ  ଭାରତ......


ଯେଉଁ ଦେଶରେ  ମୋର  ଜନ୍ମ ଯାହାର ଶସ୍ୟ ଓ ଜଳ ଦ୍ୱାରା ମୁଁ ପରିପୁଷ୍ଟ ଯାହାର ବାୟୁରେ ମୁଁ ଜୀବିତ ସେ ହିଁ ମୋର  ଅତିପ୍ରିୟ, ଅତିଆପଣାର  ' ଭାରତ ବର୍ଷ '. ସେଇ ଦେଶ ହିଁ ମୋର  ' ମାତୃଭୂମି '. ଏହାର   ଉତ୍ତର ଦିଗରେ ହିମାଳୟ ପର୍ବତଶ୍ରେଣୀ  ନେପାଳ ଓ ତିଦ୍ଧତ, ଦକ୍ଷିଣରେ ଭାରତ ମହାସାଗର ଓ ଶ୍ରୀଲଙ୍କା, ପୂର୍ବରେ ବଙ୍ଗୋପସାଗର, ବାଙ୍ଗଲାଦେଶୀ ଓ ମିଆଁମାର, ପଶ୍ଚିମରେ ଆରବସାଗର ଓ ପାକିସ୍ତାନ ଅବସ୍ଥିତ. ଏହାର ଶୀର୍ଷରେ ଜାମ୍ମୁକାଶ୍ମୀର ଠାରୁ  ଆରମ୍ଭ କରି ନିମ୍ନରେ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ.
           

 

 ଆହାଃ ମୋ ଭାରତ  ବର୍ଷ
                      କେଡେ ସୁନ୍ଦର ତାର ସବୁଜିମା କ୍ଷେତ      ସୁନ୍ଦର ତାହାର ବେଶ 
                ଆହାଃ ମୋ ଭାରତ  ବର୍ଷ.....
     

 


ଭାରତ  ବର୍ଷର  ଆୟତନ ପ୍ରାୟ 32 ଲକ୍ଷ 80 ହଜାର ବର୍ଗକିଲୋମିଟର,ଏଥିରେ 28ଟି ରାଜ୍ୟ ଓ 9ଟି କେନ୍ଦ୍ରାଶାସିତ ଅଂଚଳ  ଏବଂ ଗୋଟିଏ ଜାତୀୟ ରାଜଧାନୀ   ଅବସ୍ଥିତ. ଭାରତବର୍ଷ ଏକ ବିଶାଳ ଦେଶ  ଏହାର ଐତିହ ଓ ସଂସ୍କୃତି ଯେପରି ପୁରାତନ  ସେହିପରି  ମହାନ ମଧ୍ୟ. ପୌରାଣିକ  କଥା ଠାରୁ ଆରମ୍ଭ କରି ରାଜା ମହାରାଜାଙ୍କ ରାଜୁତି କାଳରୁ ଏ ପର୍ଯ୍ୟନ୍ତ ଯାହାବି ଶିକ୍ଷା ଆମକୁ ମିଳେ ସେଥିରୁ ସ୍ପଷ୍ଟ ଜଣାପଡେ ଆମଦେଶ  କେତେ ମହାନ. ମୋ ଦେଶ  ଭାରତ କୁ ସ୍ବର୍ଣ୍ଣ ପ୍ରସ୍ବ ବୋଲି ମଧ୍ୟ କୁହାଯାଏ. ଏହି ସୁନାର  ଭାରତ  ବା ଭାରତ ର ବୈଭବ ହିଁ ତାର ଶତ୍ରୁ ପାଲଟିଛି. ଭାରତବର୍ଷରେ ଥିବା ବିପୁଳ ପରିମାଣ ରେ ଧନ,ରତ୍ନ  ପାଇଁ ବହୁତ ଆକ୍ରମଣ ସହିଛି ଏଇ ମୋ ଭାରତ ମା . କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ର ସୀମା ବିସ୍ତୃତ. ଏଇ ଭାରତ ମା ର ରକ୍ଷା ପାଇଁ ସହ  ସହ  ବୀର ଯବାନ  ମନେ  ତାଙ୍କ ମାଙ୍କର କୁଳ ଭସାଇ ଦେଇ ଅଖିଆ  ଆପିଆ ଅକ୍ଲାନ୍ତ ରେ ରାତି ରାତି ବିତିଇ ଯାଉଛି ଏବଂ ଶେଷରେ ନିଜ ମା ର କୋଳ କୁ ଶୂନ୍ୟ କରି  ଚାଲି ଯାଉଛନ୍ତି ମୋର  ବୀର ଯବାନ ଭାଇମାନେ ସେ କଥା ସବୁ କହିଲେ ଛାତିରେ କୋହ  ଆଖିରେ ଲୁହ ପଳାଇଆସେ . କେତେଯେ କଷ୍ଟ  ନସହିଛି   ଏଇ ଜାତି.
 

 


                  ଆମ ଦେଶ ଭାରତ ଏକ ଅହିଂସା, ଶାନ୍ତିପ୍ରିୟ, ଧର୍ମବିଶ୍ୱାସୀ ଦେଶ  ଅଟେ. ଏଠାରେ ଆମ ଜାତିର ପିତା ମହାତ୍ମା ଗାନ୍ଧୀ ଥିଲେ ଜଣେ ଅହିଂସାର ପୂଜାରୀ ସେ ସବୁବେଳେ ଚାହୁଁଥିଲେ  ଅହିଂସା ମାଧ୍ୟମରେ ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ କ��?... 

 


✍?ନମିତା ପ୍ରିୟଦର୍ଶନୀ ମହାନ୍ତି
      ଭଦ୍ରକ

Related News
satta king tw