Top Stories

Search here...

News

ଆଜି ଓଡିଶାରୁ ବାହୁଡିଯିବ ମୌସୁମୀ

Posted On - 2 hours ago
Edited By Team BbsrReporters
LAST UPDATED Oct 23, 2021 12:29 PM

୧୯୪୫ ମସିହାରୁ ୨୦୨୧ ମସିହା ମଧ୍ୟରେ ଚଳିତ ସେପ୍ଟେମ୍ବରରେ ହୋଇଥିବା ବର୍ଷା ହେଉଛି ୪ର୍ଥ ସର୍ବାଧିକ ବର୍ଷା ।

 

 

BBSR Reporters

 

 

ଭୁବନେଶ୍ୱର:ଆଜି ଓଡିଶାରୁ ବାହୁଡିଯିବ ମୌସୁମୀ । ସ୍ୱାଭାବିକ୍ ଭାବେ ଅକ୍ଟୋବର ୧୫ରେ ମୌସୁମୀ ଓଡିଶାରୁ ବିଦାୟ ନେଇଥାଏ, କିନ୍ତୁ ଚଳିତବର୍ଷ ଠିକ୍ ସମୟରେ ଓଡିଶାକୁ ପ୍ରବେଶ କରିଥିଲେ ବି ଫେରିବାରେ ୭ ଦିନ ବିଳମ୍ବ କରିଛି ।

 

 

ଚଳିତଥର ମୌସୁମୀର ବ୍ୟବହାର ଟିକେ ବିଚିତ୍ର ଥିଲା । ଜୁଲାଇ ଓ ଅଗଷ୍ଟରେ ଭଲ ବର୍ଷା ହୋଇନଥିବା ବେଳେ ସେପ୍ଟମ୍ବରରେ ବର୍ଷା ରେକର୍ଡ ସୃଷ୍ଟି କରିଥିଲା । ୧୯୪୫ ମସିହାରୁ ୨୦୨୧ ମସିହା ମଧ୍ୟରେ ଚଳିତ ସେପ୍ଟେମ୍ବରରେ ହୋଇଥିବା ବର୍ଷା ହେଉଛି ୪ର୍ଥ ସର୍ବାଧିକ ବର୍ଷା । ୫ ମାସ ଭିତରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ୧୩ ଲଘୁଚାପ । ଅଗଷ୍ଟରେ ଅତିନିଅଂଟିଆ ବର୍ଷା ହୋଇଥିବା ବେଳେ ସେପ୍ଟେମ୍ବରରେ ଅତି ପ୍ରବଳ ବର୍ଷା ହୋଇଥିଲା ।

 

 

ଳିତ ମୌସୁମୀରେ ପୁରୀ ଓ ଜଗତସିଂହପୁର ଜିଳ୍ଲାରେ ସ୍ୱାଭାବିକ୍‌ଠୁ ଖୁବ୍ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି ଝାରସୁଗୁଡା, ସମ୍ବଲପୁର, ଓ ଯାଜପୁର ଏହି ୬ଟି ଜିଳ୍ଲାରେ ନିଅଂଟିଆ ବର୍ଷା ହୋଇଛି ।

Related News
satta king tw