Top Stories

Search here...

News

ସ୍ପର୍ଶକାତର ମାମଲାରେ ବିଜେପି ନିମ୍ନମାନର ରାଜନୀତି କରୁଛି: ବିଜେଡି

Posted On - 2 minutes ago
Edited By Team BbsrReporters
LAST UPDATED Oct 22, 2021 05:22 PM

ବିଜେପି ମମିତା ମାମଲାକୁ ଢାଲ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାରେ ଲାଗିଛି । ଏହାକୁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି ବୋଲି  ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି ।

 

BBSR Reporters


 ଭୁବନେଶ୍ୱର: ନିଜର ସ୍ଥିତି ଜାହିର ପାଇଁ ଓଡିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି । ପୀଡିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରିବା ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ।

 

 ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ମମିତା ମେହେର ମୃତୁ୍ୟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ କିଛି ବ୍ୟକ୍ତି ଗିରଫ ହୋଇଛନ୍ତି । ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପୁଲିସ ଏହାର ତଦନ୍ତ ଜାରି ରଖିଛି । ରାଜ୍ୟ ବିଜେପି ଏବେ ଏହି ସ୍ପର୍ଶକାତର ମାମଲାକୁ ଢାଲ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାରେ ଲାଗିଛି । ଏହାକୁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି । 

 

ଏଭଳି ହୀନ ରାଜନୀତିର ଜବାବ ସେମାନେ ଠିକଣା ସମୟରେ ଦେବେ । ବିଜେଡି ପ୍ରବକ୍ତା କହିଛନ୍ତି ଯେ ଏହି ଘଟଣାରେ ପୀଡିତା ପରିବାରକୁ ଉଚିତ ନ୍ୟାୟ ମିଳିବ । ରାଜ୍ୟ ପୁଲିସ ଓ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା ପରିବର୍ତ୍ତେ ରାଜ୍ୟ ବିଜେପି ନେତାମାନେ ଗଣମାଧ୍ୟମରେ ନିଜର ମୁହଁ ଦେଖାଇବା ପାଇଁ ଆଜି ରାଜଧାନୀରେ ଯେଭଳି ଏଫ୍‍ଆଇର ଡ୍ରାମା କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେପିର ଏଭଳି ହୀନ ରାଜନୀତି ପ୍ରତି ଓଡିଶାବାସୀ ବେଶ  ଭଲଭାବେ ଅବଗତ ଅଛନ୍ତି । ଏଥିପାଇଁ ଅତୀତରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିଥିବା ବେଳେ ଅଭ୍ୟାସରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଓଡିଶାବାସୀ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିବେ ବୋଲି ସୁଶ୍ରୀ ସାହୁ ଚେତାଇ ଦେଇଛନ୍ତି । 

Related News
satta king tw