Top Stories

Search here...

News

ନିୟମ ଅପରିବର୍ତ୍ତିତ: ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ରେ ସୀମିତ ରହିବ

Posted On - 1 month ago
Edited By Team BbsrReporters
LAST UPDATED Oct 20, 2021 12:53 AM

ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କିଛି ଦିନ ତଳେ କଟକର ଲୋକ ପ୍ରତିନିଧି ଓ ପୂଜା କମିଟି ସରକାରଙ୍କ ସହ ଆଲୋଚନା କରିଥିଲେ ।

 

BBSR Reporters


ଭୁବନେଶ୍ୱର : ବଢ଼ିବନି ମୂର୍ତ୍ତିର ଉଚ୍ଚତା । ଅର୍ଥାତ୍ ସେହି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ରେ ସୀମିତ ରହିବ । ଏ ନେଇ ଆଜି ଏକ ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ କିଛି ଦିନ ତଳେ କଟକର ଲୋକ ପ୍ରତିନିଧି ଓ ପୂଜା କମିଟି ସରକାରଙ୍କ ସହ ଆଲୋଚନା କରିଥିଲେ । ସରକାର ମଧ୍ୟ ଦୁଇ ଦିନ ଭିତରେ ଏ ନେଇ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଆଜି ରାଜ୍ୟ ସରକାର ପୂଜା ପାଇଁ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । 

 

ଏସଆରସି କହିଛନ୍ତି, ସବୁଠି ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଦ୍ୱିତୀୟ ଲହର ପରେ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି ସରକାର ପାର୍ବଣ କରି କରିଥିବା ଗାଇଡଲାଇନ ଅନୁଯାୟୀ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ କମ ରହିବ ବୋଲି କୁହାଯାଇଥିଲା ।  ସାଜସଜା ନେଇ ସରକାରଙ୍କ ତରଫରୁ ମଧ୍ୟ କଟକଣା ଜାରି କରାଯାଇଥିଲା । ତେଣୁ ଅଗଷ୍ଟ ୯ ତାରିଖରେ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଥିଲେ, ତାହା ବଳବତ୍ତର ରହିବ । 

 

ସେ ଆହୁରୀ କହିଛନ୍ତି, ଆମେ ଏବେ ଅତି କଠିନ ସମୟ ଦେଇ ଗତି କରୁଛେ । ତେଣୁ ଏଭଳି କଠିନ ସମୟରେ ଧୈର୍ଯ୍ୟ ଦେଖାଇବା ନିହାତି ଜରୁରୀ ବୋଲି ସେ  କହିଛନ୍ତି । ପୂଜା କମିଟିର ଆବେଗକୁ ଆମେ ହୃଦୟଙ୍ଗମ କରିଥିଲୁ । ଯାହା ପରେ ସରକାର ନିଷ୍ପତ୍ତି ନେଲେ ଯେ ଏ ବର୍ଷ ମଧ୍ୟ ନିରାଡମ୍ବର ଭାବେ ପୂଜା ପାଳନ କରାଯିବ ବୋଲି ଏସଆରସି କହିଛନ୍ତି ।


ଏସଆରସି କହିଛନ୍ତି, କରୋନାର ଦ୍ୱିତୀୟ ଲହରି ଏପର୍ଯ୍ୟନ୍ତ ଶେଷ ହୋଇନି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପୁଣି କରୋନାର ପ୍ରଭାବ ବଢ଼ିଛି । କେରଳରେ ଏବେ ଦୈନିକ ସଂକ୍ରମଣ ୩୦ହଜାରରୁ ଉପରେ ରହୁଛି । ସେଠାରେ ଓନାମ ପର୍ବର ପରବର୍ତ୍ତୀ ସମୟରେ ପୁଣି ସଂକ୍ରମଣ ବଢ଼ିଛି । ତେଣୁ ଓନାମ ଓ କୁମ୍ଭମେଳାରୁ ଆମକୁ ବହୁତ କିଛି ଶିଖିବାର ଅଛି । କୌଣସି ପାର୍ବଣ୍ୟରେ ଭିଡ଼ ହିଁ ସଂକ୍ରମଣର ମୁଖ୍ୟ କାରଣ ।

 

ସେହିପରି ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅଛି । ଏଥିପାଇଁ ସମସ୍ତଙ୍କୁ କୋଭିଡ୍ ଗାଇଡଲାଇନ ମାନି ନୂଆଁଖାଇ ପାଳନ କରିବାକୁ ଅପିଲ୍ କରିଛନ୍ତି ଏସଆରସି । ନୂଆଁଖାଇରେ ମନ୍ଦିର ପରିସର ଭିତରେ ଭିଡ଼ ନକରିବାକୁ ଏସଆରସି ଆହ୍ୱାନ ଦେଇଛନ୍ତି । ଏହାସହ ନିଜ ପରିବାର, ଗାଁ, ଜିଲ୍ଲ ଓ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ କୁହାଯାଇଛି ।

Related News
satta king tw