Top Stories

Search here...

News

ମା'

Posted On - 1 minute ago
Edited By Team BbsrReporters
LAST UPDATED May 14, 2021 04:51 PM


     ଦୂରେ ଥାଇ ତୁମ ପଚାରୁଛି ପୁଅ
     କେମିତି ଅଛ ମା' କୁହ,
     ସ୍ନେହର ଡୋରି କୁ ବାନ୍ଧିଦେଇ ତୁମେ
     ମୋ ମନେ ଭରିଛ ମୋହ ।
     ମା' ତୁମକୁ ମୁଁ କେମିତି ଭୁଲିବି କୁହ.....
     ଛୋଟ ବେଳେ ଯଦି କାନ୍ଦୁଥିଲି କେବେ
     ପୋଛି ଦେଉଥିଲ ଲୁହ,
     ନିଜ ପୀଡ଼ା ସବୁ ସହି କରି ନିଜେ
     ଆମକୁ ହସାଉ ଥାଅ, 
     ମା' ତୁମକୁ ମୁଁ କେମିତି ଭୁଲିବି କୁହ.....
     ଅନ୍ଧାରରେ ମୋତେ ଡର ଲାଗେ ଜାଣି
     ପାଖକୁ କୋଳେଇ ନିଅ,
     ଡର ନାହିଁ ପୁଅ ମା' ଅଛି ତୋର
     ଏମିତି ବୁଝାଉ ଥାଅ ।
     ମା' ତୁମକୁ ମୁଁ କେମିତି ଭୁଲିବି କୁହ.....
     ପରବ ଆସିଲେ ମନ ଜାଣି ମୋର
     ପିଠାପଣା କରି ଥାଅ,
     ଯାତରା ଗଲେ ମୁଁ ବାପାଙ୍କୁ ଲୁଚେଇ
     ପଇସା ହାତରେ ଦିଅ ।
     ମା' ତୁମକୁ ମୁଁ କେମିତି ଭୁଲିବି କୁହ.....
     ଆମ କଥା ତୁମେ ସଦା ଚିନ୍ତା କରି
     ନିଜ କଥା ଭୁଲି ଯାଅ,
     ନିଜେ ପରା ତୁମେ ଅଳପ ଖାଇକି
     ଆମକୁ ଅଧିକା ଦିଅ ।
     ମା' ତୁମକୁ ମୁଁ କେମିତି ଭୁଲିବି କୁହ.....

 


          ଶିବଶଙ୍କର ମହାନ୍ତି

Related News
satta king tw