Top Stories

Search here...

News

....ମୁଁ ଫେରିଯିବି..... 

Posted On - 11 minutes ago
Edited By Team BbsrReporters
LAST UPDATED May 29, 2021 05:13 PM

ମୁଁ ଅପେକ୍ଷା କରିଥିଲି, ତୁମ ଫେରିବାକୁ !
ନିଜ ମୁଣ୍ଡରେ ସବୁ ଦୋଷ ବୋଳି  ଦେଇ 
ତୁମର ପ୍ରତ୍ୟେକ ଦୋଷକୁ 
ନୀରବରେ ପ୍ରବାହିତ କରିଦଉଥିଲି 
ମୋର ଏହି ଦେହର ନଦୀରେ  l

ଯେତେ ସବୁ କଷ୍ଟ, ଯନ୍ତ୍ରଣା ଆଉ କୋହର ଲୁହ 
ବଷା ବାନ୍ଧୁଥିଲେବି ଏ ମନରେ ତଥାବି ମୁଁ ଅପେକ୍ଷା କରିଥିଲି ପାଷାଣି  ଅହଲ୍ୟା ହୋଇ ତୁମକୁ,  ହେଲେ ଜାଣିନଥିଲି ଏହା ଭିତରେ ତୁମେଯେ ପାଲଟିଯାଇଛ ପାଷାଣି ଅହଲ୍ୟାଟେ ହୋଇ l
ଆଶା ଥିଲା ! ତୁମେ ଦିନେ 
ତୁମର ସେହି ହୃଦୟ ବୃକ୍ଷରେ 
ମହକିତ ପୁଷ୍ପପରି ମହକେଇବ  ମତେ  କିନ୍ତୁ ସେ ସବୁ.... l

ମୁଁ ଫେରିଯିବି 
ଆଉ ଅପେକ୍ଷା କରିବିନି ଗୋଟିଏ ଶୁଖିଲା ନଦୀ ଟିଏ ହୋଇ, 
ମୁଁ ଫେରିଯିବି,  ଆଉ ଅପେକ୍ଷା କରିବିନି  ଗୋଟିଏ ଥୁଣ୍ଟା ଗଛଟିଏ ହୋଇ 
ମୁଁ ଫେରି ଯିବି ଆଉ ଅପେକ୍ଷା କରିବିନି ଗୋଟିଏ ଶୁଖିଲା ତୁଠ ପଥରଟିଏ ହୋଇ  l

ଯିବାବେଳେ ଖାଲି ଏତିକି କହିବି 
ମୋ ସ୍ମୃତି ଯଦି କେବେ  ଭିଜାଏ ତୁମ ମନ 
ଭିଜିବ ନାହିଁ ସେଥିରେ ଆଦୌ ନହେଲେ ଝରୁଥିବ ଲୁହ ll

 

ଲେ ସୂର୍ଯ୍ୟକାନ୍ତ ମଲ୍ଲିକ, 
ଗବେଷକ ଉତ୍କଳ ବିଶ୍ୱବିଦ୍ୟାଳୟ

Related News
satta king tw