Top Stories

Search here...

News

ବାପା

Posted On - 8 hours ago
Edited By Team BbsrReporters
LAST UPDATED Jun 22, 2021 12:45 AM

ଛୋଟ ଛୋଟ ପାଦେ ତୁମ ହାତ ଧରି
               ବାଟରେ ଚାଲିବା ଶିଖିଛି,
ତୁମ ପଛପଟେ ଗାଡ଼ିରେ ବସିକି
               ନିଇତି ସ୍କୁଲ ମୁଁ ଯାଇଛି ।

ତୁମ ମାଡ଼ ଖାଇ ତୁମ ସ୍ନେହ ପାଇ
               ଛୋଟରୁ ବଡଟେ ହୋଇଛି,
ତୁମ ନାମ ନେଇ ସଦାବେଳେ ମୁଁ
               ନିଜ ପରିଚୟ ଦେଇଛି ।

ତୁମ ପକେଟରୁ ପଇସା ନେଇକି
               ପକୁଡ଼ି ଘୁଗୁନି ଖାଇଛି,
ଏବେ ପଇସା ଅଛି ହୋଟେଲ ଅଛି
               ସେ ମଜା କୋଉଠି ପାଉଛି ?

ବାପା ମାଡ଼-ଗାଳି ଆଶୀର୍ବାଦ ଭଳି
               ଆଜି ମଣିଷଟେ କରି ଦେଇଛି,
ପିତୃ ଦିବସରେ ପ୍ରଣାମ ଜଣେଇ
              ବାପା ତୁମ ପାଇଁ ପଦେ ଲେଖିଛି....

                     -ଶିବ ଶଙ୍କର ମାହାନ୍ତି

Related News
satta king tw