Top Stories

Search here...

News

ମହାପ୍ରଭୁଙ୍କୁ ଦେଖି କାହିଁକି କାବାଟ  ବନ୍ଦ କରିଦିଅନ୍ତି ମହାଲକ୍ଷ୍ମୀ; ପଢନ୍ତୁ କଣ ରହିଛି ପୌରାଣିକ କଥା

Posted On - 5 minutes ago
Edited By Team BbsrReporters
LAST UPDATED Jul 23, 2021 12:06 PM

ସୁଦର୍ଶନ, ବଳଭଦ୍ର ଓ ସୁଭଦ୍ରା ଜଣଜଣ କରି ରନô ସିଂହାସନକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆସିବା କଥା ଶୁଣି ଭେଟ ମଣ୍ଡପକୁ ଆସନ୍ତି ।

 

BBSR Reporters

 

ପୁରୀ : ମହାପ୍ରଭୁୁ ମହାମାନବୀୟ ଲୀଳାଖେଳା ସାରି ଯେତେବେଳେ ଶ୍ରୀମନ୍ଦିର ଫେରନ୍ତି ଲକ୍ଷ୍ମୀ ଠାକୁରାଣୀ କବାଟ ବନ୍ଦ କରିଦିଅନ୍ତି । ଏହା ପଛରେ ରହିଛି ଅନେକ କଥା ।  କୁହାଯାଏ ଯେ, ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରୁ ଫେରିବା ପରେ ଦେବୀ ଏଭଳି ଅଭିମାନ ଢାଳନ୍ତି । ପରେ ଲକ୍ଷ୍ମୀ ଠାକୁରାଣିଙ୍କୁ ବୁଝାଇବା ପରେ ସେ କବାଟ ଖୋଲିଥାନ୍ତି ।


‘ପ୍ରଭୁଙ୍କ ପହଣ୍ଡି ବିଜୟ ଦେଖି, ଦାସୀକି ଆଜ୍ଞା ଦେଲେ କମଳାକ୍ଷୀ । କବାଟ ପକାଇ ଦିଅ କିଳିଣୀ, ଡାକିଲେ ନଶୁଣିବ କମ୍ଭୁପାଣି’ । କବି ଜଗନ୍ନାଥ ପାଣିଙ୍କ ‘ଲକ୍ଷ୍ମୀନାରାୟଣ ବଚନିକା’ର ଏହି ପଂକ୍ତିରେ ହିଁ ନିହିତ ରହିଛି ମହାପ୍ରଭୁଙ୍କ ମହାମାନବୀୟ ଲୀଳାଖେଳା । ‘ନୀଳାଦ୍ରି ବିଜେ’ ଦିନ ଲକ୍ଷ୍ମୀନାରାୟଣ ବଚନିକା ଭକ୍ତଙ୍କୁ ପୁଲକିତ କରିବା ସହ ନିଜ ପାରିବାରିକ ଜୀବନର ବାସ୍ତବ ଚିତ୍ରକୁ ଅନୁଭବ କରନ୍ତି ।


ଗବେଷଙ୍କ କହିବା ମୁତାବକ, ଲକ୍ଷ୍ମୀ ଠାକୁରାଣୀଙ୍କ ଅଗୋଚରେ ଭଉଣୀ ସୁଭଦ୍ରାକୁ ନେଇ ଶ୍ରୀଜଗନ୍ନାଥ ଗୁଣ୍ଡିଚା ଯାତ୍ରାରେ ଯାଇଥାନ୍ତି । ତେଣୁ ମା’ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ବୁଝାଇ ଫେରାଇ ଆଣିବାକୁ ହେରାପଞ୍ଚମୀରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ମାତ୍ର ଦର୍ଶନ ନ ପାଇ ନନ୍ଦିଘୋଷର ରଥ କାଠ ଭାଙ୍ଗି ଅଭିମାନରେ ମା’ ଶ୍ରୀମନ୍ଦିରକୁ ଫେରି ଆସନ୍ତି । ତେବେ ଏତିକିରେ ଶାନ୍ତ ହୁଏନି ମହାଲକ୍ଷ୍ମୀଙ୍କ ଅଭିମାନ । ତେଣୁ ନୀଳାଦ୍ରି ବିଜେରେ ମା’ ଲକ୍ଷ୍ମୀ ସାଆନ୍ତାଣି ଅଭିମାନ କରି ଶ୍ରୀଜଗନ୍ନାଥଙ୍କୁ ଦ୍ୱାର କିଳିଦିଅନ୍ତି ।


 ସୁଦର୍ଶନ, ବଳଭଦ୍ର ଓ ସୁଭଦ୍ରା ଜଣଜଣ କରି ରନô ସିଂହାସନକୁ ଆସିବା ପରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆସିବା କଥା ଶୁଣି ଭେଟ ମଣ୍ଡପକୁ ଆସନ୍ତି । ଶ୍ରୀଜଗନ୍ନାଥ ଚାରମାଳ ଉପରେ ଓ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପରେ ଥିବା ବେଳେ ‘ଲକ୍ଷ୍ମୀନାରାୟଣ ବନ୍ଦାପନା’ ନୀତି ଅନୁଷ୍ଠିତ ହୁଏ । ବନ୍ଦାପନା ପରେ ମା’ ସିଂହଦ୍ୱାର କିଳି ଦେବାକୁ ଆଦେଶ ଦିଅନ୍ତି ।

 

ଜୟ ବିଜୟ ଦ୍ୱାର ନିକଟରେ ହିଁ ଦ୍ୱାର ଫିଟାକୁ ନେଇ ଆରମ୍ଭ ହୁଏ ବଚନିକା । ଲକ୍ଷ୍ମୀ ଠାକୁରାଣୀ ନିଜର ଦୁଃଖ ଓ ଅଭିମାନ ପ୍ରକାଶ କରନ୍ତି । ଦ୍ୱାରର ବାହାର ପାଖରେ ମହାପ୍ରଭୁଙ୍କ ପକ୍ଷରୁ ସ୍ୱାଇଁମହାପାତ୍ର ମହାଲକ୍ଷ୍ମୀଙ୍କର ସମସ୍ତ ଅଭିଯୋଗକୁ ଖଣ୍ଡନ କରି ମାନଭଂଜନ ପାଇଁ ଚେଷ୍ଟା କରନ୍ତି । ଦେବୀଙ୍କ ପାଇଁ ବସ୍ତ୍ର ଅଳଙ୍କାର ଆଦି ଆଣିଥିବା କହିବା ପରେ ଜୟବିଜୟ ଦ୍ୱାର ଖୋଲାଯାଏ ବୋଲି ଗବେଷକମାନେ କହିଛନ୍ତିି ।
 

Related News
satta king tw