Top Stories

Search here...

News

ରତ୍ନ ଭଣ୍ଡାର ଚାବିକୁ ନେଇ ବଢୁଛି ସନେ୍ଦହ; ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ତ?

Posted On - 3 hours ago
Edited By Team BbsrReporters
LAST UPDATED Nov 22, 2021 02:40 PM

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କେଉଁଠି ରହିଛି? ସତରେ କଣ ହଜିଯାଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି? ନା ପୁରୀ ପ୍ରଶାସନ ପାଖରେ ରହିଛି? ପଢନ୍ତୁ ପୁରା ଖବର

 

BBSR Reporters

 


ଭୁବନେଶ୍ୱର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ସୃଷ୍ଟି ହୋଇଛି ଗୋଳମାଳିଆ ପରିସ୍ଥିତି । କିଛି ଦିନ ତଳେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ୧୯୭୦ ମସିହା ପରଠୁ ପୁରୀ ଜିଲ୍ଲା କୋଷାଗାରରେ ଆଉ ରତ୍ନଭଣ୍ଡାର ଚାବି ଜମା ହୋଇନାହିଁ । ଖୋଦ୍ ଟ୍ରେଜେରୀ ଅଫିସର ୨୦୧୮ ଏପ୍ରିଲ୍ ୪ ତାରିଖରେ ତକôାଳୀନ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ । ଏହା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବିକୁ ନେଇ ସୃଷ୍ଟି ହୋଇଛି ଗୋଳମାଳିଆ ପରିସ୍ଥିତି ।

 


ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କେଉଁଠି ରହିଛି? ସତରେ କଣ ହଜିଯାଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି? ନା ପୁରୀ ପ୍ରଶାସନ ପାଖରେ ରହିଛି? ଯାହାକୁ ନେଇ ବଢୁଛି ଭକ୍ତଙ୍କ ମନରେ ସନେ୍ଦହ ବଢୁଛି । ଯଦି ଟ୍ରେଜେରୀ ଅଫିସରଙ୍କ କଥା ସତ ହୋଇଥାଏ, ତାହାହାଲେ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲା ହୋଇ ଅଳଙ୍କାର ଗଣତି ହୋଇଥିଲା କେମିତି? ତା’ସହ ୧୯୮୨ ମସିହାରେ କଳାହାଟ ଦ୍ୱାରର ରୁପା ଛାଉଣୀ ପାଇଁ ରତ୍ନଭଣ୍ଡାରରୁ ରୁପା ଆସିଲା କେମିତି ? ୧୯୮୫ ମସିହାରେ ବଡ଼ଠାକୁର ବଳଭଦ୍ରଙ୍କ ଚିତା ମରାମତି ପାଇଁ ସୁନା ଅଣାଗଲା କେମିତି? ସବୁଠାରୁ ବଡ଼ କଥା ହେଉଛି ସେତେବେଳେ ରତ୍ନଭଣ୍ଡାର ଖୋଲିବାକୁ ଚାବି ଆସୁଥିଲା କେଉଁଠୁ? ସେ ଚାବି କାହା ପାଖରେ ରହୁଥିଲା?

 

 

ଚାବି ଯାହା ପାଖରେ ରହୁନା କାହିଁକି ତାଙ୍କଠୁ ୨୦୧୮ ଏପ୍ରିଲ ୪ ତାରିଖରେ ଆଣି ୧୭ ଜଣିଆ ଯାଞ୍ଚ କମିଟି ଭିତର ରତ୍ନଭଣ୍ଡାର କାହିଁକି ଖୋଲିଲେ ନାହିଁ? ଏଭଳି ଅସମାହିତ ପ୍ରଶ୍ନ କେବଳ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କୁ ନୁହେଁ, ଖୋଦ ଭଣ୍ଡାର ମେକାପଙ୍କୁ ମଧ୍ୟ ଚକିତ କରିଛି ।

 

 

ସେପଟେ ଭଣ୍ଡାର ମେକାପ କହିଛନ୍ତି, ଭିତର ରତ୍ନଭଣ୍ଡାରର ୩ଟି ଚାବିରୁ ଗୋଟିଏ ତାଙ୍କ ପାଖରେ ଥିଲା । ବାକି ଦୁଇଟିରୁ ଗୋଟିଏ ଗଜପତି ମହାରାଜା ଓ ଅନ୍ୟଟି ପୁରୀ କଲେକ୍ଟରଙ୍କ ପାଖରେ ରହିବା ନିୟମ ରହିଛି । ୨୦୧୮ ମସିହାରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବେଳେ କଲେକ୍ଟର ଯେଉଁସବୁ ଚାବି ଆଣିଥିଲେ, ସେଥିରୁ କୌଣସି ଗୋଟିଏରେ ମଧ୍ୟ ତାଲା ଖୋଲିଲାନି । ତେବେ ରତ୍ନଭଣ୍ଡାର ମରାମତି ଅତି ଜରୁରୀ ବୋଲି କହିଛନ୍ତି ଭଣ୍ଡାର ମେକାପ ।

 

 

୨୦୧୮ ମସିହା ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଅସୁରକ୍ଷିତ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ଭିତର ଭଣ୍ଡାର ଚାବି ମିଳୁନଥିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହାରି ଭିତରେ ୨୦୧୮ ମସିହା ଜୁନ ୧୩ ତାରିଖରେ ହଠାତ ପୁରୀ ରେକର୍ଡ ରୁମରୁ ଏକ ବନ୍ଦ ଲଫାଫାରୁ ଗୋଟିଏ ଡୁପ୍ଲିକେଟ୍ ଚାବି ମିଳିଥିବା ନେଇ ଘୋଷଣା କରିଥିଲେ ସେତେବେଳର ଜିଲ୍ଲାପାଳ ।

 

ତେବେ ଏଠି ପ୍ରଶ୍ନ ଉଠୁଛି ଟ୍ରେଜେରୀରେ ରହୁଥିବା ଚାବି ରେକର୍ଡ ରୁମ୍କୁ ଗଲା କେମିତି? ଏହାକୁ ନେଇ ଭକ୍ତଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା । ଶେଷରେ ଭକ୍ତଙ୍କ ପ୍ରବଳ କ୍ଷୋଭ ଓ ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ନ୍ୟାୟିକ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ ରାଜ୍ୟ ସରକାର । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରଘୁବୀର ଦାସଙ୍କ କମିଶନ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆଇନ ବିଭାଗ ଓ ଗୃହ ବିଭାଗକୁ ସେହିବର୍ଷ ନଭେମ୍ବର ୩୦ ତାରିଖରେ ୩୨୪ ପୃଷ୍ଠାର ଇନକ୍ୱାରୀ ରିପୋର୍ଟ ପ୍ରଦାନ କରିଥିଲେ । କମିଶନଙ୍କ ରିପୋର୍ଟ ଆସିବାକୁ ୩ ବର୍ଷ ପୂରିବାକୁ ଯାଉଥିବା ବେଳେ ଅଦ୍ୟାବଧି ତାହା ସାର୍ବଜନୀନ ହୋଇ ପାରିନାହିଁ । ଏମିତିକି ୨୦୧୯ ମସିହାରେ ଏ ସମ୍ପର୍କରେ ବିଧାନସଭାରେ କଥା ଉଠିଥିଲେ ମଧ୍ୟ ସେତେବେଳେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତ୍ତର ରଖି ରିପୋର୍ଟର ଅନୁଧ୍ୟାନ ଚାଲିଥିବା କହିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାହା ସାର୍ବଜନିନ ହୋଇନଥିବାରୁ ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 
 

Related News
satta king tw