Top Stories

Search here...

News

ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ 

Posted On - 17 minutes ago
Edited By Prabir Kumar
LAST UPDATED Nov 15, 2021 08:39 PM

ଶହୀଦ ବିର୍ସା ମୁଣ୍ଡାଙ୍କ ଗୌରବମୟ ପରିଚିତି ଭବିଷ୍ୟତ ପିଢି ଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି ସଭାରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

 

BBSR Reporters


ଭୁବନେଶ୍ୱର: ଭାରତ ଭୂମିର ସ୍ୱାଧୀନତା ପାଇଁ ଯେଉଁ ସଂଘର୍ଷମୟ ସଂଗ୍ରାମ ଜାରି ରହିଥିଲା ସେଥିରେ ଓଡ଼ିଶାର ବହୁ ବୀର ସଂଗ୍ରାମୀ ନିଜର ସର୍ବସ୍ୱ ତ୍ୟାଗକରି ଆତ୍ମ ବଳିଦାନ ଦେଇଥିଲେ  । ଶହୀଦ ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବୟସରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣବଳୀ ଦେଇଥିଲେ  । ଆଜି ସଂଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ସଭାରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

 

ଉଭୟ ମଞ୍ଚ ଓ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଶହୀଦ ବିର୍ସା ମୁଣ୍ଡାଙ୍କୁ ସ୍ୱାଭିମାନ ଓ ଦେଶପ୍ରେମ ର ପ୍ରତୀକ ଭାବେ ବର୍ଣ୍ଣନା କରିବା ସହ ଆଦିବାସୀ ମାନଙ୍କ ନିମନ୍ତେ ପରିଚିତି ସୃଷ୍ଟି କରିବା ସହ ଭବିଷ୍ୟତ ପିଢିଙ୍କ ନିମନ୍ତେ ଆଲୋକ ବର୍ତ୍ତିକା ବୋଲି କହିଥିଲେ  ।ଆଜିର ଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳିତ ହେଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ  ।

 

ପୂ୍ୱର୍ତନ ସାଂସଦ ଡକ୍ଟର ପ୍ରଭାସ ସିଂ ଭର୍ଚୁଆଲ ମାଧ୍ୟମରେ ଉତ୍ସବରେ ଯୋଗ ଦେଇ କହିଥିଲେ ଯେ ଶହୀଦ ବିର୍ସା ମୁଣ୍ଡା ଅତି ଅଳ୍ପ ବୟସରୁ ଆଦିବାସୀ ସଂପ୍ରଦାୟର ଅସ୍ମିତା ତଥା ଉନ୍ନତି ପାଇଁ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ  । ଉକôଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ର ସଂମ୍ପାଦକ ଡକ୍ଟର ଲେନିନ୍ ମହାନ୍ତି ଏହି ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହି କହିଥିଲେ ,ଶହୀଦ ବିର୍ସା ମୁଣ୍ଡା ୨୫ ବର୍ଷର ସ୍ୱଳ୍ପ ଜୀବନ କାଳରେ ଶୋଷଣ ବିରୋଧରେ ସଂଗ୍ରାମ କରି ପରିବର୍ତ୍ତନ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ  ।

 

ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ଦାଶ ନିଜର ବକ୍ତବ୍ୟ ରଖି କହିଥିଲେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ପରିପ୍ରେକ୍ଷୀରେ ଶହୀଦ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ  ।ଶହୀଦ ବିର୍ସାମୁଣ୍ଡା ତାଙ୍କର ଅତି ସ୍ୱଳ୍ପ ବର୍ଷର ଜୀବନକାଳରେ ଆଦିବାସୀ ସଂପ୍ରଦାୟ ମଧ୍ୟରେ ନୂତନ ଚେତନା ଜାଗରଣ କରିଥିଲେ । ସେ ପ୍ରକୃତରେ ଥିଲେ ଜଣେ ଜାତୀୟ ବୀର ତଥା ସଶସ୍ତ୍ର ସଂଗ୍ରାମର କର୍ଣଧାର  ।
 ସୂଚନା ଓ ଲୋକସଂପର୍କ ବିଭାଗର ନିଦେ୍ର୍ଧଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଜୟନ୍ତୀ ଉତ୍ସବରେ ସ୍ୱାଗତଭାଷଣ ପ୍ରଦାନ କରି ବିର୍ସା ମୁଣ୍ଡା ଆଦିବାସୀଙ୍କ ମଧ୍ୟରେ ନବଜାଗରଣ ଆଣିଥିଲେ ବୋଲି ମନ୍ତବ୍ୟ ରଖିଥିଲେ ।ବିଭାଗୀୟ ଅତିରିକ୍ତ ନିଦେ୍ର୍ଧଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ  । ସୂଚନା ଅଧିକାରୀ ପ୍ରମିଳା ମାଝି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Related News
satta king tw