Top Stories

Search here...

News

କୋଟିଆ ବିବାଦ: ଓଡିଶା ସୀମା ଉପରେ ଆଖି ପକାଇଥିବା ପଡୋଶୀ ଆନ୍ଧ୍ର ପ୍ରଦେଶର ଖୁଲାସା

Posted On - 7 minutes ago
Edited By Team BbsrReporters
LAST UPDATED Nov 13, 2021 05:02 PM

ସାଲୁର ବିଧାୟକ ବାରମ୍ବାର ଓଡିଶାର କୋଟିଆକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି । ଏହାକୁ ଆନ୍ଧ୍ରରେ ମିଶାଇବା ପାଇଁ ଜଗନମୋହନ ସରକାରଙ୍କ ବିଭିନ୍ନ ଯୋଜନା ଧରି ଲୋକଙ୍କ ପାଖରେ ପହଂଚି ଯାଉଛନ୍ତି ।

 

 

BBSR Reporters

 

 

ଭୁବନେଶ୍ୱର:  ଓଡିଶା ସୀମା ଉପରେ ଆଖି ପକାଇଥିବା ପଡୋଶୀ ଆନ୍ଧ୍ର ପ୍ରଦେଶର ଅସଲ ମୁଖା ଖୋଲି ଯାଇଛି ।  ଜଣେ ରୋଗୀଙ୍କୁ ଭାରା କରି ବୋହି ନେଉଛନ୍ତି ସଂପର୍କୀୟ । ଏହି ଦୃଶ୍ୟ କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶ କଡମା ପଂଚାୟତର । ସାଲୁର ନିର୍ବାଚନ ମଣ୍ଡଳୀରେ ଆସୁଛି ଏହି କଡମା ପଂଚାୟତ ।

 

 

ଯେଉଁ ସାଲୁର ବିଧାୟକ ବାରମ୍ବାର ଓଡିଶାର କୋଟିଆକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି । ଏହାକୁ ଆନ୍ଧ୍ରରେ ମିଶାଇବା ପାଇଁ ଜଗନମୋହନ ସରକାରଙ୍କ ବିଭିନ୍ନ ଯୋଜନା ଧରି ଲୋକଙ୍କ ପାଖରେ ପହଂଚି ଯାଉଛନ୍ତି । ଆନ୍ଧ୍ର କଡମା ପଂଚାୟତର ଏ ଦୃଶ୍ୟ ଗୋଟିଏ ଦିନର ନୁହେଁ । ବର୍ଷବର୍ଷ ଧରି ଏଠାକାର ଲୋକମାନେ ସାଧାରଣ ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି । ପକ୍କା ରାସ୍ତାଟିଏ ନଥିବାରୁ ପ୍ରାୟ ୮ କିଲୋମିଟର ପାହାଡିଆ ରାସ୍ତାରେ ଏହିଭଳି ବିପଦ ସଂକୂଳ ଅବସ୍ଥାରେ ରୋଗୀଙ୍କୁ ଭାରା କରି ବୋହି ନେଉଛନ୍ତି ହସ୍ପିଟାଲ ।

 

 

ହେଲେ ସେହି ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ କୋଟିଆରେ ଆସି ଆନ୍ଧ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବାବଦରେ କହି ଓଡିଶାର ଲୋକଙ୍କୁ ଆନ୍ଧ୍ରରେ ମିଶିବା ପାଇଁ ଉସୁକାଉଛନ୍ତି । ଏଥିରୁ ଜଣାପଡୁଛି କେବଳ ରାଜନୈତିକ ଫାଇଦା ପାଇଁ ସାଲୁର ବିଧାୟକ ରାଜନ ଦୋରା କୋଟିଆକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି । ହେଲେ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସାଧାରଣ ମୌଳିକ ସୁବିଧା ଯୋଗାଇଦେବାକୁ ମଧ୍ୟ ସେ ଅସମର୍ଥ । ତେଣୁ ପ୍ରଥମେ ନିଜ ଅଂଚଳର ସମସ୍ୟା ଦୂର କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି କୋଟିଆ ଅଂଚଳର ବୁଦ୍ଧିଜୀବୀ ।  

Related News
satta king tw