Top Stories

Search here...

News

ଓଡ଼ିଶାରେ ହୋଇପାରେ ସାମାନ୍ୟ ବର୍ଷା

Posted On - 3 minutes ago
Edited By Team BbsrReporters
LAST UPDATED Nov 11, 2021 04:59 PM

ବଙ୍ଗୋପସାଗରରେ ଦେଖାଦେଇଥିବା ଅବପାତର ପ୍ରଭାବ ଓଡ଼ିଶା ଉପରେ ସେତେଟା ରହିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।

 

 

BBSR Reporters

 

 

ନୂଆଦିଲ୍ଲୀ: ବଙ୍ଗୋପସାଗରରେ  ଡିପ୍ରେସନ ଧୀରେ ଧୀରେ ତାମିଲନାଡ଼ୁ ଉପକୂଳ ଆଡ଼କୁ ଗତି କରୁଛି । ଏହା ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଗତି କରୁଛି । ଏହା ଆଜି ସଂଧ୍ୟା ସୁଦ୍ଧା ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

 

ଡିପ୍ରେସନ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିବାର ସମ୍ଭାବନା ଥିବାବେଳେ ୬୦ କିଲୋମିଟର ବେଗରେ ଝଟକା ଦେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି । ବନ୍ୟାସ୍ଥିତିର ମୁକାବିଲା କରିବାକୁ ରାଜ୍ୟରେ ୧୧ଟି ଏନଡିଆରଏଫ ଦଳ ଓ ୭ଟି ଏସଡିଆରଏଫ ଦଳ ମୁତୟନ କରାଯାଇଛି ।

 

 

ଡିପ୍ରେସନ ସ୍ଥଳଭାଗ ଛୁଇଁବା ବେଳେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ କ୍ରିଷ୍ଣା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

 

 

ଏପଟେ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ଏହା ସହ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସମ୍ଭାବନା ରହିଛି ।

 

 

ରାତି ତାପମାତ୍ରା ୨ରୁ ୩ ଡିଗ୍ରି ଯାଏଁ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେବେ ବଙ୍ଗୋପସାଗରରେ ଦେଖାଦେଇଥିବା ଅବପାତର ପ୍ରଭାବ ଓଡ଼ିଶା ଉପରେ ସେତେଟା ରହିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ସେପଟେ ଆଣ୍ଡାମାନ ସାଗରରେ ଆଗାମୀ ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ ଓ ଉତରପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Related News
satta king tw