Top Stories

Search here...

News

ସାକ୍ଷୀଗୋପାଳରେ ଏଥର ରାଧାପାଦ ଦର୍ଶନ ମନା; ଜାରୀ ହେବ ୧୪୪ ଧାରା

Posted On - 2 hours ago
Edited By Team BbsrReporters
LAST UPDATED Nov 10, 2021 09:52 PM

ଚଳିତ ମାସ ୧୨ରେ ଅଁଳାନବମୀ ଏବଂ  ୧୫ ତାରିଖରେ ବଡ଼ଏକାଦଶୀ ପାଳନ ହେବ । ଏହି ସମୟରେ ସାକ୍ଷୀଗୋପାଳ ମନ୍ଦିରରେ ଧାରା ୧୪୪ ଲାଗୁ ହେବ ବୋଲି କୁହାଯାଇଛି ।

 

BBSR Reporters


ପୁରୀ: ଚଳିତ ଥର ଅଁଳା ନବମୀରେ ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରି ପାରିବେ ନାହିଁ । ଚଳିତ ମାସ ୧୨ରେ ଅଁଳାନବମୀ ପାଳନ ହେବ । ଠିକ୍ ସେହିପରି ୧୫ ତାରିଖରେ ବଡ଼ଏକାଦଶୀ ପାଳନ ହେବ । ଏହି ସମୟରେ ସାକ୍ଷୀଗୋପାଳ ମନ୍ଦିରରେ ଧାରା ୧୪୪ ଲାଗୁ ହେବ । ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀରେ ରାଧାପାଦ ଦର୍ଶନ ମନା କରାଯାଇଛି । କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ସାକ୍ଷୀଗୋପାଳ ଠାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି  ।

 

 ପବିତ୍ର କାର୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସାକ୍ଷୀଗୋପାଳ ପୀଠ ଚଳଚଞ୍ଚଳ ହୋଇ ଉଠେ । ଅଁଳା ନବମୀ ଅବସରରେ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଫଳରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ଉକ୍ତ ଦୁଇ ଦିନରେ ବହୁ ସଂଖ୍ୟାରେ ଜନ ଗମାଗମ ହେବା ଏବଂ କରୋନା ବ୍ୟାପିବା ଆଶଙ୍କା ଥିବାରୁ ଏହି କଟକଣା ବଳବତ୍ତର ରହିବ  । 

 

କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷ ମାନଙ୍କ ପ୍ରବେଶାନୁମତି ରହିବ  । ମନ୍ଦରିର ନୀତିକାନ୍ତି ସୂଚାରୁ ରୂପେ ପରିଚାଳନା କରିବା ସଂକ୍ରାନ୍ତରେ ସଂପୃକ୍ତ ସେବାୟତ ମାନଙ୍କ ସହ ଆଲୋଚନା କରାଯାଇଛି  । ଅଗ୍ନିଶମ ବିଭାଗ ପକ୍ଷରୁ ମନ୍ଦିର ପରିସର ସାନିଟାଇଜ କରାଯିବା ସହ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସଫେଇ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି  । 


ସୂଚନାଯୋଗ୍ୟ, ଉତ୍ତର ଭାରତୀୟ ରୀତିନୀତିରେ ସାକ୍ଷୀଗୋପାଳ ମନ୍ଦିରରେ ପୂଜା ବିଧି ରହିଛି । ଏଠାରେ ଠାକୁରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି । ତେଣୁ ବର୍ଷସାରା ଠାକୁରାଣୀଙ୍କ ପାଦ ଆବୃତ୍ତ ହୋଇ ରହିଥାଏ । ଅଁଳା ନବମୀରେ ଠାକୁରାଣୀ ଓଡ଼ିଆଣୀ ବେଶ ହୁଅନ୍ତି । ଏହି ଅବସରରେ ପାଦ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ମିଳିଥାଏ । 
 

Related News
satta king tw