Top Stories

Search here...

News

ନୂଆ ବର୍ଷରେ ଯୋଗ ଦେବେ ନୁଆ ଡିଜିପି; ଅଭୟଙ୍କୁ ଅବସର ଅନୁମତି 

Posted On - 51 minutes ago
Edited By Team BbsrReporters
LAST UPDATED Nov 10, 2021 08:57 PM

ଡ଼ିସେମ୍ୱର ୩୧ରେ ଅବସର ନେବେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ । ଏ ନେଇ ନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

 

 

BBSR Reporters

 

 

 

ଭୁବନେଶ୍ୱର,: ନୂଆ ବର୍ଷରେ ରାଜ୍ୟ ପୋଲିସ ମହାନିଦେ୍ର୍ଧଶକ ଭାବେ ଯୋଗେଦବେେ ନୂଆ ଡିଜି । ଡ଼ିସେମ୍ୱର ୩୧ରେ ଅବସର ନେବେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ । ଏ ନେଇ ନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଯେଉଁଥିରେ ରାଜ୍ୟ ପୋଲିସ ମୁଖିଆ ଅଭୟଙ୍କ ଅବସର ନେଇ ଉଲ୍ଲେଖ ପ୍ରକାଶ ପାଇଛି ।

 

 

 

 ଡିଜିପି ଅଭୟ ଜିସେମ୍ୱର ୩୧ରେ ଅବସର ନେବା ନେଇ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୧୯୮୬ ବ୍ୟାଚ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଅଭୟ ୨୦୧୯ ଡ଼ିସେମ୍ୱର ୧୦ ତାରିଖରେ ଓଡ଼ିଶା ପୋଲିସର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ିଶାରୁ ଅପରାଧ ମୁକ୍ତ କରିବା ଏବଂ ମାଓ ମୁକାବିଲା ନେଇ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । 

 

 


ବିଶେଷ କରି ଓଡିଶା-ଆନ୍ଧ୍ର  ସୀମାରେ ଦେଖାଯାଇଥିବା ନକ୍ସଲ ସମସ୍ୟା ଉପରେ କଡା ପଦକ୍ଷେପ ନେଇଛନ୍ତି । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ବହୁବାର ଗସ୍ତ କରି ନˆସଲ ଦମନ ନେଇ ଗୁପ୍ତ ବୈଠକ କରିଛନ୍ତି । ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ପରେ ଡିଜିପି ଅଭୟଙ୍କୁ ଦାୟିତ୍ୱ ଦେଇଥିଲେ ଓଡ଼ିଶା ସରକାର । ଡିଜିପି ଅଭୟ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସମଗ୍ର ଦେଶରେ ପରିଚିତ । ପୂର୍ବରୁ ହାଇଦ୍ରାବାଦସ୍ଥିତ ସର୍ଦ୍ଧାର ବଲ୍ଳଭଭାଇ ପଟେଲ ନ୍ୟାସନାଲ୍ ପୋଲିସ ଏକାଡେମୀର ନିଦେ୍ର୍ଧଶକ ଭାବେ ମଧ୍ୟ ଦାୟିତ୍ୱ ନିଭାଇଛନ୍ତି ଅଭୟ ।

Related News
satta king tw