Top Stories

Search here...

News

ମମିତା ମାମଲାକୁ ନେଇ ପୋଲିସକୁ ପଶ୍ନ କଲେ ବିଜେପି ନେତା ବିଜୟ ମହାପାତ୍ର

Posted On - 6 minutes ago
Edited By Team BbsrReporters
LAST UPDATED Nov 13, 2021 07:32 PM

ଗୋବିନ୍ଦ କିଭଳି ଓ କେଉଁ ସ୍ଥାନରେ ମମିତାଙ୍କୁ ହତ୍ୟା କରିଥିଲା ସେନେଇ ପୋଲିସ ସିନ ରି-କ୍ରିଏସନ କରିଥିଲା । ଯାହାକୁ ଫିଲ୍ମ କହି ସମାଲୋଚନା କରିଛନ୍ତି ବିଜୟ ମହାପାତ୍ର ।

 

BBSR Reporters


ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ପୋଲିସ ତଦନ୍ତକୁ ଦୁର୍ବଳ କରିବା ପାଇଁ ପୋଲିସ ଚେଷ୍ଟା କରୁଥିବା ସାଂଘାତିକ ଅଭିଯୋଗ କରିଛନ୍ତି ବିଜୟ ମହାପାତ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେପି ନେତା କେତେକ ତଥ୍ୟ ଉପସ୍ଥାପନ କରି ପ୍ରଶ୍ନ ଉଠାଇଛନ୍ତି । 

 

ମମତା ମାମଲାରେ ସିନେ୍ଧକେଲା ଥାନା ପୋଲିସ ବଙ୍ଗୋମୁଣ୍ଡା କୋର୍ଟରେ ଦାଖଲ କରିଥିବା କେସ ଡାଏରୀ ଆଧାରରେ ଏହି ପ୍ରଶ୍ନ କରିଛନ୍ତି ବିଜୟ । ତାଙ୍କ କହିବା ହେଲା ମମିତା ହତ୍ୟା ମାମଲାରେ ଅକ୍ଟୋବର ୧୩ ତାରିଖରେ ଏଫଆଇଆର କରିଥିଲା ପୋଲିସ । ହେଲେ ୧୬ ତାରିଖରେ କୋର୍ଟରେ କେସ ଡାଏରୀ କରିଛି । ତେବେ କାହିଁକି ୩ ଦିନ ବିଳମ୍ବ କଲା ପୋଲିସ ସେନେଇ ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର । 

 

ପୋଲିସ କେସ ଡାଏରୀରେ ଲେଖାଅଛି ଯେ, ଅଭିଯୁକ୍ତ ଗୋବିନ୍ଦ ସାହୁ କିଛି ଛାତ୍ରୀ ଏବଂ ସ୍କୁଲ ଓ କଲେଜର ମହିଳା କର୍ମଚାରୀଙ୍କ ଯୌନ ଶୋଷଣ କରୁଥିବା ମମିତା ଜାଣିଥିଲେ । ଏପରିକି ମମିତା ଗୋବିନ୍ଦର ଏହି ଅନୈତିକ କାମକୁ ବିରୋଧ କରୁଥିଲେ । ତେଣୁ ଗୋବିନ୍ଦ ସେକ୍ସ ରାକେଟ ଚଳାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାର ତଦନ୍ତ କିଏ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । 

 

ଏପରିକି ଗୋବିନ୍ଦ କିଭଳି ଓ କେଉଁ ସ୍ଥାନରେ ମମିତାଙ୍କୁ ହତ୍ୟା କରିଥିଲା ସେନେଇ ପୋଲିସ ସିନ ରି-କ୍ରିଏସନ କରିଥିଲା । ଯାହାକୁ ଫିଲ୍ମ କହି ସମାଲୋଚନା କରିଥିଲେ ବିଜୟ ମହାପାତ୍ର । ଆଜି ସେହି କଥାକୁ ଦୋହରାଇ ବିଜୟ କହିଛନ୍ତି ଯେ, ଗୋବିନ୍ଦର ସ୍ୱୀକାରୋକ୍ତି ନେଇ ପୋଲିସ କେସ ଡାଏରୀରେ କୁହାଯାଇ ନାହିଁ । ଏହିଭଳି ଏକାଧିକ ପ୍ରଶ୍ନ ଉଠାଇ ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନେ୍ଦହ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।


ଏପଟେ ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ଏହାସହ ହାଇକୋର୍ଟ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ କରିବାକୁ ଦାବି କରିଛନ୍ତି । ମମିତା ମେହେର ହତ୍ୟା ଘଟଣାରେ ଯେତେ ବଡ ଲୋକ ହୋଇଥିଲେ ମଧ୍ୟ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ମମିତା ହତ୍ୟା ମାମଲାରେ ବଲାଙ୍ଗୀର ଏସପି ଓ ଡିଆଇଜିଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏବଂ ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ବେଳେ ଅଭିଯୁକ୍ତଙ୍କ କଲ ଡିଟେଲ୍ସ ସାମ୍ନାକୁ ଆଣିଲେ ପୁରା ସତ ଜଣାପଡିବ ବୋଲି କହିଛନ୍ତି ଭକ୍ତ ଦାସ ।
 

Related News
satta king tw