Top Stories
Search here...
News
ଲକ୍ଷାଧିକ ଟଙ୍କା ମୂଲ୍ୟର ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଧରିଲା ଏସଟିଏଫ ଟିମ
Posted On - 6 minutes ago
Edited By Team BbsrReporters
LAST UPDATED
Nov 14, 2021 11:28 AM
ପଦ୍ମପୁର ରେଂଜ ଅଧିନସ୍ଥ କେନ୍ଧୁଭଟା ଛକ ନିକଟରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ନେଇ ଆସୁଥିବା ଖବର ପାଇ ଏସଟିଏଫ ଟିମ ଓ ପଦ୍ମପୁର ବନବିଭାଗ ଚଢାଉ କରିଥିଲା ।
BBSR Reporters
ଭୁବନେଶ୍ୱର: ଲକ୍ଷାଧିକ ଟଙ୍କା ମୂଲ୍ୟର ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଧରିଲା ଏସଟିଏଫ ଟିମ । ଗୋଟିଏ ହାତୀ ଦାନ୍ତ ସହ ଚାଲାଣ କରୁଥିବା ଜଣେ ଲୋକକୁ ଗିରଫ କରିଛି ବନ ବିଭାଗ । ପଦ୍ମପୁର ରେଂଜ ଅଧିନସ୍ଥ କେନ୍ଧୁଭଟା ଛକ ନିକଟରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ନେଇ ଆସୁଥିବା ଖବର ପାଇ ଏସଟିଏଫ ଟିମ ଓ ପଦ୍ମପୁର ବନବିଭାଗ ଚଢାଉ କରିଥିଲା ।
ପଦ୍ମପୁର ରେଂଜରଙ୍କ ସୂଚନା ଅନୁସାରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି ହାତୀ ଦାନ୍ତର ଓଜନ ୩କେଜି ୩୫୦ ଗ୍ରାମ । ଚାଲଣ କରୁଥିବା ବ୍ୟକ୍ତି ଜଣକ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଂଚଳର ରମେଶ ପ୍ରଧାନ । ଯେହେତୁ ହାତୀ ଦାନ୍ତ ଚାଲାଣ କରୁଥିବା ବ୍ୟକ୍ତି ଜଣକ ବଲାଙ୍ଗୀର ଜିଲ୍ଲା ଅଂଚଳର ତେଣୁ ବଲାଙ୍ଗୀର ଅଂଚଳରୁ ଚାଲାଣ ହେଉଥିବା ଅନୁମାନ କରାଯାଉଛି । ଅଧିକ ତଦନ୍ତ ଜାରି ରହିଛି ।