Top Stories

Search here...

News

ମଣିପୁରରେ ଆତଙ୍କବାଦୀ ଆକ୍ରମଣ:ନୂଆଦିଲ୍ଲୀ: ୫ ଯବାନଙ୍କ ସହ ୭ ମୃତ

Posted On - 7 minutes ago
Edited By Team BbsrReporters
LAST UPDATED Nov 13, 2021 07:05 PM

କମାଣ୍ଡିଙ୍ଗ ଅଫିସରଙ୍କ ସମେତ ତାଙ୍କ ସ୍ତ୍ରୀ ଓ ପୁଅର ଜୀବନ ମଧ୍ୟ ଚାଲିଯାଇଛି । ପୂର୍ବ ଯୋଜନା ମୁତାବକ ଆତଙ୍କବାଦୀମାନେ ଆଇଡି ଆଟାକ ସହ ଗୁଳି ବର୍ଷଣ କରିଛନ୍ତି ।

 

BBSR Reporters

 

ମଣିପୁରରେ ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି । ଆତଙ୍କୀଙ୍କ ଆମ୍ବୁସରେ ଜଣେ ଭାରତୀୟ ସେନା ଅଧିକାରୀଙ୍କ, ତାଙ୍କ ପନôୀ, ପୁଅ ଓ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଏପରି ହମଲା ହୋଇଛି । ହମଲା ହୋଇଥିବା ଅଞ୍ଚଳଟି ମିଆଁମାର ସୀମାନ୍ତକୁ ଲାଗିଛି । ତେଣୁ ମିଆଁମାର ସୀମାରେ ସକ୍ରିୟ ଥିବା ଆତଙ୍କୀଙ୍କ ହାତ ଏହା ପଛରେ ରହିଥିବା କୁହାଯାଉଛି ।

 

ଆକ୍ରମଣରେ କମାଣ୍ଡିଙ୍ଗ ଅଫିସର ସହିଦ ହୋଇଛନ୍ତି । ୫ ଯବାନଙ୍କ ସହ ମୋଟ ୭ଜଣଙ୍କ ଜୀବନ ଯାଇଛି । ମଣିପୁର ଚୁରାଚାନ୍ଦପୁର ଜିଲ୍ଲାର ସିଘାଟରେ ଆସାମ ରାଇଫଲସର କମାଣ୍ଡିଙ୍ଗ ଅଫିସରଙ୍କ ଟିମ ଉପରେ ଆତଙ୍କୀମାନେ ଆକ୍ରମଣ କରିଛନ୍ତି । ପୂବରୁ ଯୋଜନା ମୁତାବକ ଆତଙ୍କବାଦୀମାନେ ଆଇଡି ଆଟାକ ସହ ଗୁଳି ବର୍ଷଣ କରିଛନ୍ତି । କମାଣ୍ଡିଙ୍ଗ ଅଫିସରଙ୍କ ସମେତ ତାଙ୍କ ସ୍ତ୍ରୀ ଓ ପୁଅର ଜୀବନ ମଧ୍ୟ ଚାଲିଯାଇଛି ।

 

 ସେହିପରି ଘଟଣାରେ କୁଇକ୍ ଆକସନ ଟିମର ୩ ଜଣ ଯବାନ ସହିଦ ହୋଇଛନ୍ତି । ଆଜି ସକାଳ ୧୦ ଟାରେ ମିଆଁମାର ନିକଟ ସୀମାରେ ଏହି ଆକ୍ରମଣ ହୋଇଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ ଏହି ଘଟଣାକୁ ନିନ୍ଦା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଚୁରାଚାନ୍ଦପୁରର ସିଂହହାଟ ସବ ଡିଭିଜନରେ ଦିନ ୧୦ଟାରେ ଏପରି ହମଲା ହୋଇଛି । ୪୬ ଆସାମ ରାଫଲର ଯବାନମାନେ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଓ ପରିବାର ଲୋକଙ୍କ ସହ କନଭୟରେ ଯାଉଥିବା ବେଳେ ହଠାତ ଏପରି ହମଲାର ଶିକାର ହୋଇଛନ୍ତି ।

 

ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ଏହି ହମଲା କରିଛନ୍ତି । ଆତଙ୍କୀମାନେ ବିସ୍ଫୋରଣ କରିବା ସହ ଚାରିପଟୁ ଘେରି ରହି ଗୁଳିମାଡ଼ କରିଥିଲେ । ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ ହେଁ ସେତେବେଳେକୁ ଆତଙ୍କୀମାନେ ଫେରାର ହୋଇଯାଇଥିଲେ । ଆତଙ୍କୀଙ୍କ ହମଲାରେ କମାଣ୍ଡିଂ ଅଫିସରଙ୍କ ସମେତ ୭ ଜଣ ପ୍ରାଣ ହରାଇଥିବା ସେନା ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

 

ଏହି ଭୟଙ୍କର ହମଲାକୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସେ କହିଛନ୍ତି, ୪୬ ଆସାମ ରାଇଫଲର କନଭୟ ଉପରେ ହୋଇଥିବା ହମଲାକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି । ଏହି ହମଲାରେ କିଛି ଯବାନଙ୍କ ସହ କମାଣ୍ଡିଂ ଅଫିସର ଓ ତାଙ୍କ ପରିବାର ଲୋକଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ପୁଲିସ ଓ ପାରା ମିଲିଟାରୀ ଯବାନମାନେ ଏବେ ଆତଙ୍କୀଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରି ସାରିଛନ୍ତି । ହମଲାକାରୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ ।

 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘଟଣାକୁ ନିନ୍ଦା କରି କହିଛନ୍ତି, ଆସାମ ରାଇଫଳର କନଭୟ ଉପରେ ହୋଇଥିବା ହମଲା ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ଦେଶ ଆଜି ୪୬ ଆସାମ ରାଫଲର କମାଣ୍ଡିଂ ଅଫିସରଙ୍କ ସମେତ ୫ ଜଣ ବୀର ଯବାନଙ୍କୁ ହରାଇଛି । ସେହିପରି କମାଣ୍ଡିଂ ଅଫିସରଙ୍କ ପରିବାରର ୨ ଜଣ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି । ସବୁ ବୀରଙ୍କ ପରିବା ବର୍ଗଙ୍କୁ ମୋର ସମବେଦନା । ଖୁବଶୀଘ୍ର ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି ।
 

Related News
satta king tw