Top Stories

Search here...

News

ଓକାକ୍ ସିଇଓଙ୍କ ଠକେଇ ମାମଲା:ତଦନ୍ତ ପାଇଁ ବେଙ୍ଗାଲୁରୁ ଯିବ କ୍ରାଇମବ୍ରାଞ୍ଚ

Posted On - 20 minutes ago
Edited By Team BbsrReporters
LAST UPDATED Nov 13, 2021 01:39 PM

ଠକେଇ ହୋଇଥବବା ସମସ୍ତ ଟଙ୍କା ବେଙ୍ଗାଲୁରୁର ୩ଟି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଜଣାପଡ଼ିଛି ।

 

 

BBSR Reporters

 


ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେନ୍ଟୃର(ଓକାକ୍‌)ର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ନାଁରେ ହ୍ୱାଟ୍ସଆପ୍‌ରେ ଜାଲି ଆକାଉନ୍ଟ ଖୋଲି ୭ଲକ୍ଷ ଠକେଇ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଏ ନେଇ କ୍ରାଇମବ୍ରାଞ୍ଚକୁ ସୁରାଗ୍ ଲାଗିଥିବା ସୂଚନା ମିଳିଛି । ଏହି ଠକେଇର ଚେର୍ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଲମ୍ବିଥବବା ପୋଲିସକୁ ପ୍ରାମଣ ମିଳିଥିବାବେଳେ, ସେଠାକୁ ଖୁବ୍‌ଶିଘ୍ର ଟିମ୍ ଯାଇ ତଦନ୍ତ କରିବ ବୋଲି ସୂଚନା ମିଳିଛି । ଏହାସବୁ ଠକେଇ ହୋଇଥବବା ସମସ୍ତ ଟଙ୍କା ବେଙ୍ଗାଲୁରୁର ୩ଟି ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଜଣାପଡ଼ିଛି ।

 

 

ଏ ନେଇ କ୍ରାଇମବ୍ରାଞ୍ଚ ଉକ୍ତ ବ୍ୟାଙ୍କ କର୍ତୁପକ୍ଷଙ୍କୁ ଚିଠି ଲେଖି ଆକାଉଣ୍ଟ ଗୁଡ଼ିକ ଅଚଳ କରିଦେଇଛି । ଏହାସହ ଠକଙ୍କ ଠିକଣା ସମ୍ପର୍କରେ କ୍ରାଇମବ୍ରାଞ୍ଚ ସୂଚନା ପାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ୍ ଏଡ଼ିଜି ସଞ୍ଜୀବ ପଣ୍ଡା ।

 


ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଅପରାହ୍ନରେ ମନୋଜଙ୍କ ପାଖକୁ ଏକ ଅଜଣା ନମ୍ବରରୁ ହ୍ୱାଟ୍ସଆପ୍ ଭିଡିଓ କଲ୍ ଆସିଥିଲା । ଏହି କଲ୍‌କୁ ସେ ଉଠାଇବା ପରେ କଲ୍ କରିଥିବା ବ୍ୟକ୍ତି କିଛି କହିନଥିଲେ । ତେଣୁ ୩୦ସେକେଣ୍ଡ୍ ପରେ ମନୋଜ କଲ୍ କାଟିଦେଇଥିଲେ । ଏଥିରୁ ସାଇବର ଠକ ମନୋଜଙ୍କ ଫଟୋ ସଂଗ୍ରହ କରିନେଇ ଏକ ଜାଲି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିଥିଲା । ଏହି ସମୟରେ ସେ ମନୋଜଙ୍କ ମୋବାଇଲରୁ କଣ୍ଟାକ୍ଟ ଡିଟେଲ୍ସ ଚୋରି କରିନେଇଥିବା ସନ୍ଦେହ କରାଯାଉଛି । କିଛି ସମୟ ପରେ ମନୋଜଙ୍କ ନାଁରେ ତିଆରି ହୋଇଥିବା ଜାଲି ଆକାଉଣ୍ଟରୁ ସାଇବର ଠକ ଠକିବାକୁ ଉଦ୍ୟମ କରିଥିଲା ।

 

 

ସେ ମନୋଜଙ୍କ ସହକର୍ମୀ ଓ ସମ୍ପର୍କୀୟଙ୍କୁ ଦେହ ଖରାପ ଅଛି କହି ଟଙ୍କା ପଠାଇବାକୁ କହିଥିଲା । ଏ ନେଇ ଏକ ୟୁପିଆଇ ନମ୍ବର ଦେଇଥିଲା । ପ୍ରାୟ ୫ଜଣଙ୍କୁ ଟଙ୍କା ମାଗିଥିବାବେଳେ ମନୋଜଙ୍କ ଦେହ ଖରାପ କଥା ଶୁଣି ଦୁଇଜଣ ୭ଲକ୍ଷ ଟଙ୍କା ଦେଇଦେଇଥିଲେ । ପରେ ଏସମ୍ପର୍କରେ ଜାଣି ମନୋଜ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଜଣେ ଉଚ୍ଚପଦବୀ ଅଫିସରଙ୍କ ସହ ଏଭଳି ଘଟିଥିବା ଦେଖି କ୍ରାଇମବ୍ରାଞ୍ଚ ନିଜ ଆଡୁ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ।

Related News
satta king tw