Top Stories

Search here...

News

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଓ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ନାଁରେ ଆସିଛି ସଙ୍ଗୀନ ଆଲିଗେସନ 

Posted On - 10 minutes ago
Edited By Team BbsrReporters
LAST UPDATED Nov 13, 2021 04:45 PM

ଅଣ୍ଡରୱାର୍ଲ୍ଡ ଡନ ହାଉଦ ଇବ୍ରାହିମଙ୍କ ସହଯୋଗୀ ରିୟାଜ ଭଟ୍ଟୀଙ୍କ ପତ୍ନୀ ରେହନୁମା ଭଟ୍ଟୀ, ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଓ ରାଜୀବ ଶୁକ୍ଳାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

 

 

BBSR Reporters

 


ନୂଆଦିଲ୍ଲୀ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଓ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଅଣ୍ଡରୱାର୍ଲ୍ଡ ଡନ ହାଉଦ ଇବ୍ରାହିମଙ୍କ ସହଯୋଗୀ ରିୟାଜ ଭଟ୍ଟୀଙ୍କ ପତ୍ନୀ ରେହନୁମା ଭଟ୍ଟୀ, ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଓ ରାଜୀବ ଶୁକ୍ଳାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

 

 

ରିୟାଜ ଭଟ୍ଟୀଙ୍କ ନାଁରେ ଯୌନ ନିର୍ଯାତନା, ଦୁଷ୍କର୍ମ ଓ ସେକ୍ସ ରାକେଟ ଚଳାଉଥିବା ମୁମ୍ବାଇ ପୋଲିସରେ ଅଭିଯୋଗ କରିଛନ୍ତି ରେହନୁମା ଭଟ୍ଟୀ । ଏଥିପାଇଁ ବିଭିନ୍ନ ସମୟରେ ତାଙ୍କୁ ୧୫ରୁ ୨୦ଜଣଙ୍କ ସହ ରାତି କଟାଇବାକୁ ବାଧ୍ୟ କରି ସ୍ୱାମୀ ରିୟାଜ ନିଜର ବ୍ୟବସାୟିକ ସାମ୍ରାଜ୍ୟ ଚଳାଉଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

 

 

ନିଜ ଏଫଆଇଆରରେ ସେ ସ୍ଥାନ ଓ ତାରିଖ ଉଲ୍ଲେଖ କରିନଥିଲେ ମଧ୍ୟ ଏକ ହୋଟେଲରେ ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଓ ରାଜୀବ ଶୁକ୍ଳା ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି । ରିୟାଜ ଭଟ୍ଟୀ ତାଙ୍କ ସହଯୋଗୀଙ୍କ ସହ ରାତି ବିତାଇବାକୁ ବାଧ୍ୟ କରିବା ସହ ଦୁଇ ପୁଅଙ୍କୁ ହତ୍ୟା ଧମକ ଦେବା ନେଇ ମଧ୍ୟ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ବାରମ୍ବାର ଏନେଇ ପୋଲିସର ଦ୍ୱାରସ୍ଥ ହେବା ପରେ ବି ତାଙ୍କ ମାମଲାକୁ ଚାପି ଦିଆଯିବାକୁ ଚେଷ୍ଟା କରାଯାଉଥିବା ରିୟାଜ ଭଟ୍ଟୀଙ୍କ ପତ୍ନୀ କହିଛନ୍ତି ।

Related News
satta king tw