Top Stories
Search here...
News
ସ୍ୱାମୀଙ୍କୁ ମାଓବାଦୀଙ୍କ ଅପହରଣ: ତିନି ବର୍ଷର ଛୁଆକୁ ଧରି ଜଙ୍ଗଲ ଅଭିମୁଖେ ସ୍ତ୍ରୀ
Posted On - 7 minutes ago
ସ୍ୱାମୀ କେଉଁଠି, କେମିତି ଅଛନ୍ତି ଜଣାନଥିବା ବେଳେ ସ୍ୱାମୀଙ୍କୁ ଲାଲଗଡରୁ ମୁକୁଳାଇ ଆଣିବା ଆଶାରେ କୁନି ପୁଅକୁ ଧରି ଜଙ୍ଗଲ ଅଭିମୁଖେ ବାହାରିଛନ୍ତି ସ୍ତ୍ରୀ ।
BBSR Reporters
ମାଲକାନାଗିରି: ଲାଲବାହିନୀ କବଜାରେ ଇଂଜିନିୟର ସ୍ୱାମୀ । ସିନ୍ଦୁର ସନ୍ଧାନରେ ବାହାରିଛନ୍ତି ସ୍ତ୍ରୀ । ଆଉ କୋଳରେ ଅଛି ୩ ବର୍ଷର ଶିଶୁ ପୁତ୍ର । ମାଓବାଦୀମାନେ ସ୍ୱାମୀଙ୍କୁ ଅପହରଣ କରି ଜଙ୍ଗଲ ଭିତରକୁ ନେଇ ଯାଇଛନ୍ତି । ଏଯାଏଁ ତାଙ୍କର କୌଣସି ପତା ମିଳୁନାହିଁ । ସ୍ୱାମୀ କେଉଁଠି, କେମିତି ଅଛନ୍ତି ଜଣାନଥିବା ବେଳେ ସ୍ୱାମୀଙ୍କୁ ଲାଲଗଡରୁ ମୁକୁଳାଇ ଆଣିବା ଆଶାରେ କୁନି ପୁଅକୁ ଧରି ଜଙ୍ଗଲ ଅଭିମୁଖେ ବାହାରିଛନ୍ତି ସ୍ତ୍ରୀ ।ଏଭଳି ଖବର ଆସିଛି ଛତିଶଗଡ ଜିଲ୍ଲା ବିଜାପୁରରୁ ।
ବିଜାପୁର ଜିଲ୍ଲାର ମନକେଲି ଅଂଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତାକାମ ଚାଲିଛି । ଏହି କାମରେ ନିୟୋଜିତ ହୋଇଥିଲେ ଇଂଜିନିୟର ଅଜୟ ରୋଶନ ଲକଡା । ମାଓବାଦୀମାନେ ଏହି କାମକୁ ବିରୋଧ କରି ଇଂଜିନିୟର ଅଜୟ ରୋଶନ ଓ ତାଙ୍କର ଜଣେ ସହଯୋଗୀ କର୍ମଚାରୀ ଲକ୍ଷ୍ମଣ ପତାଗିରିଙ୍କୁ ଅପହରଣ କରି ନେଇଥିଲେ ।
ଗୁରୁବାର ଦିନ ମାଓବାଦୀମାନେ ଅପହରଣ କରିନେଇଥିବା ବେଳେ ଲକ୍ଷ୍ମଣଙ୍କୁ ଛାଡି ଦେଇଛନ୍ତି । ହେଲେ ଅଜୟ ରୋଶନ ଏବେ ବି ମାଓବାଦୀଙ୍କ କବଜାରେ ରହିଛନ୍ତି । ତେଣୁ ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ମନକେଲି ଜଙ୍ଗଲ ଅଭିମୁଖେ ଯାଇଛନ୍ତି ଅଜୟଙ୍କ ସ୍ତ୍ରୀ ଅର୍ପିତା । ମାଓବାଦୀଙ୍କ ଠାରୁ ସ୍ୱାମୀଙ୍କ ଜୀବନ ଭିକ୍ଷା କରିବାକୁ କୁନି ପୁଅକୁ ଧରି ଜଙ୍ଗଲକୁ ଯାଇଛନ୍ତି ଅର୍ପିତା ।