Top Stories

Search here...

News

ପଂଚାୟତ ନିର୍ବାଚନ ସଂରକ୍ଷଣ କ୍ଷେତ୍ରରେ ଓବିସିଙ୍କୁ ପ୍ରତାରଣା : ସୁରଥ ବିଶ୍ୱାଳ

Posted On - 2 minutes ago
Edited By Prabir Kumar
LAST UPDATED Nov 15, 2021 11:25 AM

ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବ ପ୍ରସଙ୍ଗରେ ଜାତୀୟ ଓବିସି କମିଶନଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

 

 

BBSR Reporters

 

 


ଭୁବନେଶ୍ୱର: କ୍ରମାଗତ ଭାବେ ରାଜ୍ୟର ପଛୁଆ ବର୍ଗଙ୍କୁ ଯେଉଁ ଭଳି ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଉଛି, ତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗରୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିମାନଙ୍କୁ ବଂଚିତ ରଖୁଥିବା ଶାସକ ବିଜେଡି ବର୍ତମାନ ସେମାନଙ୍କୁ ରାଜନୈତିକ ଅଧିକାରରୁ ମଧ୍ୟ ବଂଚିତ ରଖୁଛନ୍ତି । ପଂଚାୟତ ଆଇନ ସଂଶୋଧନ ସମୟରେ ଓବିସିମାନଙ୍କୁ ୨୭ ପ୍ରତିଶତ ସଂରକ୍ଷଣ କଥା କହି ଭୂଆଁ ବୁଲାଉଥିବା ଶାସକ ବିଜେଡିର ଅସଲ ମୁଖା ଖୋଲିଯାଇଛି ।

 

 

 

ସଂପ୍ରତି ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଜିଲ୍ଲା ସ୍ତରରେ ପ୍ରକାଶିତ ହୋଇଥିବା ସଂରକ୍ଷଣ ତାଲିକାରୁ ଏହା ସ୍ପଷ୍ଟ ହୋଇଛି । ସଂରକ୍ଷଣ ଚିଠା ପ୍ରକାଶିତ ହେବା ପରେ ସବୁ ଆଡୁ ଅଭିଯୋଗ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥି ପ୍ରତି ଉଦାସୀନ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏପରିକି ଆଗାମୀ ପଂଚାୟତ ନିର୍ବାଚନରେ ରାଜ୍ୟର ୮ଟି ଜିଲ୍ଲାରେ ଓବିସିଙ୍କ ପାଇଁ କୈାଣସି ସଂରକ୍ଷଣର ବ୍ୟବସ୍ଥା କରାଯାଇନାହିଁ । ୫୨ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଥିବା ସତ୍ୱେ ୮ଟି ଜିଲ୍ଲାରେ ଓବିସିଙ୍କ ପାଇଁ ସଂରକ୍ଷଣ ଶୂନ କାହିଁକି ହେଲା ? ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ଓବିସି କମିଶନଙ୍କୁ ବିଜେପି ତରଫରୁ ଅଭିଯୋଗ କରାଯାଇଛି । ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବ ପ୍ରସଙ୍ଗରେ ଜାତୀୟ ଓବିସି କମିଶନଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

 

 


ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ବୈଠକରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏବଂ ଡ.ଲେଖାଶ୍ରୀ ସାମନ୍ତସିଂହାର ଯୋଗ ଦେଇ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବ ଏବଂ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ତଳସ୍ତରରେ ପହଂଚାଇବା ପାଇଁ ଶ୍ରୀ ମହାପାତ୍ର ଏବଂ ଡ.ଲେଖାଶ୍ରୀ ଉପସ୍ଥିତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ । 
ଏହି ବୈଠକରେ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ ଓ ସଂଯୋଜକମାନେ ଉପସ୍ଥିତ ଥିଲେ । ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୁଷ୍ମନ୍ତ ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ରାଜ୍ୟ ସଂପାଦକ ଦୁର୍ଗାପ୍ରସନ୍ନ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

Related News
satta king tw