Top Stories

Search here...

News

ମମିତା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ଉଦ୍ୟମ କରୁଛନ୍ତି: କଂଗ୍ରେସ

Posted On - 4 minutes ago
Edited By Prabir Kumar
LAST UPDATED Nov 14, 2021 07:16 PM

ପୋଲିସି ପ୍ରଶାସନ ଓ ଡିଆଇଜି ବିଜେଡ଼ିର ଛାମୁଆ ସଂଗଠନ ଭଳି କାମ କରୁଛି: ମନୋଜ ମହାପାତ୍ର

 

BBSR Reporters


ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତ ମେହେର ଅପହରଣ ଓ ହତ୍ୟା ମାମଲାରେ  ଉଭୟ ରାଜ୍ୟ ସରକାର  ଓ ବିଜୁ ଜନତା ଦଳ ମୁଖ୍ୟ ଅଭିଯୁକ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଖସାଇ ଦେବାପାଇଁ ପ୍ରୟାସ ଜାରି ରଖିଛନ୍ତି । କେତେବେଳେ ରାଜ୍ୟ ସରକାର ପୋଲିସ ଡିଆଇଜିଙ୍କ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଅନ୍ୟ ପଟେ ଶାସକ ବିଜୁ ଜନତା ଦଳ ଆନେ୍ଦାଳନ କରୁଥିବା କଂଗ୍ରେସ ଓ ଦଳର ବରିଷ୍ଠ ନେତାଙ୍କୁ ବ୍ୟକ୍ତିଗତ କ୍ଷେତ୍ରରେ ମିଥ୍ୟାରୋପ ଲଗାଇ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ।  କିନ୍ତୁ ନା ରାଜ୍ୟ ସରକାର ନା ବିଜେଡ଼ି ତାଙ୍କର ଏହି ଅପଚେଷ୍ଟାର ସଫଳ ହେବେ । ଶିକ୍ଷୟିତ୍ରୀ ହତ୍ୟକାଣ୍ଡରେ ମୁଖ୍ୟ ଷଡଯନ୍ତ୍ରକାରୀକୁ ଦଣ୍ଡିତ ନକଲା ଯାଏଁ କଂଗ୍ରେସ ତାର ଜନଆନେ୍ଦାଳନ ଜାରି ରଖିବ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ କୁମାର ମହାପାତ୍ର କହିଛନ୍ତି ।      

                         
ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଗତ ୩ ଦିନ ହେଲାଣି ବିଜେଡ଼ିର ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର ସମେତ ବିଜେଡ଼ି ଦଳ ପକ୍ଷରୁ କଂଗ୍ରେସର ଆନେ୍ଦାଳନ ଉପରେ ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ “ଓଡ଼ିଶା କଂଗ୍ରେସ” ବିଜେପିର ବି-ଟିମ୍ ଓ ଓଡ଼ିଶା କଂଗ୍ରେର ଆର୍ଥିକ ସ୍ଥିତି ଭଲ ନାହିଁ, ତେଣୁ କଂଗ୍ରେସ ବିଜେପି ପ୍ରାୟୋଜିତ ଆନେ୍ଦାଳନ କରୁଛି ବୋଲି ଯେଉଁ ଅଭିଯୋଗ କରୁଛନ୍ତି ତାହା ହାସ୍ୟାସ୍ପଦ ଓ ପାଗଳର ପ୍ରଳାପ ମାତ୍ର । 


 ଏହି ଅଭିଯୋଗର ଉତରରେ ଆମେ ଏତିକି କହିବୁ, ପାଗଳ କ’ଣ ନକହେ, ଘୁଷୁରୀ କ’ଣ ନଖାଏ?  ଓଡ଼ିଶାର ସମସ୍ତ ଜନତା ଜାଣନ୍ତି ଯେ କିଏ କାହା ସାଂଗରେ ଅଛନ୍ତି । ବିଜେପି ଦଳର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ କହିଥିଲେ ଯେ ବିଜେପି ବା ତାଙ୍କ ସରକାର ଯଦି ଚାହିଁବି ତାହେଲେ ନବୀନଙ୍କ କ୍ୟାବିନେଟ ଝାରପଡ଼ାରେ ବସିବ । ବିଜେଡ଼ି ର ସଂପୂର୍ଣ୍ଣ ସଂଖ୍ୟା ଥିଲେ ମଧ୍ୟ ବିଜେପିକୁ କାହିଁକି ରାଜ୍ୟସଭା ଯୌତୁକରେ ଦେଇଥିଲା । ସେଥିରେ କେତେ ଅର୍ଥରେ ବିିଜେଡ଼ି ବିଜେପି ପାଖରେ ନିଜକୁ ବିକ୍ରି କରିଛି?.....


ପ୍ରସଙ୍ଗର ଉତର ପ୍ରସଙ୍ଗରେ ଦିଆଯାଏ । ଗତକାଲିର ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପ୍ରସଙ୍ଗ ବାହାରକୁ ଯାଇ ଓଡ଼ିଶା କଂଗ୍ରେସ ନେତା ଭକ୍ତଚରଣ ଦାସ ଓ ଅନ୍ୟମାନଙ୍କ ଉପରେ ରାଜନୈତିକ ସ୍ଥିତି ସମ୍ପର୍କରେ କିଛି ଟିପ୍ପଣୀ କରିଛି ସେହି ଟିପ୍ଣୀର ଉତର ଏତିକି କହିବି ଯେ । 


    ନବୀନ ପଟ୍ଟନାୟକ ପାଂଚ ପାଂଚ ଥର ନିର୍ବାଚିତ ହୋଇ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, ଜନନେତା ନୁହେଁ । ବିଜୁ ପଟ୍ଟନାୟକ ବାରମ୍ବାର ନିର୍ବାଚନ ହାରି ମଧ୍ୟ ସେ ଓଡ଼ିଶାର ଜନନେତା । ଯାହାଙ୍କ ନାଁରେ ଆପଣଙ୍କର ଦଳ ନାମିତ ହୋଇଛି । ସେହି ପ୍ରବାଦ ପୁରୁଷ ଜନନେତା ୰ ବିଜୁ ପଟ୍ଟନାୟକ ଜାଣନ୍ତି ଭକ୍ତଚରଣ ଦାସ କିଏ?


    ଭକ୍ତ ଦାସଙ୍କୁ ବ୍ୟକ୍ତିଗତ ରାଜନୈତିକ ସ୍ତରରେ କୁତ୍ସାରଟନା କଲେ ମଧ୍ୟ ମମିତା ମେହେର ହତ୍ୟାକାଣ୍ଡର ପାପ ଓ ପାପୀ ଶଙ୍ଖାସୁର କେବେ ନିସ୍ତାର ପାଇବେ ନାହିଁ । 
ବିଜେଡ଼ି ପ୍ରବକ୍ତା ଓ ରାଜ୍ୟ ସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ମୋର ପ୍ରଶ୍ନ । 


୧.    ସଂଖ୍ୟାଲଘୁ ନେତା ସ୍ୱରୂପାନନ୍ଦ ପାତ୍ର କିଏ? ୟାଙ୍କ ସହ ଆପଣଙ୍କ କ’ଣ ସମ୍ପର୍କ?


୨.    ୨୦୦୭ ରେ କନ୍ଧମାଳ ଦେଖା ଦେଇଥିବା ଦଳିତ ଆଦିବାସୀ ଗଣ୍ଡଗୋଳ ଏହି ସ୍ୱରୁୂପାନନ୍ଦ ପାତ୍ର ଓ ତାଙ୍କର ପରିବାରର ଭୂମିକା ଥିଲା କି? ଧର୍ମମତ ନିର୍ବିଶେଷରେ ଦଳିତ ଆଦିବାସୀଙ୍କ ଭିତରେ ଥିବା ଭାଇଚାରା ଓ ସଦ୍ଭାବନା ନଷ୍ଟର  କାହାର ଭୂମିକା କ’ଣ ଥିଲା? 


୩.     ୨୦୦୮  କନ୍ଧମାଳ ଦଙ୍ଗାର ତଦନ୍ତ କରୁଥିବା କମିଶନ ନିକଟରେ “ଦଙ୍ଗାପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଦୋଷୀ” ବୋଲି ସେହି ପାତ୍ର ଏଫିଡେଭିଟ ଦେଇଥିବା ସତ୍ୟ କି? 


୪.     ୨୦୧୦ ମସିହାରେ ସେହି ସ୍ୱରୁପାନନ୍ଦ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ, ଦଙ୍ଗାରେ ୩୫ ଜଣ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରିଥିବା ସତ୍ୟ କି?


୫.    ବିଜେଡ଼ିର ଜଣେ ପୂର୍ବତନ ସାଂସଦ କନ୍ଧମାଳର  ଏକ ସାଧାରଣ ସଭାରେ “ନାରୀ ମିଶା ପୁରୁଷ ସୋ ଡେଞ୍ଜର” ବୋଲି କାହା ଉଦେ୍ଧଶ୍ୟରେ କହିଥିଲେ ଓ ସେହି ସଭାର ଆୟୋଜକ କିଏ? 


୬.    ଏନଜିଓ ଫଣ୍ଡିଂଙ୍ଗ ପାଇଁ ଆପଣ ଓ ବିଜେଡ଼ିର ଆଉଜଣେ ସାଂସଦ ବିଜେପି ସଂପର୍କରେ ରହୁଥିବା ସତ୍ୟ କି?


୭.    ଆପଣଙ୍କ ସାଂସଦ କାର୍ଯ୍ୟକାଳ ଅଳ୍ପଦିନରେ ସରିବ । ଆପଣ ବି ଜାଣନ୍ତି ଯେ, ଆପଣଙ୍କ ରିପିଟ୍ ହୋଇନପାରେ, ତେଣୁ ବ୍ୟତିବସ୍ତ ହୋଇ କେନ୍ଦ୍ର ସରକାରଙ୍କ ଜାତୀୟ ସଂଖ୍ୟାଲଘୁ କମିଶନରେ ଖାଲଥିବା ସଦସ୍ୟ ହୋଇ ଥଇଥାନ ହେବାକୁ ଆପଣ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହିତ ସଂପର୍କରେ ଥାଇ ଲବି କରୁଥିବା ସତ୍ୟକି ? 

 

 ବିଜେଡ଼ି ତରଫରୁ ଗୋଟିଏ ନିର୍ଦ୍ଧିଷ୍ଟ ଫଟୋ ଏବଂ ଏକ କାଗଜ ଦେଖାଇ ବିଜେଡ଼ି ଅଭିଯୋଗ କରିଥିଲା ଯେ ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ ସେହି କଲେଜରେ ପରିଚାଳନା କମିଟିରେ ସଭାପତି ଥିଲେ । ଯାହା ସେ ୨୦୧୩ ମସିହାରୁ ଛାଡ଼ି ଦେଇଛନ୍ତି । ସେହି ନିର୍ଦ୍ଧିଷ୍ଟ ଫଟୋ ଯଦି ଭକ୍ତଦାସ ଦୋଷୀ ତାହାଲେ ମୁଖ୍ୟମନ୍ତ୍ରୀ ଖସିପାରିବେ ନାହିଁ । କାରଣ ଜେଲରେ ଥିବା  ଗୋବିନ୍ଦ ସାହୁ ନୀବନ ନିବାସ ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଫଟୋ ଅଛି । ମୁଖ୍ୟମନ୍ତ୍ରୀଙ୍କର ଚିଟ୍ଫଣ୍ଡ ଲୁଟେରା ମାନଙ୍କ ସହିତ ମଧ୍ୟ ଫଟୋ ଅଛି ।

 

ଓଡ଼ିଶା ପୋଲିସର ପାରିବା ପଣିଆ ଓ ପ୍ରଭୁଭକ୍ତି ଉପରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ମଧ୍ୟ ଟିପ୍ପଣି କରିଛନ୍ତି । ପୂର୍ବତନ ପୋଲିସ ଡିଜିଙ୍କ ବିରୁଦ୍ଧରେ ମିଥ୍ୟାମାମଲା ରୁଜୁ କରି ଯଦି ଫସାଇ ଦିଆଯାଇ ପାରୁଛି ତାହେଲେ ଶିକ୍ଷୟିତ୍ରୀ ହତ୍ୟାକାଣ୍ଡର ମୁଖ୍ୟ ଆସାମୀକୁ ଖସାଇବାରେ ୟାଙ୍କୁ କେତେ ସମୟ ଲାଗିବ, ଯେଉଁଥି ପାଇଁ ହାଇକୋର୍ଟ ଯଥାର୍ଥରେ କହିଥିଲେ “ରାଜାଠୁ ରାଜ ଭକ୍ତ ଅଧିକ” ।


ପୁନଶ୍ଚ ପରି ଘଟଣାରେ କୃଷି ମନ୍ତ୍ରୀ, ଏସିଏଫ ସୌମ୍ୟରଞ୍ଜନ ମୃତୁ୍ୟ ଘଟଣାରେ  ଜଙ୍ଗଲ ମନ୍ତ୍ରୀ, ମାହାଙ୍ଗ ଡବଲ ମର୍ଡର କେସରେ ଆଇନମନ୍ତ୍ରୀ ଓ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ର କାରୀ ଗୃହରାଷ୍ଟ୍ରମନ୍ତ୍ରୀଙ୍କର ସଂପୃକ୍ତି ଅଭିଯୋଗ ଆସୁଛି । ମନ୍ତ୍ରୀ ସରକାରଙ୍କର ଏକ ଅଂଶବିଶେଷ, ତାହାହେଲେ ଏଠି ଓଡ଼ିଶା ସରକାର ଅଭିଯୁକ୍ତ! ଅଭିଯୁକ୍ତଙ୍କର ତଦନ୍ତକାରୀ ସଂସ୍ଥା କିମ୍ବା ଅଫିସର ଚୟନ କରିବାର ଅଧିକାର ନାହିଁ । ଚୋରକୁ କେଉଁ ପୋଲିସ ବାନ୍ଧିବ ତାହା ଚୋର ସ୍ଥିର କରିପାରିବ ନାହିଁ । ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସତସାହାସ ଅଛି ତାହାଲେ ଏହି •ରୋଟି କେସର ତଦନ୍ତ ଜଣେ ପୀଠାସୀନ ହାଇକୋର୍ଟ ବିଚାରପତିଙ୍କ ତତ୍ୱବଧାନରେ ଏସଆଇଟି ତଦନ୍ତ ହେଲେ ପୀଡ଼ିତା ନ୍ୟାୟ ପାଇବ ଓ ଦୋଷୀ ଦଣ୍ଡିତ ହେବ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅମୀୟ ପାଣ୍ଡବ, ପଦ୍ମାକର ଗୁରୁ ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।    


 

Related News
satta king tw