Top Stories

Search here...

News

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କର ସହଯୋଗୀମାନଙ୍କର କଲ ରେକଡର୍ସ ଯାଂଚ କରାଯାଉ: ଭକ୍ତଦାସ

Posted On - 9 minutes ago
Edited By Team BbsrReporters
LAST UPDATED Nov 13, 2021 09:00 PM

ଗଣତନ୍ତ୍ରକୁ ସୁରକ୍ଷା ଓ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ମମିତା ମେହେର ହତ୍ୟାକାଣ୍ଡର ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ପୂର୍ବକ ଏହାର ସତ୍ୟାସତ୍ୟ ନିର୍ଣ୍ଣୟ କରିବାପାଇଁ ଶ୍ରୀ ଦାସ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଅଧୁନା ବିହାର ଓ ମିଜୋରାମ ପ୍ରଦେଶର ପ୍ରଭାରୀ ଶ୍ରୀ ଭକ୍ତଚରଣ ଦାସ ଯୋଗଦେଇ ମମିତା ମେହେର ହତ୍ୟାକାଣ୍ଡର ତଦନ୍ତର ଦିଗ ଓ ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ନେଇ ଅନେକ ତଥ୍ୟ ଖୁଲାସା କରିବା ସହ ମନ୍ତ୍ରୀଙ୍କର ସେ ସମୟର ସମସ୍ତ ଗସ୍ତ କାର୍ଯ୍ୟକ୍ରମର ସୂଚୀ ଓ ତାଙ୍କ ଡ୍ରାଇଭର, ପିଏ ଏବଂ ଅନ୍ୟାନ୍ୟ କେତେଜଣ ଘନିଷ୍ଠ ବନ୍ଧୁମାନଙ୍କର ଫୋନ୍କଲ ରେଜିଷ୍ଟରକୁ ସରକାର ଯାଂଚ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ  । ଯଦିଓ ମହାଲିଙ୍ଗ କଲେଜ କଳାହାଣ୍ଡି ଜଲ୍ଲାରେ ଏକ ଅଗ୍ରଣୀ ଅନୁଷ୍ଠାନ ସେଥିରେ ଶ୍ରୀ ଦାସ ଏମ୍ପି ଥିଲା ବେଳେ ତାଙ୍କର ଆଂଚଳିକ ପାଣ୍ଠିରୁ ଅର୍ଥ ସାହାଯ୍ୟ କରିବା ସହ ଚାରି ଚାରି ଥର କଲେଜରେ ବାର୍ଷିକ ଉତ୍ସବରେ ଯୋଗଦେଇଥିବାର ସ୍ୱୀକାରୋକ୍ତି କରିଥିଲେ  । କିନ୍ତୁ ପରେ ମନ୍ତ୍ରୀ ଦିବ୍ୟଶଙ୍କର ଏଭଳି ଏକ ଅନୁଷ୍ଠାନକୁ ଏକ ରଙ୍ଗଶାଳାରେ ପରିଣତ କରିବା ତାଙ୍କୁ ବ୍ୟଥିତ ଓ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ଶ୍ରୀ ଦାସ ସାମ୍ବାଦିକ ମାନଙ୍କୁ କହିଥିଲେ  ।


 ମନ୍ତ୍ରୀ ମମିତା ନିଖୋଜ ପୂର୍ବରୁ ଏବଂ ମମିତା ନିଖୋଜ ପରେ କେଉଁ କେଉଁ ଯାଗାକୁ ଗ୍ରସ୍ତ କରିଥିଲେ ଏବଂ ସେ ଗ୍ରସ୍ତ ସମୟରେ ତାଙ୍କର ରାୟପୁର ନିବାସକୁ ଯାଇଥିଲେ କି ନାହିଁ ଏବଂ ଯଦି ଯାଇଥିଲେ ତାଙ୍କ ସାଂଗରେ ଆଉ କିଏ କିଏ ଯାଇଥିଲେ ଏହାର ସୂଚୀ ଶୀଘ୍ର ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ ବୋଲି ଦାବି କରିଥିଲେ  । ଗତକାଲି କଂଗ୍ରେସର ଶାନ୍ତିପୂର୍ଣ୍ଣ ହରତାଳକୁ ଯେଭଳି ଭାବେ ରାଜ୍ୟ ସରକାର ଭଣ୍ଡୁର କରିବାପାଇଁ ପୋଲିସ ବାହୀନିକୁ ଗୁଣ୍ଡାଭଳି ବ୍ୟବହାର କଲେ ଏହା ଭାରତର ଗଣତାନ୍ତ୍ରିକ ଇତିହାସେରେ ଏକ କଳାଦାଗ ବୋଲି ସେ ଅଭିହିତ କରିଥିଲେ  ।

 

ବରଗଡ଼ରେ ଛାତ୍ରଙ୍କ ଉପରେ ପୋଲିସର ଲାଠିମାଡ଼, ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରେ ଛାତ୍ରମାନଙ୍କ ର୍ୟାଲି ଉପରେ ପୋଲିସ ଅତର୍କିତ ଗାଡ଼ି ଚଢ଼ାଇଦେବାର ପ୍ରୟାସ ଏହାର ନମୁନା ବୋଲି ଶ୍ରୀ ଦାସ ଅଭିହିତ କରିଥିଲେ  । ଆଗାମୀ ଦିନରେ ଓଡ଼ିଶାର ମା’ ଭଉଣୀମାନଙ୍କର ସୁରକ୍ଷା ଏବଂ ମର୍ଯ୍ୟାଦା ପାଇଁ କଂଗ୍ରେସ ଦଳ ସାଧାରଣ ଜନତାଙ୍କ ନିକଟରେ ପଂହଚି ଜନମତ ସଂଗ୍ରହ କରିବା ସହ ସରକାରଙ୍କ ବିରୋଧରେ ଏକ ଦୃଢ଼ ଆନେ୍ଦାଳନ କରିବ ବୋଲି ଶ୍ରୀ ଦାସ ଚେତାଇ ଦେଇଥିଲେ  ।

 

ଗଣତନ୍ତ୍ରକୁ ସୁରକ୍ଷା ଓ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ମମିତା ମେହେର ହତ୍ୟାକାଣ୍ଡର ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ପୂର୍ବକ ଏହାର ସତ୍ୟାସତ୍ୟ ନିର୍ଣ୍ଣୟ କରିବାପାଇଁ ଶ୍ରୀ ଦାସ ଦୃଢ଼ ଦାବି ଉପସ୍ଥାପନ କରିଥିଲେ  । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେର ବରିଷ୍ଠ ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ରାଜ୍ୟ ପଛୁଆବର୍ଗ ବିଭାଗର ଅଧ୍ୟକ୍ଷ ଶ୍ରୀ ଜ୍ଞାନଦେବ ବେଉରା, ମୁଖପାତ୍ର ମନୋଜ ମହାପାତ୍ର, ପଦ୍ମାକର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ  ।

Related News
satta king tw