Top Stories

Search here...

News

ପ୍ରସବ କରାଇବା ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର, ଘରୁ ବାହାରିଲା କୋଟିଏ ୧୨ ଲକ୍ଷ ନଗଦ ଟଙ୍କା

Posted On - 57 minutes ago
Edited By Prabir Kumar
LAST UPDATED Feb 16, 2022 09:57 PM

ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଇ ଦେବା ପାଇଁ ଜଣେ ପ୍ରସୂତୀଙ୍କ ସଂପର୍କୀୟଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଡାକ୍ତର ଜେନା ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।

 

BBSR Reporters

 

ଭୁବନେଶ୍ୱର: ଲାଞ୍ଚ ନେଇ ଆଜି ଜଣେ ଡାକ୍ତର ଗିରଫ ହୋଇଛନ୍ତି । ଭିଜିଲାନ୍ସ ଯାଞ୍ଚ କରିବାକରୁ ତାଙ୍କ ଘରୁ ି ୧ କୋଟି ୧୨ ଲକ୍ଷ ଟଙ୍କା ବାହାରିଛ । ଏହି ଡାକ୍ତରଙ୍କ ନାଁ ସୁକାନ୍ତ ଜେନା । ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର । ସେ ପୁରୀ ଜିଲ୍ଲା ନିମାପଡ଼ା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ ହୋଇଥିଲେ । ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରାଇ ଦେବା ପାଇଁ ଜଣେ ପ୍ରସୂତୀଙ୍କ ସଂପର୍କୀୟଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଡାକ୍ତର ଜେନା ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।

 

 ପରେ ଭୁବନେଶ୍ୱରର ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ବାହାରିଥିଲା ।ନିକଟ ଅତୀତରେ ଏହା ଭିଜିଲାନ୍ସ ଦ୍ୱାରା ଜବତ ହୋଇଥିବା ସର୍ବାଧିକ ପରିମାଣର ନଗଦ  । ଡାକ୍ତରଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଓ ଖାନତଲାସୀ କରାଯାଉଛି  ।   ୨୦୨୨ ମସିହାରେ ରାଜ୍ୟ ଭିଜିଲାନ୍ସ ଦ୍ୱାରା ଏଯାବତ୍ ୩୧ଟି ଆୟବର୍ହିଭୂତ ମାମଲା ରୁଜୁ କରାଯାଇ ସେଥିରେ ୨୩ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି  । ଏଥିରେ ୪ ଜଣ ପ୍ରଥମ ଶ୍ରେଣୀ କର୍ମଚାରୀ ରହିଛନ୍ତି  ।

 

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି କଟକରେ ଅବସ୍ଥାପିତ ପୁଲିସ୍ କମ୍ୟୁନିକେସନ୍ ଏଏସ୍ପି ତ୍ରିନାଥ ମିଶ୍ରଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତାଙ୍କର ୧୧ କୋଟିରୁ ଅଧିକ ସଂପତ୍ତି ଠାବ କରାଯାଇଥିବା ବେଳେ ସେଥିରୁ ୮ କୋଟିର ଅଧିକ ଆୟ ବର୍ହିଭୂତ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Related News
satta king tw