Top Stories

Search here...

News

ମମିତା ମେହେର ହତ୍ୟା ମାମଲା; ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ

Posted On - 13 minutes ago
Edited By Prabir Kumar
LAST UPDATED Feb 13, 2022 05:25 PM

ହତ୍ୟା ମାମଲାରେ ଦାଖଲ ହୋଇଥିବା ୨ ହଜାର ପୃଷ୍ଠାର ଚାର୍ଜସିଟରେ ଅଛି କଣ । ଏନେଇ ମୁହଁ ଖୋଲୁନାହିଁ ପୋଲିସ । ଦୁଇ ଜଣ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କ ଡ୍ରାଇଭର ରାଧେ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି ।

 

BBSR Reporters

 

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ଦାଖଲ ହୋଇଥିବା ୨ ହଜାର ପୃଷ୍ଠାର ଚାର୍ଜସିଟରେ ଅଛି କଣ । ଏନେଇ ମୁହଁ ଖୋଲୁନାହିଁ ପୋଲିସ । ଉତରାଂଚଳ ଡିଆଇଜିଙ୍କ ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରିଛି ସିନ୍ଧକେଲା ପୋଲିସ । ଦୁଇ ଜଣ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାଙ୍କ ଡ୍ରାଇଭର ରାଧେ ବିରୋଧରେ ଚାର୍ଜଶିଟ୍ ଦାଖଲ ହୋଇଛି ।

 

ଏହି ଦୁଇ ଜଣଙ୍କ ବିରୋଧରେ ଦଫା ୩୦୨, ୨୦୧, ୧୨୦ବି ଭଳି ଦଫା ଲାଗିଛି । ସାଇଂଟିଫିକ ଏବଂ ଫରେନସିକ୍ ଟିମର ରିପୋର୍ଟ ଆଧାରରେ ଏହି ଚାର୍ଜସିଟ ଦିଆଯାଇଥିବା ଡିଆଇଜି କହିଛନ୍ତି । ସେ ତଦନ୍ତକୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି । ତେବେ ଏହି ପ୍ରସଙ୍ଗରେ ବିବାଦୀୟ ହୋଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ୍, ପେନ ଡ୍ରାଇଭ, ଲାପଟପ ସଂପର୍କରେ ନିରବ ରହିଥିଲେ ଡିଆଇଜି ।


ମମିତା ମେହେରଙ୍କ ପେନ୍ ଡ୍ରାଇଭରେ ବିଭିନ୍ନ ବଡବଡିଆଙ୍କ ସେକ୍ସ ଭିଡିଓ ରହିଥିଲା ବୋଲି ଅଭିଯୋଗ ଉଠିଥିଲା । ମମିତାଙ୍କ ପେନ ଡ୍ରାଇଭ ହାତେଇବା ପାଇଁ ହିଁ ତାଙ୍କୁ ଡାକି ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ  । ପୋଲିସ ଚାର୍ଜସିଟ୍ରେ ପେନ୍ ଡ୍ରାଇଭ ଓ ମୋବାଇଲ ଫୋନ୍ ସଂପର୍କରେ ଉଲ୍ଲେଖ ଅଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚୂଡାନ୍ତ ଚାର୍ଜସିଟ୍ ଦାଖଲ ହୋଇ ସାରିଥିବାରୁ ମମିତା ମାମଲାର ଶୁଣାଣି ଫାଷ୍ଟଟ୍ରାକ୍ କୋର୍ଟରେ ହେବ କି ନାହିଁ ତାହା ଉପରେ ମଧ୍ୟ ଦ୍ୱନ୍ଦ ବଢିଛି ।

Related News
satta king tw