Top Stories
Search here...
News
ବିରାଟଙ୍କ ନିଷ୍ପତ୍ତିକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଲେ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତିି
Posted On - 7 minutes ago
ବିରାଟଙ୍କ ଅଧିନାୟକ ପଦ ଛାଡିବା ନେଇ କ’ଣ କହିଲେ ସଚିନ ତେନ୍ଦୁଲକର, ସୁରେଶ ରାଇନା, ଭିଭିଏସ୍ ଲକ୍ଷ୍ମଣ, ପ୍ରଜ୍ଞାନ ଓଝା ଜାଣନ୍ତୁ ।
BBSR Reporters
କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଏହା ବିରାଟ କୋହଲିଙ୍କ ବ୍ୟକ୍ତିଗତ ନିଷ୍ପତି । ବିସିସିଆଇ ତାଙ୍କର ଏହି ନିଷ୍ପତିକୁ ସମ୍ମାନ ଜଣାଉଛି । ଏହା ସହ ଗାଙ୍ଗୁଲି କହିଛନ୍ତି, ବିରାଟଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ତିନିଟି ଫର୍ମାଟ୍ରେ ଭଲ ପ୍ରଦର୍ଶନ କରିଛି । ସେ ଟିମ୍ର ଜଣେ ପ୍ରମୁଖ ସଦସ୍ୟ ଅଛନ୍ତି ଓ ଆଗକୁ ମଧ୍ୟ ରହିବେ । ସେ ଜଣେ ମହାନ୍ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି ।
ବିରାଟ କୋହଲୀ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର । ମହାନ କ୍ରିକେଟର ସଚିନ୍ ତେନ୍ଦୁକରଙ୍କଠାରୁ ଆରମ୍ଭ କରି ପ୍ରଜ୍ଞାନ ଓଝାଙ୍କ ପର୍ପ୍ୟନ୍ତ ଅନେକ ପୂର୍ବତନ ଖେଳାଳି ପ୍ରତିକ୍ରିୟା ରଖିଛନ୍ତି ।
ସଚିନ୍ ତେନ୍ଦୁଲକର
ଜଣେ ଅଧିନାୟକ ଭାବେ ସଫଳ କାର୍ଯ୍ୟ ପାଇଁ ଅଭିନନ୍ଦନ । ଦଳ ପାଇଁ ତୁମେ ସବୁବେଳେ ଶତ ପ୍ରତିଶତ ଦେଇଛ, ଆଗକୁ ମଧ୍ୟ ଦେବ । ଭବିଷ୍ୟତ ପାଇଁ ତୁମକୁ ବହୁତ ବହୁତ ଶୁଭକାମନା
ସୁରେଶ ରାଇନା
କୋହଲୀଙ୍କ ହଠାତ୍ ନିଷ୍ପତି ମୋତେ ଚକିତ କରିଛି ।ବିଶ୍ୱ କ୍ରିକେଟ୍ ଓ ଭାରତ ପାଇଁ ସେ ଯାହା କରିଛନ୍ତି, ସେଥିପାଇଁ କେବଳ ପ୍ରଶଂସା କରିପାରିବି । ଭାରତର ସବୁଠାରୁ ଆକ୍ରମଣାତ୍ମକ ଓ ଫିଟ୍ ଖେଳାଳିମାନଙ୍କ ମଧ୍ୟରୁ ଜଣେ କୋହଲୀ । ଜଣେ ଖେଳାଳି ଭାବେ ଭାରତ ପାଇଁ ଭଲ ପ୍ରଦର୍ଶନ ଜାରି ରଖିବେ ବୋଲି ଆଶା କରୁଛି
ଭିଭିଏସ୍ ଲକ୍ଷ୍ମଣ
ଟେଷ୍ଟ ଅଧିନାୟକ ଭାବେ ଭଲ ପ୍ରଦର୍ଶନ ପାଇଁ ଅଭିନନ୍ଦନ । ଅଧିନାୟକ ଭାବେ ତୁମେ ଉଦାହରଣ ସୃଷ୍ଟି କରିଛ । ଠିକ୍ ପ୍ରସ୍ତୁତି ସହିତ ଆପଣ ଟେଷ୍ଟ କ୍ରିକେଟ୍ରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି ।
ପ୍ରଜ୍ଞାନ ଓଝା
କୋହଲି ଜଣେ ଆକ୍ରମଣାତ୍ମକ ଅଧିନାୟକ ଭାବେ ମନେ ରହିବେ ।- ଯିଏକି ଫିଟ୍ନେସ୍କୁ ନେଇ ସମସ୍ତଙ୍କ ଦୃଷ୍ଟିକୋଣ ବଦଳାଇ ଦେଇଥିଲେ । ଅଧିନାୟକ ଭାବେ ଦଳରେ ଏକ ଭିନ୍ନ ମୂଲ୍ୟ ଯୋଗ କରିଥିଲେ