Top Stories
Search here...
News
ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; ରହିଛି ସବୁ ଖେଳର ସୁବିଧା
Posted On - 2 weeks ago
୯୧.୩୮ ଏକର ଜାଗାରେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ଏଥିପାଇଁ ୭୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
BBSR Reporters
ମିରଟ: ଉତର ପ୍ରଦେଶ ମିରଟେରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ରାଜ୍ୟର ୭୫ଟି ଜିଲ୍ଲାରୁ ୧୬ ହଜାର ୮୫୦ ଜଣ ଖେଳାଳିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମିରଟର ସରଧାନାରେ ଏହି ବିଶ୍ୱବିଦ୍ୟାଳୟ ତିଆରି କରାଯିବ । ୯୧.୩୮ ଏକର ଜାଗାରେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବାକୁ ଥିବା ବେଳେ ଏଥିପାଇଁ ୭୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ଦେଶରେ କ୍ରୀଡାର ପ୍ରଚାର ପ୍ରସାର କରିବା ସହ କ୍ରୀଡାକୁ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏକା ସାଙ୍ଗରେ ୧୦୮୦ ଜଣ ଖେଳାଳିଙ୍କୁ ଟ୍ରେନିଂ ଦିଆଯାଇପାରିବ । ୫୪୦ ଜଣ ମହିଳା ମଧ୍ୟ ଷ୍ଟାଡିୟମ୍ରେ ଟ୍ରେନିଂ ନେଇପାରିବେ । ଆଉଟ୍ଡୋର ଗେମ୍ ପାଇଁ ୨୫ରୁ ୩୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି ।
ବିଶ୍ୱବିଦ୍ୟାଳୟରେ କୁସ୍ତି, ଖୋଖୋ ଓ କବାଡ଼ି ପରି ଖେଳ ପାଇଁ ୫ ହଜାର କ୍ଷମତା ବିଶିଷ୍ଟ ହଲ । ସିନ୍ଥେଟିକ୍ ହକି ଷ୍ଟାଡିୟମ୍ ଓ ଫୁଟବଲ ଷ୍ଟାଡିୟମ୍ ରହିବ । ଏଥିସହିତ ବାସ୍କେଟବଲ୍, ଭଲିବଲ ଓ ଟେନିସ୍ କୋର୍ଟର ବ୍ୟବସ୍ଥା କରାଯିବ । ସିନ୍ଥେଟିକ୍ ରନିଂ ଷ୍ଟାଡିୟମ୍, ସୁଇମିଂ ପୁଲ, ତୀରନ୍ଦାଜି ଆଦି ଖେଳ ପରି ସୁଟିଂ ରେଂଜର ବ୍ୟବସ୍ଥା ମଧ୍ୟ କରାଯିବ । ପ୍ରତିବର୍ଷ ୧୦୦୦ ଛାତ୍ରଛାତ୍ରୀ ଏଠାରୁ ଗ୍ରାଜୁଏଟ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।