Top Stories

Search here...

News

ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ, ମଂଜୁଲତା କହଁର ହେଲେ ଡେପୁଟି ମେୟର

Posted On - 2 minutes ago
Edited By Jyotirmayee Patanaik
LAST UPDATED Apr 09, 2022 07:25 PM

ଚଳିତ କର୍ପୋରେସନରେ ୬୭ ଜଣ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ମହିଳା ଅଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ ସୁଲୋଚନା ।

 

BBSR Reporters


 ଭୁବନେଶ୍ୱର :ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ଶପଥ ଗ୍ରହଣ ପରେ ସୁଲୋଚନା କହିଛନ୍ତି, ସହରର ସାମଗ୍ରିକ ବିକାଶ କରିବା ତାଙ୍କର ଲକ୍ଷ୍ୟ । ଲୋକଙ୍କ ପାଖରେ ସେବା ପହଂଚାଇବାକୁ ଗୁରୁତ୍ୱ ଦେବେ । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭  କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।

 

ଏହି ସମସ୍ତ ଜନପ୍ରତିନିଧିନ ଶପଥଗ୍ରହଣ ଉତ୍ସବ ବିଏମସି କନଫରେନ୍ସ ହଲରେ ଆୟୋଜିତ ହୋଇଛି । ଚଳିତ କର୍ପୋରେସନରେ ୬୭ ଜଣ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ମହିଳା ଅଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ ସୁଲୋଚନା ।


ଭୁବନେଶ୍ୱର ମହାନଗର ନିଗମ ପାଇଁ ବଛା ହେଲେ ଡେପୁଟୀ ମେୟର । ଏହି ପଦବୀ ପାଇଁ ଅନେକ ଆଶାୟୀ ଲବି ଚଳାଇଥିଲେ ବି ସମସ୍ତଙ୍କୁ ଚମକାଇ ଡେପୁଟି ମେୟର ହୋଇଛନ୍ତି ୨୨ ନମ୍ବର ୱାର୍ଡର ମଂଜୁଲତା କହଁର  । ସେ ସମ୍ବଲପୁରର ବିଶ୍ୱବିଦ୍ୟାଳୟରୁ ପିଜି କରିଛନ୍ତି । ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ଡେପୁଟୀ ମେୟର ହେବା ସୁନିଶ୍ଚିତ ଥିଲା  । ତେଣୁ ଏହି ପଦବୀ ପାଇଁ ବିଜେଡିରୁ ନିର୍ବାଚିତ ଏକାଧିକ କର୍ପୋରେଟର ଆଶାୟୀ ଥିଲେ ଓ ଲବି ଚଳାଇଥିଲେ । ହେଲେ ଦଳ ମୁଖିଆ ମଂଜୁଲତା କହଁର ଉପରେ ଭରସା କରିଛନ୍ତି । ବିଜେପିର ମାତ୍ର ୧୦ ଜଣ କର୍ପୋରେଟର ଥିବାରୁ ଦଳ ଡେପୁଟୀ ମେୟର ପ୍ରାର୍ଥୀ ଦେଇନାହିଁ ।


 

Related News
satta king tw