Top Stories

Search here...

News

ବାରବାଟୀରେ ମ୍ୟାଚ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କଲେ ଭୁବନେଶ୍ୱର କୁମାର

Posted On - 2 weeks ago
Edited By Jyotirmayee Patanaik
LAST UPDATED Jun 30, 2022 02:40 PM

ଉମ୍ରାନ ମଲିକ ଦଳରେ ଖେଳିବା  ନେଇ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତର ଦେଇ ଭୁବନେଶ୍ୱର କହିଥିଲେ ଏହା ଉପରେ କୋଚ୍ ଓ କ୍ୟାପଟେନ୍ ନେବେ । ଏହା ମୋ ପକ୍ଷେ କହିବା ମୁସକିଲ ।

 

BBSR Reporters


କଟକ: ପ୍ରଥମ ମ୍ୟାଚରେ ହାରିବା ପରେ ଆସନ୍ତାକାଲି ବାରବାଟୀରେ  ଥିବା ଦ୍ୱିତୀୟ ମ୍ୟାଚ ଜିତିବା ଉପରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଭୁବନେଶ୍ୱର କୁମାର । ସେ କହିଛନ୍ତି ପ୍ରଥମ ମ୍ୟାଚ୍ରେ ବୋଲିଂ ଭଲ ନ ହେବାରୁ ହାରିଲୁ । କଟକ ମ୍ୟାଚ୍ରେ ଭଲ ବୋଲିଂ ସହ ବ୍ୟାଟିଂ କରି ସିରିଜ ସମାନ ସ୍ତରକୁ ଆଣିବୁ ।’ ଆଜି ବାରବାଟୀରେ ପ୍ରାକ୍ଟିସ କରିବା ପୂର୍ବରୁ ଭୁବନେଶ୍ୱର କୁମାର ପ୍ରେସମିଟ୍ରେ ଏହା କହିଛନ୍ତି । ଯେଉଁମାନେ ଆଇପିଏଲରେ ଭଲ ଖେଳିଥିଲେ ସେମାନେ ଦଳରେ ଅଛନ୍ତି । ଅବଶ୍ୟ ବରିଷ୍ଠ ବୋଲର ନାହାନ୍ତି । ଯେତିକି ନୂଆ ବୋଲର ରହିଛନ୍ତି, ସେମାନଙ୍କୁ ନେଇ ଖେଳିବାକୁ ପଡ଼ିବ । ନୂଆ ବୋଲରଙ୍କୁ ଦାୟିତ୍ୱ ନେଇ ଭଲ ଖେଳ ଦେଖାଇବାକୁ ପଡ଼ିବ ।

 

ସେ କହିଛନ୍ତି, ବିଶ୍ୱ କପ୍କୁ ଯିବା ପୂର୍ବରୁ ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ । ବୋଲିଂ ଠିକ୍ ନହେଲେ କ୍ୟାପଟେନ୍ କ’ଣ ବା କରିପାରିବ ? ବୋଲିଂ ଭଲ ହେଲେ କ୍ୟାପଟେନଙ୍କ ଉପରେ ଶ୍ରେୟ ଯାଇଥାଏ । ନଚେତ ନିଷ୍ପତ୍ତି ଖରାପ ବୋଲି ଲୋକେ କହିଥାନ୍ତି । ଉମ୍ରାନ ମଲିକ ଦଳରେ ଖେଳିବା  ନେଇ ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର ଉତର ଦେଇ ଭୁବନେଶ୍ୱର କହିଥିଲେ ଏହା ଉପରେ କୋଚ୍ ଓ କ୍ୟାପଟେନ୍ ନେବେ । ଏହା ମୋ ପକ୍ଷେ କହିବା ମୁସକିଲ ।

 

ଗତମ୍ୟାଚ୍ରେ ବୋଲରମାନେ ରନ ରୋକିବା ମାନସିକତା ନେଇ ପଡ଼ିଆକୁ ଓହ୍ଲାଇ ଥିଲେ । ହେଲେ ଏହା ସଠିକ୍ ପ୍ରମାଣିତ ହେଲାନାହିଁ । ଉତ୍ତମ ଖେଳ ଦେଖାଉଥିବା ପ୍ରତିପକ୍ଷ ବ୍ୟାଟରଙ୍କୁ ଶୀଘ୍ର ଆଉଟ କରିବା ଆସନ୍ତାକାଲି ମ୍ୟାଚର ପ୍ରଥମ ଲକ୍ଷ୍ୟ ହେବ । ବାରବାଟୀ ଛୋଟ ପଡ଼ିଆ ବୋଲି ସମସ୍ତଙ୍କୁ ଜଣାଅଛି । ତେଣୁ ରନ ରୋକିବାରେ ବୋଲରଙ୍କ ନିମନ୍ତେ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିବ । ତେବେ ଛୋଟ ପଡ଼ିଆରେ ଖେଳିବାର ଅଭିଜ୍ଞତା ଥିବାରୁ ସମସ୍ୟା ହେବନି ବୋଲି ଭୁବନେଶ୍ୱର କୁମାର କହିଛନ୍ତି ।


 

Related News
satta king tw