Top Stories

Search here...

News

ବାରବାଟି ବ୍ୟାଟେଲ ପାଇଁ ଅଭ୍ୟାସ ଶେଷ; ଷ୍ଟାଡିୟମ ଭିତରକୁ ପ୍ରବେଶ ନେଇ କଡା କଟକଣା, ମାସ୍କ ବାଧ୍ୟତାମୂଳକ

Posted On - 2 weeks ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ପୂର୍ବରୁ ଷ୍ଟାଡିୟମ ଭିତରକୁ ଦର୍ଶକ ପାଣି ବୋତଲ ପକାଇଥିବାର ନଜିର ରହିଥିବାରୁ ଏଥିର ଷ୍ଟାଡିୟମ ଭିତରକୁ ପାଣି ବୋତଲ ବାରଣ କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ଆସନ୍ତାକାଲି ଖେଳାଯିବାକୁଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଆଜି ଅଭ୍ୟାସ  ଶେଷ କରିଛନ୍ତି ।  ଦକ୍ଷିଣ ଆଫ୍ରିକା ଟିମ୍ ଅପରାହ୍ଣ ଗୋଟାଏରୁ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ  କରିଥିବା ବେଳେ ଟିମ୍ ଇଣ୍ଡିଆ ଅପରାହ୍ଣ ୫ଟାରେ ଅଭ୍ୟାସ କରିଛି । ଭାରତୀୟ ଦଳ ଫ୍ଲଡ ଲାଇଟରେ ଅଭ୍ୟାସ କରିବାକୁ ସୁଯୋଗ ପାଇଛି ।

 

ପ୍ରଥମ ମ୍ୟାଚରେ ବଡ଼ ଟାର୍ଗେଟ୍ର ପିଛା କରି ଦମଦାର ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଆତ୍ମବିଶ୍ୱାସ ଊଦ୍ଧ୍ୱର୍ରେ ରହିଛି । ଏପରି ସ୍ଥିତିରେ ବାରବାଟୀରେ ଭ୍ରମଣକାରୀ ଦଳ ବିଜୟଧାରାକୁ ବଜାୟ ରଖିବାକୁ ଚାହିଁବ । ସେପଟେ ଭାରତ ସିରିଜକୁ ପ୍ରତ୍ୟାବର୍ତନ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚରେ ଟିମର ବ୍ୟାଟିଂ ବିଭାଗ ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ, ବୋଲର ଓ ଫିଲ୍ଡରଙ୍କ ପ୍ରଦର୍ଶନ ଆଶାନୁରୂପ ରହିନଥିଲା । ତେଣୁ ନୂଆ କ୍ୟାପଟେନ୍ ଋଷଭ ପନ୍ତଙ୍କ ନେତୃତ୍ୱରେ ଭାରତ ବାରବାଟୀ ମ୍ୟାଚ୍ ଜିତି ସିରିଜକୁ ବରାବର କରିବାକୁ ଚାହିଁବେ ।


ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ ସାରା ଓଡ଼ିଶା ଚଳଚଂଳଚ । ଯେପରି କୌଣସି ବ୍ରତିକ୍ରମ ଦେଖାନଯାଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ଓସିଏ ଓ ଜିଲ୍ଲା ପ୍ରଶାସନ । ତେବେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ ଷ୍ଟାଡିୟମ ଭିତରେ ପ୍ରବେଶ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ଏନେଇ ଦର୍ଶକଙ୍କୁ ଦିଆଯାଇଥିବା ଟିକେଟ୍ରେ ମଧ୍ୟ ଉଲ୍ଲେଖ ରହିଛି । ଏଥିସହ ଷ୍ଟାଡିୟମ ଭିତରକୁ ପାଣି ବୋତଲ ଏବଂ ଖାଦ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇଛି । ପୂର୍ବରୁ ଷ୍ଟାଡିୟମ ଭିତରକୁ ଦର୍ଶକ ପାଣି ବୋତଲ ପକାଇଥିବାର ନଜିର ରହିଥିବାରୁ ଏଥିର ଷ୍ଟାଡିୟମ ଭିତରକୁ ପାଣି ବୋତଲ ବାରଣ କରାଯାଇଛି ।


ଖେଳ ଦେଖିବାକୁ ବାରବାଟୀ ଷ୍ଟାଡିୟମକୁ ଆସୁଥିବା ଦର୍ଶକଙ୍କ ପାଇଁ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଷ୍ଟାଡିୟମ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବାକୁ, ସାଙ୍ଗରେ ରୁମାଲ, ଗାମୁଛା ନେବାକୁ, ଧଳା ଓ ହାଲକା ରଙ୍ଗର ଢ଼ିଲା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ପ୍ରଚୁର ପରିମାଣରେ ପାଣି ପିଇବାକୁ କୁହାଯାଇଛି । ଏଥସହ କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ ନକରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।  


ଖେଳାଳୀଙ୍କ ପାଇଁ ହେଲା ମ୍ୟାଜିକ୍ ସୋ । ମେ ଫେୟାରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳୀଙ୍କ ମନୋରଞ୍ଜନ ପାଇଁ ମ୍ୟାଜିକ୍ ସୋ’ର ଆୟୋଜନ କରାଯାଇଛି । ଯାଦୁଗର ତାସରେ ଭାରତୀୟ ଖେଳାଳୀଙ୍କୁ ମ୍ୟାଜିକ୍ ଦେଖାଉଥିବା ଦେଖିବାକୁ ମିଳିଛି । ରଷବ ପନ୍ତ, ଇସାନ କିଶାନ, ଦିନେଶ କାର୍ତିକ ସମେତ ଅନ୍ୟାନ୍ୟ ଖୋଳଳୀ ଏକାଠୀ ବସି ମ୍ୟାଜିକ୍ ଦେଖିଛନ୍ତି । ଯାଦୁଗରଙ୍କ ମ୍ୟାଜିକ୍ ଇସାନ କିଶାନ ଖୁସୀ ହୋଇ ଯାଦୁଗର ହାତ ଧରିଥିବା ଦେଖିବାକୁ ମିଳିଛି । ଖେଳାଳୀଙ୍କ ମନୋରଂଜନ ପାଇଁ ଏହି ଯାଦୁଗରଙ୍କୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି ।
 

Related News
satta king tw