Top Stories

Search here...

News

ଆଇପିଏଲ ଖେଳିବେ ଓଡ଼ିଆ ଖେଳାଳୀ ଶୁଭ୍ରାଂଶୁ: ୨୦ ଲକ୍ଷରେ କିଣିଲା ଚେନ୍ନାଇ ସୁପର କିଙ୍ଗସ୍ 

Posted On - 6 minutes ago
Edited By Prabir Kumar
LAST UPDATED Feb 13, 2022 05:31 PM

ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି । 

 

BBSR Reporters

 

ବେଙ୍ଗାଲୁରୁ: ଆଇପିଏଲ୍ ନିଲାମରେ ବିକ୍ରି ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି । ଶୁଭ୍ରାଂଶୁ ଅର୍ଥାତ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ । ଆଜି ଆଇପିଏଲ୍ ନିଲାମର ଦ୍ୱିତୀୟ ଦିନରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ଲକ୍ଷ ଟଙ୍କାରେ କିଣିଛି ।  ଆଇପିଏଲ୍ ନିଲାମ ପାଇଁ ଶୁଭ୍ରାଂଶୁଙ୍କୁ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା । ନିଲାମରେ ଯେତେବେଳେ ଶୁଭ୍ରାଂଶୁଙ୍କ ନାଁ ଡକାଗଲା, ଚେନ୍ନାଇ ଫ୍ରାଞ୍ଚାଇଜି ତାଙ୍କୁ ନେବା ପାଇଁ ଆସିଥିଲା । ଚେନ୍ନାଇ ମଧ୍ୟ ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ ଶୁଭ୍ରାଂଶୁଙ୍କୁ କିଣି ନେଇଛି ।

 

ଏଥିସହ ଶୁଭ୍ରାଂଶୁ ତୃତୀୟ ଓଡ଼ିଆ କ୍ରିକେଟର୍ ଭାବେ ଆଇପିଏଲରେ ଖେଳିବେ । ତାଙ୍କ ପୂର୍ବରୁ ବିପ୍ଳବ ସାମନ୍ତରାୟ ଓ ହଳଧର ଦାସ ଆଇପିଏଲ୍ ଖେଳିଥିଲେ । ୨୫ ବର୍ଷୀୟ ଶୁଭ୍ରାଂଶୁ ପ୍ରଥମଶ୍ରେଣୀ କ୍ରିକେଟରେ ୩୪ଟି ମ୍ୟାଚ୍ ଖେଳି ୪୭.୮୩ ହାରରେ ୧୮୫୪ ରନ୍ କରିଛନ୍ତି । ସେ ଲିଷ୍ଟ-ଏ’ କ୍ରିକେଟରେ ୩୨ ମ୍ୟାଚରେ ୪୧.୧୬ ହାରରେ ୯୮୮ ରନ୍ କରିଛନ୍ତି । ଟି-୨୦ରେ ମଧ୍ୟ ଶୁଭ୍ରାଂଶୁଙ୍କୁ ପ୍ରଦର୍ଶନ ଭଲ ରହିଛି । ଶୁଭ୍ରାଂଶୁ ଘରୋଇ ଟି-୨୦ରେ ୨୬ ମ୍ୟାଚ୍ ଖେଳି ୨୮.୯୫ ହାରରେ ୬୩୭ ରନ୍ କରିଛନ୍ତି ।


ଓଡ଼ିଶାର ୫ ଜଣ ଖେଳାଳିଙ୍କ ନାଁ ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପଠାଇଥିଲା । କିନ୍ତୁ ସେଥିମଧ୍ୟରୁ ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଥିଲା । ତେବେ ଓସିଏ ଶୁଭ୍ରାଂଶୁ ଓ ଅଭିଷେକଙ୍କ ନାଁ ଆଇପିଏଲ୍ ନିଲାମ ପାଇଁ ପଠାଇଥିଲା । ଦୁହେଁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ । 
 

Related News
satta king tw