Top Stories

Search here...

News

ବାରବାଟୀ ଟି-୨୦ ମ୍ୟାଚରେ ନକଲି ପାସ୍ କାରବାର;ଡିସିପି କହିଲେ ଓସିଏ ଦେଇଛି, ଅଭିଯୋଗ ହେଲେ ତଦନ୍ତ କରିବୁ

Posted On - 3 weeks ago
Edited By Jyotirmayee Patanaik
LAST UPDATED Jul 12, 2022 04:51 AM

ଓସିଏ କର୍ମକର୍ତା କହିଛନ୍ତି, ଆମେ ବଦନାମ ହେଉଛୁ, ହେଲେ ଅଭିଯୋଗ କରିବୁ ନାହିଁ । ଆମକୁ କେହି ବଦନାମ କରିବାକୁ ଚେଷ୍ଟା କରୁଛି । 

 

BBSR Reporters


କଟକ:ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ରେ ନକଲି ପାସ୍ କାରବାରର ଗୁମର ଖୋଲୁଛି । ନକଲି ପାସ୍ ନେଇ ମାଳମାଳ ଲୋକ ଷ୍ଟାଡିୟମ୍ ଭିତରେ ପଶି ପଡିଆରେ ବୁଲୁଥିଲେ । ହାଇସିକୁ୍ୟରିଟି ଜୋନ୍କୁ ଯାଇ ଫଟୋ ଉଠାଉଥିଲେ ଆଉ ସୋସିଆଲ ମିଡିଆରେ ଅପ୍ଲୋଡ୍ ବି କରୁଥିଲେ । ନକଲି ପାସ୍ ଦେଖିବାକୁ ଅସଲି ପାସ୍ ଭଳି । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ ରହିଛି । ପାସ୍ ଉପରେ ବ୍ୟକ୍ତିଙ୍କ ପରିଚୟ ରହିଛି ଆଉ ବେକରେ ଓସିଏ ଫିତା ବି ରହିଛି । ହେଲେ କାହାର ପରିଚୟ ‘ଏମ୍ଏଲ୍ଏ କ୍ରିଉ’ ତ ଆଉ କାହାର ପରିଚୟ ‘ବିଜେଡି ଭଲୁ୍ୟଂଟିଅର’ ଲେଖାଯାଇଛି ।

 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଏମ୍ଏଲ୍ଏ କ୍ରିଉ’ ଲେଖାଥିବା ନକଲି ପାସ୍ରେ ଗଣମାଧ୍ୟମ ରିପୋର୍ଟର ଅବା କ୍ୟାମେରାମ୍ୟାନ୍ ଆଦି ଡୁ୍ୟଟି ଲେଖାଯାଇଛି । ଏପରି ହଜାରେରୁ ଅଧିକ ନକଲି ପାସ୍ ନେଇ ଅତି ସହଜରେ ବାରବାଟୀ ଷ୍ଟାଡିୟମ୍ରେ ପ୍ରବେଶ କରିଥିଲେ । ଏମାନଙ୍କ ମଧ୍ୟରୁ ଅନେକ ନିଜ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି । ଏଠି ପ୍ରଶ୍ନ ଉଠୁଛି ଟିକେଟ୍ ଖଣ୍ଡିଏ ନେବା ପାଇଁ ଧାଡି ଲଗାଇଥିବା କ୍ରିକେଟ୍ପ୍ରେମୀଙ୍କୁ ମାଡ ମାରିଥିଲା ପୋଲିସ । ହେଲେ ମାଳମାଳ ନକଲି ପାସ୍ଧାରୀଙ୍କୁ ଧରିପାରିଲାନି କେମିତି? ନକଲି ପାସ୍ ସଂପର୍କରେ ଓସିଏ କର୍ତୃପକ୍ଷ ଜାଣିପାରିଲେନି କେମିତି? ଷ୍ଟାଡିୟମ୍ର ସବୁ ଗେଟ୍ ଦେଇ ନକଲି ପାସ୍ଧାରୀ କେମିତି ପଶିଗଲେ?

 

ବାରବାଟୀ ଷ୍ଟାଡିୟମ୍ର ସିଟ୍ ସଂଖ୍ୟା ହେଉଛି ୪୪ ହଜାରରୁ ଅଧିକ । ଏଥିରୁ ପ୍ରାୟ ୨୫ ହଜାର ଟିକେଟ୍ ବିକ୍ରି କରାଯାଇଥିଲା । ଏହି ଟିକେଟ୍ ନେବା ପାଇଁ ପାଖାପାଖି ୪୦ ହଜାର କ୍ରିକେଟ୍ପ୍ରେମୀ ଏକାଠି ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ନିୟନ୍ତ୍ରଣ ପାଇଁ ମାଡ କରିଥିଲା ପୋଲିସ । ଏହା ବାଦ୍ ବଳକା ସିଟ୍ ପାଇଁ ପାସ୍ ବାଂଟିଥିଲା ଓସିଏ । ଚର୍ଚ୍ଚା ହେଉଛି ଓସିଏ ଏହି ନକଲି ପାସ କେଳେଙ୍କାରୀରେ ସମ୍ପୃକ୍ତ ଅଛି । ନକଲି ଟିକେଟରେ ଷ୍ଟାଡିୟମକୁ ପଶିବା ଘଟଣା ସାମନାକୁ ଆସିବା ପରେ ପ୍ରତିକି୍ରୟା ରଖିଛନ୍ତି କଟକ ଡିସିପି । କହିଛନ୍ତି, ଅଭିଯୋଗ ହେଲେ ତଦନ୍ତ କରିବୁ । ପୋଲିସ ନୁହେଁ ଓସିଏ ଇସୁ୍ୟ କରିଥିଲା ପାସ୍ ।


ଓସିଏ କର୍ମକର୍ତା କହିଛନ୍ତି, ଆମେ ବଦନାମ ହେଉଛୁ, ହେଲେ ଅଭିଯୋଗ କରିବୁ ନାହିଁ । ଆମକୁ କେହି ବଦନାମ କରିବାକୁ ଚେଷ୍ଟା କରୁଛି । ଏନେଇ କିନ୍ତୁ ପୋଲିସକୁ ଅଭିଯୋଗ କରିବୁ ନାହିଁ । ହେଲେ, କାହାକୁ ପାସ୍ ଦିଆଯାଇଛି ସାର୍ବଜନୀନ କରାଯିବ କି ନାହିଁ ବିଚାର କରାଯିବ ।
 

Related News
satta king tw