Top Stories

Search here...

News

ବିଧାନସଭା ଅଧିବେଶନ ପାଇଁ ସରିଲା ସର୍ବଦଳୀୟ ବୈଠକ; ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରୀଙ୍କୁ ଛାଡିବାକୁ ଦାବି

Posted On - 1 minute ago
Edited By Team BbsrReporters
LAST UPDATED Jun 29, 2022 08:48 PM

ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଛାଡିବା ପାଇଁ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତି ବିରୋଧୀ । କେତେଦିନ ଯାଏଁ କରୋନାକୁ ବାହାନା ଦେଉଥିବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

 

BBSR Reporters


ଭୁବନେଶ୍ୱର: ବିଧାନସଭା ଅଧିବେଶନ ପାଇଁ ସରିଛି ସର୍ବଦଳୀୟ ବୈଠକ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହୋଇଛି ସର୍ବଦଳୀୟ ବୈଠକ । ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସହ ମନ୍ତ୍ରୀ, ବିଧାୟକ, ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ଓ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଯୋଗଦେଇଛନ୍ତି । ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଛାଡିବା ପାଇଁ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତି ବିରୋଧୀ । କେତେଦିନ ଯାଏଁ କରୋନାକୁ ବାହାନା ଦେଉଥିବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

 

ସେପଟେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ଯାଉଛନ୍ତି କିନ୍ତୁ କାହିଁକି ଗୃହକୁ ଆସିବେନି ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବାଚସ୍ପତିଙ୍କର ଦୃଷ୍ଟି ଆକର୍ଷଣ କରି ଏପରି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗତ ଅଧିବେଶନରେ ବାଚସ୍ପତି ଥିଲେ ସୂର୍ଯ୍ୟନରାୟଣ ପାତ୍ର । ହେଲେ ଏଥର ବାଚସ୍ପତି ବଦଳି ଯାଇଛନ୍ତି । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

 

ସେପଟେ ଏଥର ବିଧାନସଭା ଅଧିବେଶନରେ ଅନେକ ପରିବର୍ତନ ଦେଖିବାକୁ ମିଳିବ । କାରଣ ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳରେ ବ୍ୟାପକ ପରିବର୍ତନ କରିଛନ୍ତି । ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ । ପୂର୍ବରୁ ଆର୍ଥିକ ବର୍ଷର ପ୍ରଥମ ୩ ମାସ ପାଇଁ କାମ ଚଳା ବଜେଟ୍ ବା ଲେଖାନୁଦାନ ଆଗତ କରିଥିଲେ ଅର୍ଥମନ୍ତ୍ରୀ  ।

 

ଏଥର ବିଧାନସଭାର ଅଧିବେଶନ ୨ଟି ପର୍ଯ୍ୟାୟରେ ଚାଲିବ । ଦିନ ୧୦.୩୦ରୁ ସାଢେ ଗୋଟାଏ ଯାଏଁ ଏବଂ ଅପରାହ୍ନ ୪ଟାରୁ ୭ଟା ଯାଏଁ ଚାଲିବ ଗୃହ । କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି । ତେଣୁ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ଚାଲିବ ଗୃହ କାର୍ଯ୍ୟ ।

Related News
satta king tw