Top Stories

Search here...

News

ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲା ବିଜେପି

Posted On - 7 minutes ago
Edited By Prabir Kumar
LAST UPDATED May 03, 2022 08:36 PM

ନିର୍ବାଚିତ ଜନପ୍ରତିନିଧି ତଥା ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇ ରୁଜୁ ହୋଇଥିବା ମିଛ କେସ୍କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ ବୋଲି ଦାବି କରିଛି ବିଜେପି ।

 

BBSR Reporters


ଭୁବନେଶ୍ୱର:ନିର୍ବାଚିତ ଜନପ୍ରତିନିଧି ତଥା ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇ ରୁଜୁ ହୋଇଥିବା ମିଛ କେସ୍କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ । ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରଥମେ ରୁଜୁ ହୋଇଥିବା ଏଫଆଇଆର ଆଧାରରେ ତିଲେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବୁକ୍ ସର୍କୁଲାର୍ - ୪୭ ର ସଠିକ୍ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଓ ବିହୀତ ପଦକ୍ଷେପ ଗ୍ରହଣ କରିବା ଦାବୀରେ ବିଜେପି ପ୍ରତିନିଧି ଦଳ ଆଜି ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।


ମାନ୍ୟବର ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତିଲେଇବଣି ବିଡିଓଙ୍କ ବିଶୃଙ୍ଖଳିତ ଆଚରଣ ଓ ଦୁର୍ବ୍ୟବହାର ପ୍ରଦର୍ଶନକୁ ଆଧାର କରି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇ ଏଫଆଇଆର ରୁଜୁ କରିଥିଲେ । କିନ୍ତୁ ସରକାରଙ୍କ ପରୋକ୍ଷ ଚାପରେ ବିଧାୟକଙ୍କ ଅଭିଯୋଗକୁ ତଦନ୍ତ କରାଗଲା ନାହିଁ । ଅନ୍ୟପକ୍ଷରେ ତା’ପରଦିନ ଏକ ଅଭାବନୀୟ ଘଟଣା କ୍ରମେ ତିଲେଇବଣି ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଭିଯୋଗକୁ ଭିତିକରି ବିନା ତଦନ୍ତରେ ଘଟଣାର ମୂଳ ଉସôକୁ ନ ଯାଇ ତତ୍କ୍ଷଣାତ୍ ସରକାରଙ୍କ ସିଧାସଳଖ ଚାପରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରୁ ଗିରଫ କରାଯାଇଛି ।  ସୁପରିକଳ୍ପିତ ଏବଂ ଷଡଯନ୍ତ୍ର ରଚାଯାଇ ମିଛ କେସ୍ରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ । ତେଣୁ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଥିବା ମିଛ କେସ୍କୁ ପ୍ରତ୍ୟାହାର କରାଯାଇ ତାଙ୍କୁ ମୁକ୍ତ କରାଯାଉ । ଏଥି ସହ ବିଧାୟକ ଶ୍ରୀ ପାଣିଗ୍ରାହିଙ୍କ ଏଫଆଇଆର ଆଧାରରେ ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିନିଧି ଦଳ ଦାବୀ କରିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।


ଅନ୍ୟ ପକ୍ଷରେ ବୁକ୍ ସର୍କୁଲାର ୪୭କୁ ସରକାରୀ ଅଧିକାରୀମାନେ ମାନୁନାହାନ୍ତି । ଗତ ଓଡ଼ିଶା ବିଧାନସଭାର ସଦାଚାର କମିଟିର ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତ ଅକ୍ଟୋବର ୨୧ ରୁ ୨୪ ମଧ୍ୟରେ ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବୌଦ୍ଧ, ସୋନପୁର ଓ ବରଗଡ ଜିଲ୍ଲା ଗସ୍ତ କରିଥିଲେ । ଗସ୍ତ ସମୟରେ ସଦାଚାର କମିଟିର ଏହି ପ୍ରତିନିଧି ଦଳ ଅନେକ କିଛି ବ୍ୟତିକ୍ରମ ପରିଲକ୍ଷିତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ସତ୍ୱେ ଓ ବିଧାନସଭାରେ ମାନ୍ୟବର ବିଧାୟକମାନଙ୍କର ସରକାରୀ ଅଧିକାରୀମାନେ ବୁକ୍ ସର୍କୁଲାର ୪୭ର ଉଲଙ୍ଘନ ସମ୍ବନ୍ଧୀୟ ଅଭିଯୋଗକୁ ସରକାର ଜାଣିଶୁଣି ଅଣଦେଖା କରୁଛନ୍ତି ।

 

ସରକାରୀ ଅଧିକାରୀଙ୍କ ବିଶୃଙ୍ଖଳିତ ଆଚରଣ ସହ ବୁକ ସର୍କୁଲାର ୪୭ର ଉଲଙ୍ଘନ ଯୋଗୁଁ ମାନ୍ୟବର ବିଧାୟକମାନେ ଜନସ୍ୱାର୍ଥ ସମ୍ବଳିତ ବିକାଶ କାର୍ଯ୍ୟରେ ଜନସାଧାରଣଙ୍କ ଦାବୀ ପୂରଣ କରି ନ ପାରି ଜନସାଧାରଣଙ୍କ ନିକଟରେ ଅପଦସ୍ତ ହେଉଛନ୍ତି । ବୁକ୍ ସର୍କୁଲାର୍ - ୪୭ ର ସଠିକ ପାଳନ ନହେବା କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ତେଣୁ ବୁକ୍ ସର୍କୁଲାର୍ - ୪୭ ର ସଠିକ୍ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଓ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେବା ପାଇଁ ବିଜେପି ପ୍ରତିନିଧି ଦଳ ଅନୁରୋଧ କରିଛି ବୋଲି ଶ୍ରୀ ମାଝୀ କହିିଛନ୍ତି ।


ଏହି ପ୍ରତିନିଧି ଦଳରେ ବିଧାୟକ ଭାସ୍କର ମଢେଇ, ଡ.ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ, ନବଚରଣ ମାଝୀ, ସନାତନ ବିଜୁଳି, ଇଂ.ଗଣେଷରାମ ଖୁଂଟିଆ, ଡ.ବୁଧନ ମୁର୍ମୁ, କେ.ନାରାୟଣ ରାଓ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । 
 

Related News
satta king tw