Top Stories

Search here...

News

ଗୁପ୍ତଧନ ପାଇବା ଆଶାରେ ବାପାଙ୍କୁ ବଳି ଉଦ୍ୟମ

Posted On - 5 minutes ago
Edited By Team BbsrReporters
LAST UPDATED May 01, 2022 05:56 PM
 
ଗୁପ୍ତଧନ ପାଇବା ଆଶାରେ ନିଜ ୭୦ ବର୍ଷର ବୃଦ୍ଧ ବାପାଙ୍କୁ ବଳି ଦେବାକୁ ଉଦ୍ୟମ କରୁଥିଲା ପୁଅ ।
 
BBSR Reporters
 
କଳାହାଣ୍ଡି ଜିଲ୍ଲା କଲମପୁର ଫାଣ୍ଡିର ବେଲପାହାଡ଼ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ବୃଦ୍ଧ ବାପାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଯାଇ କାର୍ଯ୍ୟରତ ଗ୍ରାମରକ୍ଷୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗାଁର ଲିଙ୍ଗରାଜ ଭୋଇ ଗୁପ୍ତଧନ ପାଇବା ଆଶାରେ ନିଜ ବୟସ୍କ ବାପାଙ୍କୁ ବଳି ଦେବାପାଇଁ ମନସ୍ଥ କରିଥିଲା । ଗାଁରେ ଥିବା ନଳକୂପ ନିକଟରେ ତାଙ୍କୁ ଗାଧୋଇ ଦେବା ସହ ଏକ ନୂଆ ଲୁଗା ଓ ଫୁଲମାଳ ସହ ରସୁଣ ମାଳ ପିନ୍ଧାଇ ଘରକୁ ନେଇଥିଲା । ଏସବୁ ଘଟଣା ଗାଁଲୋକ ଦେଖିବା ପରେ ସେମାନଙ୍କ ମନରେ ସନ୍ଦେହ ଉପୁଜିଥିଲା । ଘଟଣା ନେଇ କଲମପୁର ଫାଣ୍ଡିକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଅଭିଯୁକ୍ତ ଲିଙ୍ଗରାଜ ରାଗି ଯାଇ ଟାଙ୍ଗିଆରେ ପୋଲିସ ଦଳକୁ ଆକ୍ରମଣ କରିଥିଲେ । ଘଟଣାରେ ପୁଅ ଲିଙ୍ଗରାଜ, ପୂଜକକୁ ଗିରଫ କରିଛିି ପୋଲିସ ।
Related News
satta king tw