Top Stories

Search here...

News

୨୯ରୁ ଖୋଲିବ ଶ୍ରୀମନ୍ଦିର ପଶ୍ଚମ ଦ୍ୱାର; ୨୩୭ କୋଟି ୫୮ ଲକ୍ଷର ବଳକା ବଜେଟ ଆଗତ

Posted On - 2 months ago
Edited By Jyotirmayee Patanaik
LAST UPDATED Jun 29, 2022 11:06 PM

ପୂର୍ବରୁ ଭକ୍ତ କେବଳ ପୂର୍ବ ଦ୍ୱାର ଦେଇ ପଶ୍ଚିମଦ୍ୱାର ଦେଇ ସେବାୟତଙ୍କ ପରିବାର ଓ ପୁରୀ ସହରବାସୀଙ୍କୁ ଭିତରକୁ ଛଡ଼ା ଯାଉଥିଲା  ।

 

BBSR Reporters


ପୁରୀ : ଏଣିକି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ଭକ୍ତ  । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ  ନିଷ୍ପତ୍ତି ନିଆଯାଇଛି  । ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଆସନ୍ତା ୨୯ ତାରିଖରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲା ରହିବ  । ପୂର୍ବରୁ ଭକ୍ତ କେବଳ ପୂର୍ବ ଦ୍ୱାର ଦେଇ ପଶ୍ଚିମଦ୍ୱାର ଦେଇ ସେବାୟତଙ୍କ ପରିବାର ଓ ପୁରୀ ସହରବାସୀଙ୍କୁ ଭିତରକୁ ଛଡ଼ା ଯାଉଥିଲା  । ଏବେ ପଶ୍ଚିମ ଦ୍ୱାର ଦେଇ ସମସ୍ତ ଭକ୍ତ ପ୍ରବେଶ କରିବା ନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି  ।

 

ବୈଠକରେ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ କରାଯାଇଛି । ଚନ୍ଦନଯାତ୍ରା ପୂର୍ବରୁ ବଡଦାଣ୍ଡରେ ଥିବା ସେଡ୍ ଖୋଲାଯିବ । ଏହି ସେଡ୍ ଶ୍ରଦ୍ଧାଳୁଙ୍କ ପାଇଁ ପଶ୍ଚିମଦ୍ୱାରରେ ଲଗାଯିବ । ଚନ୍ଦନ ଯାତ୍ରାରେ ଭକ୍ତ ସାମିଲ୍ ନେଇ ମଧ୍ୟ ଅନୁମତି ଦିଆଯାଇଛି । ଅନ୍ୟପଟେ ରଥଯାତ୍ରା ପାଇଁ ଖୁବଶୀଘ୍ର ଆରମ୍ଭ କରାଯିବ ରଥ ନିର୍ମାଣ କାର୍ଯ୍ୟ  । ନୀଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର ପରିଚାଳନା ବୈଠକ ବସିଥିଲା  ।


ଅନ୍ୟପଟେ ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ୨୦୨୨-୨୩ ଆର୍ଥôକ ବର୍ଷର ୨୩୭ କୋଟି ୫୮ ଲକ୍ଷର ବଳକା ବଜେଟ ଆଗତ ହୋଇଛି  । ଚଳିତ ବର୍ଷ ୩୩ କୋଟି ୬୨ ଲକ୍ଷର ବଳକା ବଜେଟ ପ୍ରସ୍ତୁତ ହୋଇଛି  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ଉପସ୍ଥିତିରେ ବୈଠକ ବସିଥିବା ବେଳେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ  । ଆସନ୍ତା ୨୫ ତାରିଖରେ ଆଉ ଏକ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭି.ଭି ଯାଦବ  ।
 

Related News
satta king tw