Top Stories

Search here...

News

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଏଏସ୍ଆଇ ଓଡ଼ିଶା ମୁଖ୍ୟ; ଏପଟେ ବିଜେପି ନେତାଙ୍କ ଭିନ୍ନ ମତ

Posted On - 2 days ago
Edited By Prabir Kumar
LAST UPDATED May 16, 2022 07:36 AM

ଏପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ  ବିଜେପିର ଦୁଇ ନେତା  ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଭିନ୍ନମତକୁ ନେଇ ଚର୍ଚ୍ଚା ଜୋର ଧରିଛି । 

 

BBSR Reporters


ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲେ ଏଏସ୍ଆଇ ଓଡ଼ିଶା ମୁଖ୍ୟ । ଅରୁଣ ମଲ୍ଲିକଙ୍କ ନେତୃତ୍ୱର ଆସିଥିବା ୪ ଜଣିଆ ଟିମ୍ ପୁରୀରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ୍ ଯାଦବଙ୍କ ସହ ଯାଇ ପ୍ରକଳ୍ପର ସମୀକ୍ଷା କରିଥିଲେ । ପୁରୀ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଅରୁଣ ମଲ୍ଲିକ ନିର୍ମାଣ କାମର ଭିଡିଓଗ୍ରାଫି ଓ ଡକୁ୍ୟମେଂଟେସନ୍ କରିଥିଲେ । ଏହା ସହ ଭର୍ଚୁଆଲରେ ଏଏସ୍ଆଇ ଡିଜିଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଜୁନ୍ ୨୨ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତୀ ଶୁଣାଣି ହେବ । ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଏଏସ୍ଆଇ । ତେବେ କେଉଁଠି କେଉଁଠି ସିସିଟିଭି ଲାଗିବ ସେନେଇ ବି ଅନୁଧ୍ୟାନ କରିଛନ୍ତି ଏଏସଆଇ ଟିମ୍ ।


ଏପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ  ବିଜେପିର ଦୁଇ ନେତା  ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଭିନ୍ନମତକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀରେ  ପ୍ରକଳ୍ପକୁ ବିରୋଧ କରିଛନ୍ତି । ଆଉ ଏହାର ଠିକ ଦିନ ପରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଜୟନ୍ତ କହିଛନ୍ତି , ସେ ପ୍ରକଳ୍ପ କାମକୁ ସମର୍ଥନ କରୁଛନ୍ତି ।  ବିକାଶକୁ ସମର୍ଥନ କରୁଛନ୍ତି ।  କିନ୍ତୁ ଯାହା ହେଉଛି ଆଇନ ଭିତରେ ହେଉ ।  ଦୀର୍ଘ ୩୦ ବର୍ଷରେ  ପୁରୀର ବିକାଶ ଓ ଗତ ୩ ବର୍ଷର  ବିକାସ ଭିତରେ ଆକାଶ ପାତାଳ ଫରକ ଅଛି ।


ସେପଟେ ଏ ନେଇ  ବିଭିନ୍ନ ଦଳ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଜେପି ମାପିଚୁପି ଉତର ଦେଇଥିବାବେଳେ କଂଗ୍ରେସ କହିଛି ବିଜେପି ନେତାମାନେ ଡ୍ରାମା କରୁଛନ୍ତି । ବିଜେଡି କହିଛି,  ବିକାଶ କାମରେ ରାଜନୀତି ନ ହେଉ ।  
ଏପଟେ ଆସନ୍ତା ୨୦ତାରିଖରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ହେବ ରଥଯାତ୍ରା ସମନ୍ୱୟ କମିଟି ବୈଠକ । ରଥଯାତ୍ରା ପାଇଁ ସବୁ ବିଭାଗ ପ୍ରସ୍ତୁତ କରିଛନ୍ତି । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି କ୍ୟାମେରା । ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
 

Related News
satta king tw