Top Stories

Search here...

News

ଅନୁକୂଳ ପରେ ଆରମ୍ଭ ହେଲା ରଥ ନିର୍ମାଣ; ସୁନା କୁରାଢୀରେ ହୋଇଥିଲା ରଥ କାଠର ଶୁଭାରମ୍ଭ

Posted On - 1 month ago
Edited By Prabir Kumar
LAST UPDATED Jun 29, 2022 11:23 PM

ଚଳିତ ବର୍ଷ କରୋନା କଟକଣା ହଟିଥିବାରୁ ରଥଯାତ୍ରା ସ୍ୱାଭାବିକ ହେବ ଓ ଭକ୍ତମାନେ ପୂର୍ବପରି ଏହି ମହାପର୍ବରେ ସାମିଲ ହେବା ଆଶା ରହିଛି ।

 

BBSR Reporters


ପୁରୀ: ପରମ୍ପରା ଅନୁସାରେ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ରଥ ନିର୍ମାଣ ଆରମ୍ଭ ହୋଇଛି ।  ସକାଳଧୂପ ପରେ ଶ୍ରୀମନ୍ଦିର ଭିତରୁ ପୂଜାପଣ୍ଡା ସମନ୍ତମାନେ ମହାପ୍ରଭୁମାନଙ୍କ ତିନି ବାଡରୁ ଆଜ୍ଞାମାଳ ଆଣି ଶ୍ରୀନଅର ରଥ ଖଳାରେ ପହଞ୍ଚି ଥିଲେ । ଏହାର ପଛେ ପଛେ ଶ୍ରୀମନ୍ଦିରରୁ ମଣିବିମାନରେ ବସି ମଦନମୋହନ, ଭୂଦେବୀ, ଶ୍ରୀଦେବୀ ବିରାଜମାନ କରିଥିଲେ । ସାଥିରେ ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ଆସି ରଥ ଖଳାରେ ପହଞ୍ଚି ଥିଲେ । ଶ୍ରୀମନ୍ଦିର ପୁରୋହିତ ଓ ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ୱାରା ବନଯାଗ ପଦ୍ଧତ୍ତିରେ ପୂଜା ଓ ହୋମ କରାଯାଇଥିଲା । ପରେ ସୁନା କୁରାଢି, ରୂପା କୁରାଢୀ ଓ ଲୁହା କୁରାଢୀ ଦ୍ୱାରା ରଥ ନିର୍ମାଣ ଶୁଭାରମ୍ଭ ହୋଇଥିଲା ।

 

 ରଥ ଖଳାରେ ହୋଇଥିବା ବନଯାଗ ଚାଳିରେ ଅନୁକୂଳ ହେବାକୁ ଥିବା ରଥ କାଠ ଉପରେ ପୂଜାପଣ୍ଡାମାନେ ଆଜ୍ଞାମାଳ ରଖିଥିଲେ ।ତିନି ରଥ ଉଦେ୍ଧଶ୍ୟରେ ତିନି ରଥର ମୁଖ୍ୟ ବର୍ଦ୍ଧକୀମାନଙ୍କ ଦ୍ୱାରା ତିନି ଖଣ୍ଡ କାଠରେ ଏହି କୁରାଢ଼ି ସ୍ପର୍ଶ କରାଯାଇଥିଲା । ଦେଉଳ ପୁରୋହିତଙ୍କ ଦ୍ୱାରା ରଥ ଅନୁକୂଳ ହୋମ ପରେ ପଡ଼ିଆ କରଣ ରଥ ବର୍ଦ୍ଧକୀମାନଙ୍କ ମସ୍ତରକରେ ଶାଢ଼ି ବାନ୍ଧି ଦେଇଥିଲେ । ଏହା ରଥଯାତ୍ରାର ପ୍ରଥମ ପାଦ । ରଥ ନିର୍ମାଣ ଅନୁକୂଳ ବଢ଼ିବା ପରେ ବିଜେ ପ୍ରତିମା ମାନେ ନରେଦ୍ର ସରୋବରରେ ଚାପ ଯାତ୍ରା ନିମନ୍ତେ ବିଜେ କରିଥିଲେ ।

 

ଏହି ସମୟରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ପ୍ରଶାସନିକ ବହୁ ଅଧିକାରୀ, ରଥ ନିର୍ମାଣକାରୀ ବିଶ୍ୱକର୍ମା ସେବକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨ ମାସ ଭିତରେ ରଥ ନିର୍ମାଣ ଶେଷ ହେବ । ଚଳିତ ବର୍ଷ କରୋନା କଟକଣା ହଟିଥିବାରୁ ରଥଯାତ୍ରା ସ୍ୱାଭାବିକ ହେବ ଓ ଭକ୍ତମାନେ ପୂର୍ବପରି ଏହି ମହାପର୍ବରେ ସାମିଲ ହେବା ଆଶା ରହିଛି ।

Related News
satta king tw