Top Stories

Search here...

News

ସୁରକ୍ଷା ବ୍ୟବସ୍ଥା ଢିଲା; ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଚଢିଗଲେ ଯୁବକ; ଅଟକ ରଖି ପଚରାଉଚରା କରୁଛି ପୋଲିସ

Posted On - 6 hours ago
Edited By Jyotirmayee Patanaik
LAST UPDATED May 17, 2022 01:00 AM

ଗତ ମାସରେ ଶ୍ରୀମନ୍ଦିର ରୋଷ ଘରେ ପଶି ଜଣେ ଯୁବକ ୪୦ରୁ ଅଧିକ ଚୁଲି ଭାଙ୍ଗି ଦେଇଥିଲେ । ତା’ପରେ ଚଳିତ ମାସ ୧ ତାରିଖରେ ଜଣେ କିନ୍ନର ସିଂହଦ୍ୱାର ଗୁମୁଟରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

 

BBSR Reporters

 

ପୁରୀ :ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଆଜି ଜଣେ ବଙ୍ଗୀୟ ଯୁବକ ଚଢ଼ି ଯାଇଥିଲେ । ଚୂନରା ସେବକ ଓ ଜେଟିପି ମାନେ ମିଶି ତାଙ୍କୁ ଧରିଥିଲେ । ପୁଲିସ୍ ଏହି ବଙ୍ଗୀୟ ଯୁବକଙ୍କୁ ଅଟକ ରଖିଛି । ଅଟକ ଯୁବକଙ୍କ ନାଁ ରାକେଶ ହଜେରା । ଆଜି ମଧ୍ୟାହ୍ନରେ ରାକେଶ ଧୁକୁଡ଼ି ଦ୍ୱାର ଦେଇ ଦର୍ଶନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଠାରେ ନିୟୋଜିତ ଜେଟିପିମାନେ ତାଙ୍କୁ ବାଧା ଦେଇଥିଲେ । କାରଣ କୌଣସି ଭକ୍ତଙ୍କୁ ସେହି ଦ୍ୱାର ଦେଇ ଦର୍ଶନ ପାଇଁ ଯିବାକୁ ଅନୁମତି ନାହିଁ । 


ପରେ ଯୁବକ ଜଣଙ୍କ ସେ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପରେ ଚଢ଼ି ଜଗମୋହନ ଆଡ଼କୁ ଅଗ୍ରସର ହେଉଥିବା ବେଳେ କିଛି ସେବାୟତ ଓ ଜେଟିପି ତାଙ୍କୁ ଦେଖିଥିଲେ । ଏହା ସମୟରେ କିଛି ସେବାୟତ ତାଙ୍କୁ ଦେଖିଥିଲେ । ଏହା ପରେ ଚୂନରା ସେବକ ଓ ଜେଟିପି ମାନେ ତାଙ୍କୁ ନାଟମଣ୍ଡପରୁ ତଳକୁ ଆଣିଥିଲେ ।

 

କେଉଁ କାରଣରୁ ଯୁବକ ଜଣକ ନାଟମଣ୍ଡପ ଉପରେ ଚଢ଼ିଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ସିଂହଦ୍ୱାର ଥାନାରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ସନେ୍ଦହ କରାଯାଉଛି । ସେ ବାରମ୍ବାର ମୁଣ୍ଡିଆ ମାରୁଛନ୍ତି । ସେ ତାଙ୍କ ପରିବାର ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି । କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କ ସହିତ ପୁଲିସ୍ର ଯୋଗାଯୋଗ ହୋଇପାରି ନାହିଁ । ସେ ପୁରୀ ଏକା ଆସିଛନ୍ତି ନା ତାଙ୍କ ପରିବାର ଲୋକେ ବି ଆସିଛନ୍ତି, ତାହା ଜଣାପଡ଼ିନାହିଁ । ପୁଲିସ୍ ତାଙ୍କୁ ଡାକ୍ତରଖାନା ନେଇ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବ ବୋଲି ଜଣାପଡ଼ିଛି ।

 

ଗତ ମାସରେ ଶ୍ରୀମନ୍ଦିର ରୋଷ ଘରେ ପଶି ଜଣେ ଯୁବକ ୪୦ରୁ ଅଧିକ ଚୁଲି ଭାଙ୍ଗି ଦେଇଥିଲେ । ତା’ପରେ ଚଳିତ ମାସ ୧ ତାରିଖରେ ଜଣେ କିନ୍ନର ସିଂହଦ୍ୱାର ଗୁମୁଟରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଆଉ ଆଜି ଜଣେ ଯୁବକ ନାଟମଣ୍ଡପ ଉପରେ ଚଢ଼ି ଜଗମୋହନ ଆଡ଼କୁ ଅଗ୍ରସର ହେବା ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି ।
 

Related News
satta king tw