Top Stories

Search here...

News

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା

Posted On - 2 days ago
Edited By Team BbsrReporters
LAST UPDATED May 03, 2022 04:58 PM
 
ପ୍ରାୟ ୫୦ ଫୁଟ ତଳକୁ ପଡ଼ିବା ପରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ବାହାରି ଯାଇଥିଲା । ଆଖି ଓ ମୁଣ୍ଡ ଭିତରେ ଥିବା ମାଂସ ମଧ୍ୟ ବାହାରକୁ ବାହାରି ଆସିଥିଲା । ସେ ଜୀବିତ ଥିବା ଭାବି ସିଂହଦ୍ୱାର ପୁଲିସ ତୁରନ୍ତ ଶରୀରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ପୁରୀ ସଦର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା ।
 
BBSR Reporters
 
ପୁରୀ: ଆଜି ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ବଳରାମ ରାଉତ ଓ ଘର ନିମାପଡ଼ା ଅଞ୍ଚଳରେ ବୋଲି ପ୍ରାଥମିକ ସୂଚନା ମିଳିଛି । ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ ତାହାର କାରଣ ଜଣାପଡ଼ିନି । ଗୁମୁଟ ଉପରୁ ଚଢ଼ିଯାଇ ସେ ସିଂହଦ୍ୱାର ଆଗକୁ ଡେଇଁଥିଲେ । ପ୍ରାୟ ୫୦ ଫୁଟ ତଳକୁ ପଡ଼ିବା ପରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ବାହାରି ଯାଇଥିଲା । ଆଖି ଓ ମୁଣ୍ଡ ଭିତରେ ଥିବା ମାଂସ ମଧ୍ୟ ବାହାରକୁ ବାହାରି ଆସିଥିଲା । ସେ ଜୀବିତ ଥିବା ଭାବି ସିଂହଦ୍ୱାର ପୁଲିସ ତୁରନ୍ତ ଶରୀରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ପୁରୀ ସଦର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
 
ସେ ପ୍ରାୟ ୨ ଦିନ ହେବ ଏଠାରେ ବୁଲାବୁଲି କରୁଥିଲେ । କେହିକେହି ତାଙ୍କୁ ମାନସିକ ଭାରସାମ୍ୟ ହରାଇଥିବା ବୋଲି ମଧ୍ୟ କହୁଛନ୍ତି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସେ ଆନନ୍ଦ ବଜାରକୁ ଲାଗିଥିବା ମେଘନାଦ ପାଚେରି କଡେ କଡେ ଆସି ସିଂହଦ୍ୱାର ଗୁମୁଟ ଉପରକୁ ଚଢ଼ିଥିଲେ । ସେମାନେ ତାଙ୍କୁ ରୁହରୁହ ବୋଲି ଡାକ ପକାଇଥିଲେ । ଏହି ସମୟରେ ସେ ତଳକୁ ଡେଇଁ ପଡ଼ିଥିଲେ । ତେବେ ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ଗୋଡ଼ ଖସିଲା କିମ୍ବା ପିନ୍ଧିଥିବା ଶାଢ଼ିରେ ଛନ୍ଦି ହୋଇ ତଳକୁ ଖସି ପଡ଼ିଲେ ତାହା ସ୍ପଷ୍ଟ ଜଣାପଡ଼ି ନ ଥିଲା । କିନ୍ତୁ ଏହା ଆତ୍ମହତ୍ୟା ଭଳି ପ୍ରତିୟମାନ ହେଉଥିବା ଦେଖେଣାହାରି କହିଛନ୍ତି ।
 
ତେଣେ ପ୍ରକୃତ ଘଟଣାକୁ ଜାଣିବାକୁ ପୁଲିସ ସିସିଟିଭି ଯାଞ୍ଚ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତାଙ୍କ ପାଖରୁ ମିଳିଥିବା ପର୍ସରୁ ଏକ ଆଧାରକାର୍ଡ ବାହାରିଥିଲା । ଯେଉଁଥିରୁ ତାଙ୍କ ପରିଚୟ ମିଳିଛି ।
 
ଏହି ଅଘଟଣ ଶ୍ରୀମନ୍ଦିରେ ଭକ୍ତଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟାପକ ପୁଲିସ ଫୋର୍ସ ସମେତ ଜେଟିପି, ଶ୍ରୀମନ୍ଦିର କର୍ମଚାରୀ ମୁତୟନ ସତ୍ତ୍ୱେ ଏବଂ ସିସିଟିଭି କଂଣ୍ଟ୍ରୋଲ ରୁମ ଥାଇ ମଧ୍ୟ ଜଣେ କିନ୍ନର ସିଂହଦ୍ୱାର ଗୁମୁଟକୁ ଚଢ଼ି ଆତ୍ମହତ୍ୟା କରିବା ସୁରକ୍ଷା ପ୍ରତି ଅଙ୍ଗୁଳି ଉଠାଇଛି । ସୁରକ୍ଷା ବ୍ୟବସ୍ଥା ଉପରେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଠିକ୍ ଭାବେ ନଜର ରଖୁ ନ ଥିବା ସନେ୍ଦହକୁ ଆସିଛି ।
Related News
satta king tw