Top Stories

Search here...

News

ରୁକୁଣା ରଥ ଯାତ୍ରାରେ ଅବ୍ୟବସ୍ଥା; ଦୁଇ ଥର ରାସ୍ତାରେ ରଥ ଚକ ଦବିବା ପରେ ଭାଙ୍ଗିଲା ମା ତାରିଣୀଙ୍କ ପାଲିଙ୍କି

Posted On - 2 months ago
Edited By Jyotirmayee Patanaik
LAST UPDATED Jun 29, 2022 11:14 AM

ଦୁଇ ଦୁଇ ଥର ରାସ୍ତା ଦବିବା ଯୋଗୁ ଠାକୁର ମାଉସୀ ମା’ ମନ୍ଦିରରେ ପହଂଚିବାକୁ ତିନି ଦିନ ଲାଗିଗଲା । ପରେ ମା ପାର୍ବତୀଙ୍କ ପାଲିଙ୍କି ଭାଙ୍ଗିବାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିିକ୍ରିୟ ପ୍ରକାଶ ପାଇଛି । ନିମ୍ନମାନରେ ରାସ୍ତା କାର୍ଯ୍ୟ ହେଉଥିବାରୁ ରାସ୍ତା ଦବି ଯାଉଥିବା ଅଭିଯୋଗ ହୋଇଛି ।

 

BBSR Reporters


ଭୁବନେଶ୍ୱର: ରୁକୁଣା ରଥ ଯାତ୍ରାରେ ଅବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମହଲରେ ଉତେଜନା ପ୍ରକାଶ ପାଇଛି । ନିମ୍ନମାନର ରାସ୍ତା ଯୋଗୁ ପ୍ରଥମେ ରୁକୁଣା ରଥ ଯିବା ସମୟରେ ରାସ୍ତାରେ ଦବି ଯିବାରୁ ରଥ ଚକ ଫସିଯାଇଥିଲା । ସେଥିପାଇଁ ପ୍ରଥମ ଦିନ ଅର୍ଥାତ ଶନିବାର ରଥ ଟଣା ବିଳମ୍ବିତ ହୋଇଥିଲା । ଫଳରେ ରଥ ତିନିମୁଣ୍ଡିଆ ଛକରେ ଅଟକି ରହିଥିଲା ।

 

ରବିବାର ଅପରାହ୍ଣରେ ପୁଣି ରଥ ଟଣା ଆରମ୍ଭ ହେବାରୁ ଅଘଟଣ ଘଟିଥିଲା । ବଡ଼ସଂଖ ନିକଟରେ ସଡ଼କ ଦବି ଯିବାରୁ ରଥ ଚକା ଫସିଯାଇଥିଲା । ତେଣୁ ଦ୍ୱିତୀୟ ଦିନରେ ବି ରଥ ମାଉସୀ ମା ମନ୍ଦିରରେ ପହଂଚିପାରିନଥିଲା । ତୃତୀୟ ଦିନ ଅର୍ଥାତ ସୋମବାର ଠାକୁର ରାମେଶ୍ୱର ମନ୍ଦିରରେ ପହଂଚିଥିଲେ ମଧ୍ୟ ଅଘଟଣ ପିଛା ଛାଡିନଥିଲା ।

 

ହେରା ପଂଚମୀ ବିଦ୍ଧି ଅବସରରେ ମାଁ ପାର୍ବତୀ ବିଧିପୂର୍ବକ ରୁକୁଣା ରଥ କାଠ ଭାଙ୍ଗି ଫେରୁଥିବା ବେଳେ ବାଟରେ ମା’ଙ୍କ ପାଲିଙ୍କି ଭାଙ୍ଗିଯାଇଥିଲା । ଦୁଇ ଦୁଇ ଥର ରାସ୍ତା ଦବିବା ଯୋଗୁ ଠାକୁର ମାଉସୀ ମା’ ମନ୍ଦିରରେ ପହଂଚିବାକୁ ତିନି ଦିନ ଲାଗିଗଲା । ପରେ ମା ପାର୍ବତୀଙ୍କ ପାଲିଙ୍କି ଭାଙ୍ଗିବାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିିକ୍ରିୟ ପ୍ରକାଶ ପାଇଛି । ପ୍ରତିବର୍ଷ ରୁକୁଣା ରଥଯାତ୍ରା ହେଉଥିବା ବେଳେ କାହିଁକି ଉକ୍ତ ରାସ୍ତାକୁ ସୃଦୃଢ କରାଯାଉନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ନିମ୍ନମାନରେ ରାସ୍ତା କାର୍ଯ୍ୟ ହେଉଥିବାରୁ ରାସ୍ତା ଦବି ଯାଉଥିବା ଅଭିଯୋଗ ହୋଇଛି ।


 

Related News
satta king tw