Top Stories

Search here...

News

ତେଲ ଦର ହ୍ରାସ ପାଇବା ପରେ କମିଲା ବସ୍ ଭଡ଼ା

Posted On - 2 minutes ago
Edited By Jyotirmayee Patanaik
LAST UPDATED May 26, 2022 07:44 PM

ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉପରୁ ଟିକସ ହ୍ରାସ କରିବା ପରେ ପେଟ୍ରୋଲ ଦର ପାଖାପାଖି ୧୦ ଟଙ୍କା ହ୍ରାସ ପାଇଥିଲା । 

 

BBSR Reporters


ଭୁବନେଶ୍ୱର : ତେଲ ଦର କମିବା ପରେ ହ୍ରାସ ପାଇଛି ବସ୍ ଭଡ଼ା । ବିଭିନ୍ନ ବସ୍ ସେବା ପାଇଁ ଭଡ଼ା ହ୍ରାସ କରାଯାଇଛି । ସାଧାରଣ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା । ଏବେ ଏହା ହ୍ରାସ ପାଇ ୮୯ ପଇସା ହୋଇଛି । ଏକ୍ସପ୍ରେସ ବସ୍ର ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ଏବେ ଏହା ୯୩ ପଇସାକୁ ଖସିଛି ।

 

ସେହିପରି ପୂର୍ବରୁ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୧ଟଙ୍କା ୩୫ ପଇସା ଥିବା ବେଳେ ଏବେ ଏହା ୧ ଟଙ୍କା ୨୯ ପଇସା ହୋଇଛି । ଏସି ଡିଲକ୍ସର ଭଡ଼ା କିମି ପିଛା ୧ଟଙ୍କା ୬୩ ପଇସାରୁ କମି ୧ ଟଙ୍କା ୫୭ ପଇସା ହୋଇଛି । ସୁପର ପ୍ରିମିୟମ ବସ୍ର ଭଡ଼ା କିମି ପିଛା ୨ ଟଙ୍କା ୫୩ ପଇସା ଥିବା ବେଳେ ଏହା ୨ ଟଙ୍କା ୪୪ପଇସାକୁ ଖସିଛି । ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉପରୁ ଟିକସ ହ୍ରାସ କରିବା ପରେ ପେଟ୍ରୋଲ ଦର ପାଖାପାଖି ୧୦ ଟଙ୍କା ହ୍ରାସ ପାଇଥିଲା । 
 

Related News
satta king tw