Top Stories

Search here...

News

ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ କରିବା ଯୋଜନାବଦ୍ଧ ଚକ୍ରାନ୍ତ:ଗୋଲକ ମହାପାତ୍ର

Posted On - 1 day ago
Edited By Team BbsrReporters
LAST UPDATED May 03, 2022 07:59 PM
ଓଡିଶାରେ ଗଣତନ୍ତ୍ରର ଶାସନ ଚାଲିନାହିଁ, ବରଂ ଅଫିସରରାଜ୍ ଚାଲିଛି ।
 
BBSR Reporters
 
 
ଭୁବନେଶ୍ୱର:ଓଡିଶାରେ ଗଣତନ୍ତ୍ରର ଶାସନ ଚାଲିନାହିଁ, ବରଂ ଅଫିସରରାଜ୍ ଚାଲିଛି । ନିର୍ବାଚିତ ବିଧାୟକମାନଙ୍କ କୈାଣସି ମୂଲ୍ୟ ନଥିବାବେଳେ ସରକାରୀ ଅଫିସରମାନେ ମନଇଚ୍ଛା ଶାସନ ଚଲାଉଛନ୍ତି । ସଂପ୍ରତି ଆକାଂକ୍ଷା ଜିଲ୍ଲାରବିକାଶ କାର୍ଯ୍ୟର ସମୀକ୍ଷା ପାଇଁ କୋରାପୁଟ ଆସିଥିବା କେନ୍ଦ୍ରମନ୍ତ୍ରୀଙ୍କୁ ସରକାରୀ ଅଧିକାରୀମାନେ ଅନୁପସ୍ଥିତ ରହି ଅସମ୍ମାନ ଜଣାଇବା ଓ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ଘଟଣା ରାଜ୍ୟରେ ଅଫିସରରାଜ୍କୁ ପଦାରେ ପକାଇଥିଲା । ରାଜ୍ୟର ମୁଖ୍ୟ ବିରୋଧୀ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ଏବଂ ଏହାର କାର୍ଯ୍ୟକର୍ତାଙ୍କ ପ୍ରତି ଶାସକ ବିଜେଡିର ଅସହିଷ୍ଣୁ ମନୋଭାବ ଆଜି ସମସ୍ତ ସୀମା ଅତିକ୍ରମ କରିଛି । ମିଛଠାରେ ବିଜେପି ଏବଂ ବିଜେପି କାର୍ଯ୍ୟକର୍ତାଙ୍କୁ ବଦନାମ କରିବା ପାଇଁ ଶାସକ ବିଜେଡି କ୍ଷମତାର ଅପବ୍ୟବହାର କରି ସରକାରୀ କଳ ଓ ପ୍ରଶାସନକୁ ଅପବ୍ୟବହାର କରୁଛି । ଏପରିକି ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଥିବା ଜନପ୍ରତିନିଧିମାନଙ୍କୁ ମଧ୍ୟ ଅଯଥାରେ ବଦନାମ କରାଯାଉଛି ।ଗତ ପଂଚାୟତ ଓ ପୈାର ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀମାନେ ଶାସକ ବିଜେଡିର କର୍ମୀ ସାଜି କାର୍ଯ୍ୟ କରୁଥିବାର ପ୍ରମାଣିତ ହୋଇଛି ।ଅନୁରୁପ ଭାବେ ଆଜି ପୁଣି ଥରେ ସରକାରୀ କଳ ଓ ପ୍ରଶାସନକୁ ଅପବ୍ୟବହାର କରି ଶାସକ ବିଜେଡିର ଏଭଳି ଆଉ ଏକ ନିନ୍ଦନୀୟ, ଅଗଣତାନ୍ତ୍ରୀକ ଏବଂ ଅସାମ୍ବିଧାନିକ କାର୍ଯ୍ୟ କରିଛି । ନିଜ ଅଂଚଳର ବିକାଶ ପାଇଁ ସର୍ବଦା କାର୍ଯ୍ୟରତ ଏବଂ ଜଣେ ସରଳ, ଶାନ୍ତ, ଭଦ୍ରବ୍ୟକ୍ତି ଭାବେ ଜଣାଶୁଣା ମାନ୍ୟବର ଦେବଗଡ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ଏଭଳି ଅସହିଷ୍ଣୁ ମନୋଭାବ ସୁସ୍ଥ ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ବିପଦ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ,ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଲୋକପ୍ରିୟତାରେ ଅସହିଷ୍ଣୁ ହୋଇପଡି ତାଙ୍କୁ ବଦନାମ୍ କରିବା ପାଇଁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ଅତ୍ୟନ୍ତ ସାଂଘାତିକ । ସ୍ଥାନୀୟ ଜନପ୍ରତିନିଧି ଭାବେ ସ୍ଥାନୀୟବାସିନ୍ଦାଙ୍କ ସମସ୍ୟାର ସମାଧାନ ଏବଂ ଅଂଚଳର ବିକାଶମୁଳକ କାର୍ଯ୍ୟର ସମୀକ୍ଷା ପାଇଁ ବିଡିଓଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିଲେ ଏବଂ ବିଡିଓ ନିଜେ ମଧ୍ୟ ସମ୍ମତି ଜଣାଇଥିଲେ । ବିଧାୟକ ଶ୍ରୀ ପାଣିଗ୍ରାହୀ ବିଡିଓଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ସେଠାରେ ଅନୁପସ୍ଥିତ ଥିବା ବିଡିଓ ମହାଶୟ ଅନ୍ୟ ସ୍ଥାନକୁ ଆସିବା ପାଇଁ ବିଧାୟକଙ୍କୁ କହିଥିଲେ । ବାରମ୍ବାର ସ୍ଥାନ ପରିବର୍ତନ କରି ବିଡିଓ ମହାଶୟ ବିଧାୟକଙ୍କୁ ସାକ୍ଷାତ କରିନଥିଲେ । ଏପରି କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଉତ୍କ୍ଷିପ୍ତ ବିଡିଓ ମହାଶୟ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଅଶ୍ରାଭ୍ୟ ଗାଳିଗୁଲଜ କରିବା ସହିତ ତାଙ୍କ ସାର୍ଟ କଲର୍କୁ ଧରି ମାରିଦେବାର ଧମକ ଦେଇଥିଲେ । ଏନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ଥାନାରେ ଏତଲା ଦେଇଥିଲେ, କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ । ପରବର୍ତୀ ସମୟରେ ବିଡିଓଙ୍କଏତଲାକ୍ରମେ ଆଜି ବିଧାୟକଙ୍କୁ ଭୁବନେଶ୍ୱରରୁ ଗିରଫ କରାଯିବା ସୁପୋରିକଳ୍ପିତ ଓ ଯୋଜନାବଦ୍ଧ ଚକ୍ରାନ୍ତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ବିଭିନ୍ନ ଅପରାଧୀମୁଳକ ଓ ଅଗଣତାନ୍ତ୍ରୀକ କାର୍ଯ୍ୟକଳାପରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଥିବା ସତ୍ୱେ ପୋଲିସ ଓ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନିରବଦ୍ରଷ୍ଟା ସାଜିଛନ୍ତି । ହତ୍ୟା, ଅପହରଣ ମାମଲା ଭଳି ସଂଗୀନ ଅପରାଧରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ପୋଲିସ ମୈାନଧାରଣ କରି ହାତ ଉପରେ ହାତ ଥୋଇ ଦେଇ ବସିରହିଛି । କିନ୍ତୁ କୌଣସି ପ୍ରମାଣ ନଥାଇ ବିଡିଓଙ୍କ ଏକ ଲେଖାରେ ବିଧାୟକ ଶ୍ରୀ ପାଣିଗ୍ରାହିଙ୍କୁ ପୋଲିସ କେମିତି ଗିରଫ କଲା ବୋଲି ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ପ୍ରଥମେ ରୁଜୁ ହୋଇଥିବା ବିଧାୟକଙ୍କ ଏତଲାକୁ ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି ? ବିଧାୟକଙ୍କ ଏତଲାକ୍ରମେ ବିଡିଓଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? କେଉଁ ପରିସ୍ଥିତିରେ ବିଧାୟକଙ୍କୁ ଗିରଫ କରାଗଲା ? ମାନ୍ୟବର ବିଧାୟକ କଣ ଭୁଲ କରିଛନ୍ତି ? ଯଥାଶୀଘ୍ର ଏହାର ଉତର ରଖନ୍ତୁ ରାଜ୍ୟ ସରକାର, ନଚେତ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିରୋଧୀଙ୍କ ପ୍ରତି ଅସହିଷ୍ଣୁ ମନୋଭାବକୁ ନେଇ ରାଜ୍ୟବ୍ୟାପୀ ଆନେ୍ଦାଳନ ହେବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି ।ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।
Related News
satta king tw