Top Stories

Search here...

News

ପୁରୀରେ ପହଂଚିଲା ଏଏସଆଇ ଟିମ୍

Posted On - 10 minutes ago
Edited By Team BbsrReporters
LAST UPDATED May 02, 2022 12:52 PM
ବହୁବାଦ ବିବାଦ ପରେ ପୁରୀରେ ପହଂଚିଛି ଏଏସଆଇ ଟିମ୍ ।
 
BBSR Reporters
 
ପୁରୀ; ବହୁବାଦ ବିବାଦ ପରେ ପୁରୀରେ ପହଂଚିଛି ଏଏସଆଇ ଟିମ୍ । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ଆଂଚଳିକ ନିଦେ୍ର୍ଧଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ପହଂଚିଛି । ଏଏସଆଇ ଟିମ ସହ ବୈଷୟିକ ସଦସ୍ୟ ଏବଂ ଓବିସିସିର ପ୍ରତିନିଧି ମଧ୍ୟ ରହିଥିଲେ । ଠିକା କାମ କରୁଥିବା ଟାଟା ପ୍ରାଇଭେଟ ଲିମିଟେଡ୍ର ଅଧିକାରୀ ଏବଂ ପୁରୀ ଜିଲ୍ଲାପାଳ ମଧ୍ୟ ଏଏସଆଇ ଟିମ ସହ ବୁଲିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଂଚଳରେ କୌଣସି ପ୍ରକାର ବେଆଇନ ଖନନ କିମ୍ବା ନିର୍ମାଣ ହେଉଛି କି ନାହିଁ ତାର ଅନୁଧ୍ୟାନ କରି ରିପୋର୍ଟ ଦେବେ ଏଏସଆଇ ଟିମ୍ ।
 
ରାଜ୍ୟ ସରକାରଙ୍କ ପକ୍ଷରୁ ଠିକା କମ୍ପାନୀ ଟାଟା ଜରିଆରେ ମେଘନାଦ ପାଚେରୀଠାରୁ ୧୦୦ ମିଟର ପ୍ରତିବନ୍ଧିତ ଅଂଚଳରେ ଖନନ ଚାଲିଥିବା ଅଭିଯୋଗ ରହିଛି । ବଡ ଧରଣର ଖନନ ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ନେଇ ହାଇକୋର୍ଟରେ ମାମଲା ପହଂଚିଛି । ଜନସ୍ୱାର୍ଥ ମାମଲାର ଶୁଣାଣି କରି ଯୁଗ୍ନ ଅନୁଧ୍ୟାନ କରିବା ପାଇଁ ଏଏସଇଆକୁ ନିଦେ୍ର୍ଧଶ ଦେଇଥିଲେ କୋର୍ଟ । ଆଗାମୀ ୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ରହିଛି । ଏହା ପୂର୍ବରୁ ୭ ତାରିଖ ସୁଦ୍ଧା ହାଇକୋର୍ଟରେ ରିପୋର୍ଟ ଦେବ ଏଏସଆଇ । ପ୍ରକଳ୍ପ ତିଆରି ହେବା ଯୋଗୁଁ ଶ୍ରୀମନ୍ଦିର ଉପରେ କୌଣସି ବିପଦ ରହିଛି କି ନାହିଁ ହାଇକୋର୍ଟରେ ଉତର ରଖିବ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥା । ତେବେ ପ୍ରକଳ୍ପ ଅଂଚଳରେ ଅନୁଧ୍ୟାନ କରିବା ପରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଏଏଆଇ ଅଧିକାରୀ । ମାମଲା କୋର୍ଟରେ ଥିବା କହି ପ୍ରତିକ୍ରିୟା ଦେବାକୁ ଏଡାଇ ଯାଇଛନ୍ତି ।  
 
Related News
satta king tw